ପୋଖରୀରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଭଦ୍ରକ ଅଫିସ, ୧୯।୧- ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ରବିବାର ରମ୍ଭିଳା ଗ୍ରାମର ଜଣେ ନାବାଳିକାଙ୍କ ମୃତଦେହ ଚରମ୍ପା ରେଲୱେ ଲାଇନକଡ଼ ଏକ ପୋଖରୀରୁ ଉଦ୍ଧାର କରିଛି। ମୃତା ନାବାଳିକା ଗ୍ରାମର ଶ୍ୟାମସୁନ୍ଦର ବିହାରୀଙ୍କ ଝିଅ ଲିଜାରାଣୀ(୧୫) ବୋଲି ଜଣାପଡ଼ିଛି। ସେ ଗତ ୧୫ ତାରିଖରୁ ନିଖୋଜ ଥିଲେ। ପୋଖରୀରୁ ତାଙ୍କ ମୃତଦେହ ମିଳିବା ନେଇ ପୋଲିସ ତଦନ୍ତ କରୁଛି। ଲିଜାରାଣୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ସୂଚନା ଅନୁଯାୟୀ, ମକର ସଂକ୍ରାନ୍ତି ଦିନଠାରୁ ଲିଜାରାଣୀ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବାପା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ରବିବାର ମୃତଦେହ ଉଦ୍ଧାର ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ସେମାନେ ଆସି ଚିହ୍ନଟ କରିଥିଲେ। ଘଟଣାଟି ସ୍ପର୍ଶକାତର ହୋଇଥିବାରୁ ଭଦ୍ରକ ଅତିରିକ୍ତ ତହସିଲଦାର ମିନାକ୍ଷୀ ଦାସ ମାଜିଷ୍ଟ୍ରେଟ୍‌ ଭାବେ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇଥିଲା। ଭଦ୍ରକ ଜିଲା ଚିକିତ୍ସାଳୟରେ ଏକାଧିକ ଡାକ୍ତରଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇ ଭିଡିଓଗ୍ରାଫି କରାଯାଇଥିଲା ବୋଲି ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ଥାନାରେ ଏକ ମାମଲା(ନଂ.୪୮/୨୦) ରୁଜୁ କରାଯାଇ ତଦନ୍ତ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


All Right Reserved By Dharitri.Com

ଗଞ୍ଜାମରେ ଶନିବାର ନୋ ବ୍ୟାଗ୍‌ ଡେ

ଛତ୍ରପୁର,୫ା୩(ଡି.ଏନ.ଏ.): ପିଲାମାନେ ଅତ୍ୟଧିକ ଓଜନର ସ୍କୁଲବ୍ୟାଗ ନେଉଥିବାରୁ ସେମାନଙ୍କ ଶାରିରୀକ ସମସ୍ୟା ଦେଖାଦେଉଛି। ଏହାକୁ କମାଇବା ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେଉଁ ଶ୍ରେଣୀ...

ଧନେଇ ଡ୍ୟାମ୍‌ରେ ବୁଡ଼ି ନାବାଳକ ମୃତ

ପୋଲସରା/ହାତୀଓଟ,୩୦ା୯-ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପିହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା ଶାସନ ଆଡୁାଆସାହିର...

ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ମାଡ଼,  ୪୬ହଜାର ଲୁଟ୍‌

ରୂପ୍‌ସା, ୨୯।୮(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ-ସାନଗୋବରା ରାସ୍ତାରେ ୩ଜଣ ଦୁର୍ବୃତ୍ତ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ୪୬ହଜାର ଟଙ୍କା ଲୁଟି...

୨ ଲୋଧା ଶିଶୁଙ୍କ ଚିକିତ୍ସାରେ ଅର୍ଥ ବାଧକ

ଚିତ୍ରଡା,୧୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମ ଲୋଧା ସମ୍ପ୍ରଦାୟର ରାଧି ନାୟକଙ୍କ ଦୁଇ ଶିଶୁ କନ୍ୟାଙ୍କ ଚିକିତ୍ସାରେ ଅର୍ଥ...

ବନ୍ଧ ପୁନରୁଦ୍ଧାର ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ଧରାକୋଟ,୨୫ା୭(ଡି.ଏନ.ଏ.)- ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତ ଜଗନ୍ନାଥପୁର ଶାସନ ଗ୍ରାମର ରଙ୍କିବନ୍ଧ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତ ମଙ୍ଗଳବାର ଗଁ।ର...

ବାରିପଦା ଆର୍‌ପିଏଫ୍‌ ଥାନାରେ ସିବିଆଇ ଟିମ୍‌: ଇନ୍ସପେକ୍ଟର ଓ କନେଷ୍ଟବଳ ଅଟକ

ବାରିପଦା ଅଫିସ,୨୮ା୮: ମୟୂରଭଞ୍ଜ ଜିଲା ବାରିପଦା ଆରପିଏଫ ଥାନାରେ ସିବିଆଇ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଚଢ଼ାଉ କରାଯାଇଛି । ୨ ଜଣ ଡ଼ିଏସପି ଓ ୭...

ସିଂଲା ଦୋଳବାଡ଼ ଗ୍ରାମରେ ୧୪୪ ଧାରା ଜାରି

ବସ୍ତା,୨୬।୯(ସ୍ବ.ପ୍ର)- ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଦୋଳବାଡ଼ ଗାଁରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ଜଣାପଡ଼ିଛ। ଜନୈକ ପରିବାର ଗ୍ରାମରେ ଥିବା...

ଧର୍ମଶାଳା ବ୍ଲକରେ ଆର୍ଥିକ କେଳେଙ୍କାରୀ: କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଦେଣନେଣ ଉପରେ ଆପତ୍ତି

ଯାଜପୁର ଅଫିସ,୨୦।୮- ଯାଜପୁର ଜିଲାର ସର୍ବାଧିକ ସରକାରୀ ରାଜସ୍ବ ଆଦାୟ ହେଉଥିବା ଧର୍ମଶାଳା ପଞ୍ଚାୟତ ସମିତି (ବ୍ଲକ)ରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇଛି। ଏହି...

Leave a comment

Your email address will not be published. Required fields are marked *