ଘନ କୁହୁଡ଼ି: ଦୁଇ ଡଙ୍ଗା ମଧ୍ୟରେ ଧକ୍କା, ଅଳ୍ପକେ ବର୍ତ୍ତିଲେ ୧୮ ମତ୍ସ୍ୟଜୀବୀ

ଗୋପାଳପୁର,୧୯।୧(ଡି.ଏନ୍‌.ଏ.): କିଛିଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଘନକୁହୁଡ଼ି ଦେଖାଦେଉଛି। ଏହି କୁହୁଡ଼ି ଯୋଗୁ ଗଞ୍ଜାମ ଜିଲା ଗୋପାଳପୁର ସମୁଦ୍ର ମଝିରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇ ଲକ୍ଷାଧିକ ଟଙ୍କାର ଜାଲ, ଡଙ୍ଗା ଓ ମୋଟର ନଷ୍ଟ ହୋଇଥିବା ବେଳେ ୧୮ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଯୋଗ୍ୟ, ଗୋପାଳପୁର ଏନ୍‌ଏସିର ମତ୍ସ୍ୟଜୀବୀ ପରିବାର ଶନିବାର  ମାଛ ମାରିବାକୁ ଡଙ୍ଗା ଧରି ସମୁଦ୍ର ଭିତରକୁ ଯାଇଥିଲେ। ମାଛ ଧରିବା ପରେ ଲଙ୍ଗର ପକାଇ ସେଠାରେ ଅଟକି ରହିଥିଲେ। ଅନ୍ୟ ଏକ ଡଙ୍ଗାରେ ୯ ଜଣ ଉକ୍ତ ମାଛକୁ ଆଣିବା ପାଇଁ ରବିବାର ଭୋର ସମୟରେ ସମୁଦ୍ର ଭିତରକୁ ଯାଇଥିଲେ। ଏହି ସମୟରେ ସମୁଦ୍ର ମଧ୍ୟରେ ଏକ ବଡ଼ ଲହଡ଼ି ଆସିବା ଫଳରେ କୁହୁଡ଼ି ଯୋଗୁ ଲଙ୍ଗର ପକାଇଥିବା ଡଙ୍ଗା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୧୮ ଜଣ ମତ୍ସ୍ୟଜୀବୀ ପ୍ରାଣ ବିକଳରେ ସମୁଦ୍ରକୁ ଡେଇଁପଡ଼ି ପହଁରି ପହଁରି କୂଳକୁ ଆସିଥିଲେ। ଏହି ଦୁର୍ଘଟଣାରେ ୪ ମତ୍ସ୍ୟଜୀବୀ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଗୋଟିଏ ଡଙ୍ଗା ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଅନ୍ୟ ଡଙ୍ଗାଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର କ୍ଷୟକ୍ଷତି ହୋଇଥିବା ମତ୍ସ୍ୟଜୀବୀଙ୍କ ସୂତ୍ରରୁ ସୂଚନା ମିଳିଛି । ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।


All Right Reserved By Dharitri.Com

ତାରାତାରିଣୀ ମନ୍ଦିର ପ୍ରଶାସନ, ସେବାୟତଙ୍କ ଖବରଦାତା ସମ୍ମିଳନୀ: ଦକ୍ଷିଣା ଲାଗି ଖଣ୍ଡାରେ ହାଣିବା ଅଭିଯୋଗ ମିଥ୍ୟା

ପୁରୁଷୋତ୍ତମପୁର,୧୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦକ୍ଷିଣା ଲାଗି ଭକ୍ତଙ୍କୁ ସେବାୟତ ଖଣ୍ଡାରେ ହାଣି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି...

୪ ଏକର ଡଙ୍ଗର ଜମିକୁ ଚାଷୋପଯୋଗୀ କଲେ ୯୦ ବର୍ଷୀୟ ବୃଦ୍ଧ

ପାପଡାହାଣ୍ଡି,୩।୨(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ଗାଦବା କତରା ଗ୍ରାମର ମୁନା ମାଧବ। ବୟସ ୯୦ରୁ ଊର୍ଦ୍ଧ୍ୱ । ତଥାପି ଜୀବନରେ ହାର ମାନି ନାହାନ୍ତି ।...

ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ନୂଆବର୍ଷ ଅର୍ଥାତ୍‌ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ଉଡ଼ିବ। ସପ୍ତାହକୁ ୩ଦିନ ଏୟାର ଇଣ୍ଡିଆ ବିମାନ ଚାଲିବ। ଏ ନେଇ ଗୁରୁବାର...

୩ ବ୍ଲକରେ ୯୩୨୬ ହେକ୍ଟର ଫସଲ କ୍ଷତି

ବରଗଡ଼ ଅଫିସ୍‌,୨୨ା୪: ବରଗଡ଼ ଜିଲାରେ ମଙ୍ଗଳବାର ଅପରାହ୍ନରେ କରାମାଡ଼ ହୋଇଥିଲା। ଏଥିରେ ବରଗଡ଼, ବରପାଲି ଏବଂ ଅତାବିରା ବ୍ଲକର ୯୩୨୬ ହେକ୍ଟର ଜମିରେ ଧାନ ଫସଲ...

ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା

ଝୁମ୍ପୁରା, ୨୪।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବାବେଳେ ପାନୀୟଜଳ ସମସ୍ୟା...

୩୨ କେଜିର ପ୍ରାଚୀନ ମୁଦ୍ରା : ରାଜ୍ୟ ସଂଗ୍ରହାଳୟକୁ ହସ୍ତାନ୍ତର କରାଗଲା

ଭଦ୍ରକ ଅଫିସ,୮।୮-ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ୧୯୯୩ ମସିହାରେ ମିଳିଥିବା ଏକ ୩୨ କେଜିର ପ୍ରାଚୀନ ମୁଦ୍ରାକୁ ବୁଧବାର ରାଜ୍ୟ ସଂଗ୍ରହାଳୟକୁ ପଠାଯାଇଛି। ଏହି ମୁଦ୍ରାଟି...

୨୪ରୁ ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବ: ଭାଗନେବେ ୫ ଦଳ

ଢେଙ୍କାନାଳ ଅଫିସ, ୨୨।୧୨-ଢେଙ୍କାନାଳର ନାଟ୍ୟାନୁଷ୍ଠାନ କଳା ପରିଷଦ ପକ୍ଷରୁ ଆସନ୍ତା ୨୪ରୁ ୨୯ ତାରିଖ ଯାଏ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ହେବ ୫ମ ଜାତୀୟ...

କଦଳା ଗଣ୍ଡର ପୁନରୁଦ୍ଧାର, ଦଳ ନିଷ୍କାସନ ଦାବି

ରସୁଲପୁର,୨୯।୧୧(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ସୀମାଦେଇ ବହିଯାଇଥିବା କଦଳା ଗଣ୍ଡ (ଗୋବରୀ ନାଳ)ର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି। ଏ...

Leave a comment

Your email address will not be published. Required fields are marked *