ଅବ୍ୟବସ୍ଥାରେ ମାର୍ଦ୍ଦିପଙ୍କା ପ୍ରାଥମିକ ବିଦ୍ୟାଳୟ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୨୦।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ତଥା ମାଓବାଦୀ ପ୍ରବଣ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ଛାତ୍ରୀଛାତ୍ରଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଛି। ବିଭାଗୀୟ ଅଧିକାରୀ ପରିଦର୍ଶନରେ ଯାଉ ନ ଥିବାବେଳେ ଶିକ୍ଷକମାନେ ନିୟମିତ ଆସୁ ନାହାନ୍ତି। ଏଭଳି ଦେଖିବାକୁ ମିଳିଛି ଉକ୍ତ ବ୍ଲକ ସରାମୁଳି ପଞ୍ଚାୟତ ମାର୍ଦ୍ଦିପଙ୍କା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବ୍ଲକ ସଦରମହକୁମା ଠାରୁ ପ୍ରାୟ ୭୦ କିମି ଦୂର ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ରହିଛି ମାର୍ଦ୍ଦିପଙ୍କା ବିଦ୍ୟାଳୟ। ପ୍ରଥମରୁ ୭ମ ପର୍ଯ୍ୟନ୍ତ ମୋଟ ୬୫ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୪ ଜଣ ଶିକ୍ଷକ ରହିଛନ୍ତି, ହେଲେ ଶନିବାର ପ୍ରଧାନ ଶିକ୍ଷକ ଅଫିସ କାର୍ଯ୍ୟରେ ଦାରିଙ୍ଗବାଡ଼ି ଯାଇଥିବା ବେଳେ ଅନ୍ୟ ୨ ଜଣ ଶିକ୍ଷକ କୌଣସି କାରଣରୁ ଅନୁପସ୍ଥିତ ଥିଲେ। ଜଣେ ଶିକ୍ଷକ ୭ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ କେବଳ ଜଗି ବସିଥିଲେ। ସେହିପରି ମଧ୍ୟାହ୍ନ ଭୋଜନ ମଧ୍ୟ ଅତି ନିମ୍ନମାନର ଦିଆଯାଉଥିବା ଜଣାପଡ଼ିଛି। ଶନିବାର ପିଲାଙ୍କୁ ଅଣ୍ଡା ତରକାରୀ ଦିଆଯିବା ନିୟମ ରହିଥିବାବେଳେ କେବଳ ସିଝା ଅଣ୍ଡା ସହ ପାଣିଆ ଡାଲି ଦିଆଯାଇଥିଲା। ଛାତ୍ରୀଛାତ୍ର ଏଣେତେଣେ ବସି ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ ନିକଟରେ କୁକୁର, ଘୁଷୁରି, ଛେଳି ଏବଂ କୁକୁଡ଼ା ବିଚରଣ କରୁଥିଲେ। ଅଞ୍ଚଳରେ ଅନେକ ସମୟରେ ସ୍ବାଇନ୍‌ଫ୍ଲୁ ଭଳି ରୋଗ ହେବା ନଜିର ରହିଥିବାବେଳେ ଏଥିପ୍ରତି ବିଦ୍ୟାଳୟର ଶିକ୍ଷକଙ୍କର କିନ୍ତୁ ନିଘା ନାହିଁ। ଏନେଇ ଶନିବାର ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ସୁଧାଶୁଂ ମୁଠାମାଝୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଦ୍ୟାଳୟରେ ପାଚେରି ନଥିବା ଯୋଗୁ ବେଧଡ଼କ ଘୁଷୁରୀ, କୁକୁର ଆଦି ବିଦ୍ୟାଳୟ ପରିସରକୁ ପଶି ଆସୁଛନ୍ତି। ଏନେଇ ଜିଲା ପ୍ରଶାସନଠାରୁ ସ୍ଥାନୀୟ ପ୍ରଶାସନ, ସରପଞ୍ଚ ଏବଂ ବିଇଓଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କେହି ପଦକ୍ଷେପ ନେଉନାହାନ୍ତି। ସେହିପରି ପାଣିଆ ଡାଲି ସମ୍ପର୍କରେ ସେ କହିଛନ୍ତି ଯେ ଅଣ୍ଡାତରକାରୀ ଦେବାର ନିୟମ ରହିଛି। ହେଲେ ପିଲାମାନେ ତରକାରୀ ବଦଳରେ ଶିଝା ଅଣ୍ଡା ଖାଇବାକୁ ଭଲ ପାଉଛନ୍ତି। ଏବଂ ତରକାରୀ ବଦଳରେ ଡାଲି କରାଯାଇଛି। ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୧କେଜି ଡାଲି ପକାଯାଇଥିବା ସେ କହିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ଶିକ୍ଷକ ୨ ଜଣ ଛୁଟିରେ ଥିବା ସେ ଜାଣିନାହାନ୍ତି। ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ସେ ଶୀଘ୍ର ତଦନ୍ତ କରି ପଦକ୍ଷେପ ନେବେ।


All Right Reserved By Dharitri.Com

କିଷାନ କ୍ରେଡିଟ କାର୍ଡର ଲାଭ ନିଅନ୍ତୁ କୃଷକ

ଫୁଲବାଣୀ ଅଫିସ, ୧୩ା୨-ସରକାର କୃଷକମାନଙ୍କ ପାଇଁ କିଷାନ କ୍ରେଡିଟ କାର୍ଡ ବ୍ୟବସ୍ଥା କରିଛନ୍ତି। ଚାଷ ପାଇଁ ଏହାର ସମସ୍ତ ସୁବିଧା ଯେପରି ସମସ୍ତ କୃଷକ ନେବେ...

ଗାଇଡଲାଇନ ଉଲ୍ଲଂଘନକାରୀଙ୍କୁ ଚେତାବନୀ

ହିଞ୍ଜିଳିକାଟୁ, ୨୩ା୩ (ଡ଼ି.ଏନ.ଏ) : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ଗାଇଡ଼ଲାଇନ ଜାରି କରାଯାଇଛି। ହିଞ୍ଜିଳିକାଟୁ ପୌର...

ବିଦେଶ ଫେରନ୍ତା ବ୍ୟକ୍ତି କରିନାହାନ୍ତି ନାମ ପଞ୍ଜିକରଣ: କେନ୍ଦୁଝରରେ ଭୟ

କେନ୍ଦୁଝର,୨୧।୩(ସ୍ବ.ପ୍ର.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଦୁବାଇରୁ ଫେରିଥିବା...

ଠିକାଦାର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ: ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୧୫।୧୧: ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ଡକାଯାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରେ ଗଞ୍ଜାମ ଜିଲା ଠିକାଦାର ସଂଘ ସାମିଲ୍‌ ହୋଇଛି । ଏ ନେଇ...

ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ : ବୋମାଫୁଟି ଅଭିଯୁକ୍ତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଦିଗପହଣ୍ଡି,୧୫ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲୀ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସ୍ବାଇଁଙ୍କୁ ଦାଦାବଟି ପାଇଁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ...

ପ୍ରତିରୋଧ ଲାଗି ଜୋର୍‌ଦାର ପ୍ରୟାସ

କାମାକ୍ଷାନଗର/ଭୁବନ, ୨୨।୩(ଡି.ଏନ.ଏ.) – ଭାରତରେ କାୟାବିସ୍ତାର କରୁଛି କରୋନା ଭାଇରସ୍‌। ଏହାକୁ ରୋକିବାକୁ ଏବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାବେଳେ ସଂକ୍ରମଣ...

ଟିପ୍ପର ସହ କାର୍‌ ଧକ୍କା: ଗୋଟିଏ ପରିବାରର ଜଣେ ମୃତ, ଦୁଇ ଗୁରୁତର

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲା ଚମାଖଣ୍ଡି ଥାନା ଅଧୀନ ଆଇଆର୍‌ଇ ଛକ ନିକଟ ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଟିପ୍ପର ସହ...

ମଦ ବ୍ୟବସାୟୀଙ୍କୁ ସରକାରଙ୍କ ପ୍ରୋତ୍ସାହନ: ଆନ୍ଦୋଳନକୁ ଓହ୍ଲାଇଲା ବେଗୁନିଆ ଜନକଲ୍ୟାଣ ପ୍ରତିଷ୍ଠାନ

ବେଗୁନିଆ, ୧୫।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଏଠାରେ ଦେଶୀ ରନ୍ଧା...

Leave a comment

Your email address will not be published. Required fields are marked *