ମୁଖ୍ୟ ଚିକିତ୍ସାଳୟରେ ସୁଧୁରୁନି ସ୍ବାସ୍ଥ୍ୟସେବା: ଫନୀ ପରଠାରୁ ଲିଫ୍ଟ ଅଚଳ, ନିୟମିତ ହେଉନି ସଫେଇ

ପୁରୀ ଅଫିସ,୧୯ା୧: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଏହାର କୌଣସି ପ୍ରଭାବ ପଡୁ ନ ଥିବା ଜଣାପଡ଼ିଛି। ରୋଗୀ ସମସ୍ୟାଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଅବହେଳା ଏଭଳି ବିଭିନ୍ନ ସମସ୍ୟାକୁ ନେଇ ଦିନକୁ ଦିନ ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଏପରିକି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ସଚିବ ବାରମ୍ବାର ଗସ୍ତରେ ଆସି ଅଧିକାରୀମାନଙ୍କୁ ତାଗିଦ ମଧ୍ୟ କରିଥିଲେ। ତଥାପି ସ୍ବାସ୍ଥ୍ୟାବସ୍ଥାର ଉନ୍ନତିର କୌଣସି ସୁଧାର ଆସିନାହିଁ।

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ଶତାଧିକ ରୋଗୀ ଆସିଥାଆନ୍ତି। କିନ୍ତୁ ଆରମ୍ଭରୁ ହିଁ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସ୍ବାସ୍ଥ୍ୟ ପରୀକ୍ଷଣ ଲାଗି ଘଣ୍ଟା ଘଣ୍ଟା ଧରି ଟିକେଟ କାଉଣ୍ଟରରେ ଅପେକ୍ଷାଠାରୁ ଓପିଡିରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡ଼ୁଛି। ଟିକେଟ କାଉଣ୍ଟର ବୃଦ୍ଧି କରିବା, ଓପିଡିର ଆଶୁ ଚିକିତ୍ସା କେନ୍ଦ୍ର ୪ରୁ ୧୦ଶଯ୍ୟା ଲାଗି ଦାବି ସତ୍ତ୍ୱେ କାର୍ଯ୍ୟକାରୀ କରାଯାଉ ନାହିଁ। ଅନ୍ୟପଟେ ଡିଏଚ୍‌ଏଚ୍‌ରେ ହାଇ ଆଣ୍ଡ ପାଥୋଲାବ ବ୍ୟବସ୍ଥା ରହିିଛି। କିନ୍ତୁ ନିଦାନ ଲାଗି ଆସୁଥିବା ରୋଗୀ ରକ୍ତ ପରୀକ୍ଷା ଏବଂ ରିପୋର୍ଟ ନେବା ଲାଗି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଅନେକ ସମୟରେ ନିଦାନ କେନ୍ଦ୍ରରେ କର୍ମଚାରୀ ଠିକ୍‌ ସମୟରେ ଆସୁ ନ ଥିବା ଅଭିଯୋଗ ହେଉଛି। ସେହିଭିଳି ନିୟମିତ ୱାର୍ଡ ଶୌଚାଳୟ ସଫେଇ ନ ହେଉଥିବାରୁ ଯିବାଆସିବାବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଛି। ରୋଗୀଙ୍କ ଚିକିତ୍ସାରେ ଅବହେଳା ନେଇ କ୍ରମାଗତ ଭାବେ ସୋସିଆଲ ମିଡିଆରେ ଫଟୋ, ଭିଡିଓ ଭାଇରାଲ ହେଉଛି। କିଛିଦିନ ତଳେ ମେଡିସିନ୍‌ ୱାର୍ଡରେ ଡ୍ୟୁଟି କର୍ମଚାରୀ ଅନୁପସ୍ଥିତ ଥିବା ଏବଂ ଡାକ୍ତରଙ୍କ ସିଟ୍‌ରେ ରୋଗୀ ବିଶ୍ରାମ ନେଉଥିବା ଭିଡିଓ ଭାଇରାଲ ହୋଇଥିଲା। ମେଡିକାଲରେ ଲୋ-ଭୋଲଟେଜ, ପିଇବାପାଣି ସମସ୍ୟା, ନିରାମୟ କେନ୍ଦ୍ରରେ ସମସ୍ତ ଔଷଧ ନ ରହିବା ଯୋଗୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ସାତମହଲା ବିଶିଷ୍ଟ ପ୍ରସୂତି ଓ ଶିଶୁ ଯତ୍ନ କେନ୍ଦ୍ରରେ ଥିବା ୨ଟି ଲିଫ୍ଟରୁ ଗୋଟିଏ ଲିଫ୍ଟ ଗତ ବାତ୍ୟା ଫନୀ ପରଠାରୁ ବନ୍ଦ ହୋଇପଡ଼ିଛି। ଲିଫ୍ଟ ଅଚଳ ଯୋଗୁ ସିଜରିଆନ ମହିଳା ଶିଡ଼ି ଚଢି ବହୁ କଷ୍ଟରେ ଯାତାୟାତ କରୁଛନ୍ତି। ଶବ ବ୍ୟବଚ୍ଛେଦ ଗୃହରେ ଥିବା ଫିଜର ୫ମାସ ହେଲା ଅଚଳ ହୋଇରହିଛି। ସେହିଭଳି ମେଡିକାଲରେ ପାର୍କିଂ ସୁବିଧା ନ ଥିବାରୁ ଓପିଡି ଆଗରେ ଶହ ଶହ ବାଇକ୍‌ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରହୁଛି। ଫଳରେ ରୋଗୀଙ୍କ ଯାତାୟାତରେ ଅସୁବିଧା ହେଉଛି। ଗତ ଶୁକ୍ରବାର ରୋଗୀ କଲ୍ୟାଣ ସମିତିରେ ମେଡିକାଲର ଭିତ୍ତିଭୂମି ପ୍ରତି ଗୁରୁତ୍ୱାରୋପ କରାଯାଇଥିଲା। ପ୍ରତିବର୍ଷ ଆର୍‌କେଏସ ଓ ଜିକେଏସ୍‌ ବୈଠକ, ଆଲୋଚନା ହେଉଥିଲେ ମଧ୍ୟ କାର୍ଯ୍ୟକାରୀ ଠିକ ରୂପେ ହୋଇ ନ ପାରିବାରୁ ସମସ୍ୟା ବଢ଼ି ବଢ଼ି ଯାଉଛି। ଏ ନେଇ ସିଡିଏମ୍‌ଓ ନୀଳକଣ୍ଠ ମିଶ୍ର କୁହନ୍ତି, ଆରକେଏସ୍‌ ବୈଠକରେ ମେଡିକାଲର ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ପର୍ଯ୍ୟାୟକ୍ରମେ ସମସ୍ତ ସମସ୍ୟାର ସମାଧାନ କରାଯିବ।


All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟ ଛାତ ଉପରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଶିକ୍ଷୟିତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ଛାତ୍ରୀ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟର ୩ ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଞ୍ଚେଶ୍ୱର ଥାନା...

ସରକାରୀ ସହାଯ୍‌ ଅପେକ୍ଷାରେ ଡମ୍ବରୁଧର

ଲାଠୋର, ୧ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ଡମ୍ବରୁଧର ନାଗ(୫୮)। ତାକର ପରିବାର କହେଲେ ମାଏକିନା ଯଶୋଦା(୫୨) ଆର ପୁଷିଅଁା...

ବରଗଡ଼ ଧନୁଯାତ୍ରା: ମଥୁରା ବୁଲିଲେ କୃଷ୍ଣ ବଳରାମ

ମଥୁରାନଗରୀ,୧୦।୧ – ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଦଶମ ଦିବସରେ ଅନ୍ୟ ଦିନ ଭଳି କଂସ ମହାରାଜା ମଥୁରା ନଗରୀ ପରିକ୍ରମା କରିଥିବାବେଳେ ଶ୍ରୀକୃଷ୍ଣ ଓ...

ଶାରଳା ମନ୍ଦିରରେ ପାଳି କରି ପୂଜା କରିବେ ୨ ବଡ଼ପଣ୍ଡା

ଜଗତ୍‌ସିଂହପୁର ଅଫିସ, ୪ା୮: ଶାରଳା ମନ୍ଦିରରେ ବଡ଼ପଣ୍ଡାଙ୍କୁ ନେଇ ଚାଲିଥିବା ବିବାଦର ଏକପ୍ରକାର ସମାଧାନ ହୋଇଛି। ଏଣିକି ୨ ଜଣଙ୍କୁ ବଡ଼ପଣ୍ଡା ଭାବେ ଗ୍ରହଣ କରାଯିବା...

ବଦଳିଲେ ମୟୂରଭଞ୍ଜ ଡିପିଏମ

ବାରିପଦା ଅଫିସ,୬।୧୧- ଜାତୀୟ ସ୍ବାସ୍ଥ୍ୟ ମିଶନର ମୟୂରଭଞ୍ଜ ଜିଲା ପ୍ରୋଗ୍ରାମ ମ୍ୟାନେଜର(ଡିପିଏମ) ଅନିଲ କୁମାର ମହାନ୍ତିଙ୍କୁ ବାଲେଶ୍ୱର ଜିଲାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବାଲେଶ୍ୱର...

ଜିଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ: ଲକ୍ଷଣ ଥାଉ ବା ନ ଥାଉ ତୁରନ୍ତ କ୍ୱାରାଣ୍ଟାଇନ୍‌ରେ ରହିବେ ସଂକ୍ରମିତ ଅଞ୍ଚଳରୁ ଆସିଥିବା ଲୋକେ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମିତ ଦେଶ କିମ୍ବା ଅଞ୍ଚଳରୁ ଓଡ଼ିଶାକୁ ଆସିଥିବା ଲୋକମାନଙ୍କୁ ତୁରନ୍ତ କ୍ୱାରାଣ୍ଟାଇନ୍‌ରେୁ...

୩ ମାସର ଭଡ଼ା ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ସଂକ୍ରମଣ ଦ୍ୱାରା ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି। ଉଭୟ ସଙ୍ଗଠିତ ଏବଂ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ସବୁ ବର୍ଗର ଲୋକ ଆର୍ଥିକ...

ରାଜସ୍ଥାନରୁ କୋଣାର୍କ ବୁଲି ଆସିଥିଲେ: ବସ୍‌ ଉପରୁ ପଡ଼ି ଯାତ୍ରୀ ମୃତ

ଗୋପ, ୨୦।୯(ଡି.ଏନ.ଏ): ପୁରୀ ଜିଲା ଗୋପ-କୋଣାର୍କ ରାସ୍ତାର ଦଶବାଟିଆ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଯାତ୍ରୀବାହୀ ବସ୍‌ ୁପରୁ ପଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ସେ...

Leave a comment

Your email address will not be published. Required fields are marked *