ହମ୍ପସ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ବରଗଡ଼ -ଭଟଲି ରାସ୍ତାର ବରଡୋଲ ଛକ ଓ ଗ୍ରାମର ରାସ୍ତା ଉପରେ ହମ୍ପସ ନିର୍ମାଣ ଦାବିରେ ସୋମବାର ସକାଳ ୬ଟାରୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାଶର୍‌ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । ପ୍ରକାଶଥାଉକି, କିଛିଦିନ ତଳେ ବରଡୋଲ ଛକରେ ଏକ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ପୋଲିସ ବରଡୋଲ ଛକରେ ହମ୍ପସ ନିର୍ମାଣ ପ୍ରତିଶୃତି ଦେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେଠାରେ ହମ୍ପସ ନିର୍ମାଣ କରାଯାଇ ନାହିଁ। ଅନ୍ୟପଟେ ରବିବାର ସନ୍ଧ୍ୟାରେ ଏହି ଛକରେ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ବୋଲେରୋ ଛକରେ ନିକଟସ୍ଥ ବ୍ରିଜ ତଳକୁ ଖସି ପଡ଼ିଥିଲା ଏବଂ ବହୁ ଲୋକ ଆହତ ହୋଇଥିଲେ। ଏହା ପରେ ଲୋକେ ରାସ୍ତାରୋକୋ କରିଛନ୍ତି।


All Right Reserved By Dharitri.Com

ଗୁପ୍ତଧନ ଲାଗି ଚାଲିଥିଲା ତନ୍ତ୍ରପୂଜା: ମହିଳାଙ୍କ ସମେତ ୬ ଅଟକ, ବେଲପାହାଡ଼ ପୋଲିସର ପଚରାଉଚରା

ବେଲପାହାଡ଼,୬।୬(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ପୋଲିସ ଗୁପ୍ତଧନ ପାଇଁ ତନ୍ତ୍ରପୂଜା କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା...

ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ବଲାଙ୍ଗୀର ଅଫିସ, ୨୦ା୪ : ବଲାଙ୍ଗୀର ସଦର ଥାନା ଅଞ୍ଚଳର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଟି ନିଜ ସାଙ୍ଗମାନଙ୍କ...

ହୀରାକୁଦ ଡ୍ୟାମ୍‌ରେ ଖୋଲିଲା ଆଉ ଦୁଇଟି ଗେଟ୍‌

ସମ୍ବଲପୁର,୧୮।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ଶନିବାର ୫ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ରବିବାର ସକାଳେ ପୁଣି ଦୁଇଟି ଗେଟ ଖୋଲାଯାଇଛି। ମୋଟ...

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୭ନଂ ଗେଟ୍‌: ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର,୧୪।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ବୁଧବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଧାର୍ଯ୍ୟଲଗ୍ନ ଅନୁସାରେ ଅପରାହ୍ନ ୧୧ ଟା ୨୪ ମିନିଟରେ ଗୋଟିଏ ଗେଟ୍‌ରେ...

କଲମପୁର ବ୍ଲକରେ ଆବାସ ଯୋଜନା ବାଟବନା: ଦଦ୍‌ରା ଘରେ ଜୀବନ୍‌ ବିତଉଛନ୍‌ ଉଷା

କଲମପୁର,୧୦।୬, (ଡି.ଏନ୍‌.ଏ):  ଝନେ ମୁନୁଷ୍‌ ବଁଚ୍‌ବାର ଲାଗି ହେଲେ ଖାଏଦ୍‌, ଘର ଆର କପଡ଼ା ନିହାତି ଦରକାର। ଇଥିରଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ...

ମୋଟାଗୁଡ଼ା ଜଙ୍ଗଲରେ ଶ୍ରମିକଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଭବାନୀପାଟଣା,୩୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାର ମୋଟାଗୁଡା ଜଙ୍ଗଲରେ ଜଣେ ଶ୍ରମିକଙ୍କୁ ବାଡ଼ିରେ ପିଟି ହତ୍ୟା କରିବା ମାମଲାରେ ପୋଲିସ ଅଭିଯୁକ୍ତ କାଠବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ...

୪୦ ବଛର ହେଲା ଝୁପଡ଼ି ଘରେ ବିତୁଛେ ଜୀବନଆବାସ ଯୋଜନାରୁ ବଁଚିତ୍‌ ୧୨ ପରିବାର

ଅତାବିରା, ୨୯।୪ (ଡି.ଏନ୍‌.ଏ.) :  କେନ୍ଦ୍ର ଆର ରାଏଜ ସରକାର ଗରିବ୍‌ ଦୁଖିକୁ ପକା ଘର ଯୁଗେଇ ଦେବାର ଲାଗି ଭିନେ ଭିନେ ଯୋଜନା କରି...

ଲାଞ୍ଚ ନେଇ ଧରାପଡିଲେ ବୀରମହାରାଜପୁର ଆର୍‌ଆଇ

ସୋନପୁର,୨୩।୭(ନି.ପ୍ର.): ସୋନପୁର ଜିଲା ବୀରମହାରାଜପୁର ତହସିଲ ଅଫିସର ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ୨୫୦୦ଟଙ୍କା ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁବର୍ଣ୍ଣପୁର...

Leave a comment

Your email address will not be published. Required fields are marked *