ପୋଲିଓ ବୁନ୍ଦା ଖାଇଲେ ଶିଶୁ

ଚନ୍ଦ୍ରଗିରି,୧୯।୧(ଡି.ଏନ୍‌.ଏ.): ସମଗ୍ର ଭାରତକୁ ପୋଲିଓମୁକ୍ତ କରିବା ଉଦ୍ଦେଶ୍ୟରେ ଜନ୍ମରୁ ପାଞ୍ଚ ବର୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଯାଉଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲା ମୋହନା ଅଞ୍ଚଳରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୋଲିଓ କେନ୍ଦ୍ରଗୁଡ଼ିକରେ ରବିବାର ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ୩ଦିନ ଧରି ଚାଲୁରହିବ। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶା ମ୍ୟାନେଜର ନାରାୟଣ ମଲ୍ଲିକ ଓ ଆଶା ପରାମର୍ଶଦାତା ସିଦ୍ଧାର୍ଥ ଦାସ ପୋଲିଓ କେନ୍ଦ୍ରଗୁଡ଼ିକ ବୁଲି ତଦାରଖ କରୁଛନ୍ତି। ପୋଲିଓ ବୁନ୍ଦାର ଉପକାରିତା ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହ ପୁଣି ଯେଉଁ ଶିଶୁମାନେ ପୋଲିଓ ବୁନ୍ଦା ଖାଇ ନାହାନ୍ତି ସେମାନଙ୍କ ଘରକୁ ଯାଇ ପୋଲିଓ ବୁନ୍ଦା ଖୁଆଇବା ପାଇଁ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


All Right Reserved By Dharitri.Com

ବିଦ୍ୟୁତ୍‌ ସଂଯୋଗ ନ ଥାଇ ଆସିଲା ବିଲ୍‌

କେନ୍ଦ୍ରାପଡା ଅଫିସ, ୯ା୯- କେନ୍ଦ୍ରାପଡା ବ୍ଲକ ଘିଘିଡିଆ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ସୌଭାଗ୍ୟ ଯୋଜନାରେ ସାମିଲ ହୋଇଛନ୍ତି ।ଅଦ୍ୟାବଧି ଏହି ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାପଡ଼ାହାଣ୍ଡି,୫।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ଝାଳିଆଗୁଡ଼ା ଗ୍ରାମର ଜଣେ ଯୁବକ ସୋମବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କର ନାମ ଆଶାରାମ...

ମା’ଙ୍କ ମୃତ୍ୟୁ ପରେ ଅସହାୟ ୫ ଅନାଥ ଶିଶୁ

ବଡ଼ସାହି,୧।୯(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକ ଅଧୀନ ଜାରକାଣୀ ପଞ୍ଚାୟତ କଦମଡିହୀ ଗ୍ରାମରେ ଆର୍ଥିକ ଅନଟନର ଶିକାର ହେଉଥିବା ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ...

ଆରଡି ରାସ୍ତା ନିର୍ମାଣକୁ ବିରୋଧକରି ଦାବିପତ୍ର ଦେଲେ ଚାଷୀ

ଜୟପୁର,୨୬ା୬(ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ଟାଙ୍କୁଆ ପଞ୍ଚାୟତ କେନାଲ ରାସ୍ତା ଉପରେ ଆରଡି ରାସ୍ତା ନିର୍ମାଣକୁ ଚାଷୀମାନେ ବିରୋଧ କରିଛନ୍ତି । ଉକ୍ତ ରାସ୍ତା ଜଗନ୍ନାଥପୁଟ-କୁସୁମପୁଟ...

ବାରିପଦା ଫାଶୀଦଣ୍ଡ ମାମଲା: ୧୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୦।୧: ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିବା ଘଟଣାର ଅଭିଯୁକ୍ତ ଯାମିନୀକାନ୍ତ ମହନ୍ତଙ୍କୁ ତଳକୋର୍ଟ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ଫାଶୀ...

ନୟାଗଡ଼ ମେଡ଼ିକାଲ ବୁଲିଲେ ୩ ପ୍ରମୁଖ ଅଧିକାରୀ

ନୟାଗଡ଼ ଅଫିସ,୧୨ା୧୦: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ ପାଇଁ ଶୁକ୍ରବାର ୩ ପ୍ରମୁଖ ଅଧିକାରୀ...

ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ଖଡିଆଳ,୧୭।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ଲାଞ୍ଜି ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମର ଝାଙ୍କର ତଥା ସରପଞ୍ଚ ହିରାଧର...

ପ୍ରମାଣପତ୍ର ପାଇଁ ଟଙ୍କା

ପରଜଙ୍ଗ, ୧୨।୩(ଡି.ଏନ.ଏ.) ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା, ଦୁର୍ନୀତି ରୋକିବା, ସାଧାରଣ ଜନତାଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘୫-ଟି’ ବ୍ୟବସ୍ଥା।...

Leave a comment

Your email address will not be published. Required fields are marked *