ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ୍‌ ପାଇଁ ଅଧିଗ୍ରହଣ ହେବ ୨.୬୬ ଏକର ଜମି: ମାପଚୁପ ଆରମ୍ଭ, ପୁରୀବାସୀ ଉତ୍ସାହିତ

ପୁରୀ ଅଫିସ,୧୯ା୧: ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଗତ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ ଦୀର୍ଘବର୍ଷ ଧରି ସହରବାସୀଙ୍କ ଆଉ ଏକ ଦାବି ମଧ୍ୟ ପୂରଣ ହେବାକୁ ଯାଉଛି। ସିଦ୍ଧମହାବୀର ଲେଭଲକ୍ରସିଂରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ତିଆରି ପାଇଁ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ପୁରୀବାସୀ ବିଭିନ୍ନ ଫୋରମରେ ଦାବି କରୁଥିବାବେଳେ ଏବେ ପ୍ରଶାସନିକ ସ୍ତରରେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ଆର୍‌ଓବି ତିଆରି ଲାଗି ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏସ୍‌.ଏମ୍‌. କନସଲ୍‌ଟାନ୍ସି ଏବଂ କମ୍ପିଟେଣ୍ଟ ଅଥରିଟି ଅଫ୍‌ ଲ୍ୟାଣ୍ଡ ଆକ୍ୟୁଜଶନ (କାଲା)ର ଅଧିକାରୀମାନେ ମାପଚୁପ କରି ଚିହ୍ନ ଦେବା ଆରମ୍ଭ କରିଛନ୍ତି।

ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଶତପଥୀ କହିଛନ୍ତି, ସିଦ୍ଧମହାବୀର ଆର୍‌ଓବି ପାଇଁ ପ୍ରାୟ ୨.୬୬ ଏକର ଜମି ଅଧିଗ୍ରହଣ କରାଯିବ। ଏଥିଲାଗି ମାପଚୁପ ଆରମ୍ଭ ହୋଇ ଚିହ୍ନ ଦିଆଯାଉଛି। ଏହାପରେ ଏହି ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଏହି ଓଭରବ୍ରିଜ୍‌ର ଲମ୍ବ ପ୍ରାୟ ୯୦୦ ମିଟର ହେବ। ଏଥିପାଇଁ ରାସ୍ତାର ଦୁଇପାର୍ଶ୍ୱରେ ୮୦ ଫୁଟ ଚଉଡ଼ାର ଜମି ଅଧିଗ୍ରହଣ କରାଯିବ। ଆର୍‌ଓବି ୪୦ ଫୁଟ ଓସାର ରହିବ। ଏହାର ଦୁଇପାର୍ଶ୍ୱରେ ୧୫ ଫୁଟ ଲେଖାଏ ୩୦ ଫୁଟ ରାସ୍ତା ଏବଂ ଆଉ ୫ ଫୁଟ ଲେଖାଏ ଜାଗା ବିଦ୍ୟୁତ୍‌ ଖୁଣ୍ଟ, ପାଣି ପାଇପ ଆଦି ପାଇଁ ଛଡ଼ାଯିବ ବୋଲି ଶତପଥୀ ସୂଚନା ଦେଇଛନ୍ତି। ତେବେ ଶନିବାର ଅଧିକାରୀମାନେ ନକ୍ସା ଦେଖି ମାପଚୁପ କରିବା ସମୟରେ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଲାଗି ଯେଉଁମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିିବ ସେମାନଙ୍କ ମଧ୍ୟରେ ଏକପ୍ରକାର ଛନକା ପଶିଛି।

ପୁରୀ-କୋଣାର୍କ ମୁଖ୍ୟରାସ୍ତାର ମାଟିଆପଡ଼ାଠାରେ ରହିଛି ସିଦ୍ଧମହାବୀର ଲେଭଲ କ୍ରସିଂ। ଏହି ଲେଭଲ କ୍ରସିଂ ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଗାଡ଼ିମୋଟର, ଟୁରିଷ୍ଟ ବସ୍‌ ଚଳାଚଳ କରିଥାଏ। ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକେ ଯା’ଆସ କରନ୍ତି। ଛାତ୍ରୀଛାତ୍ର, ରୋଗୀ ମଧ୍ୟ ଏହି ଲେଭଲ କ୍ରସିଂ ଦେଇ ଯିବା ବେଳେ ସମସ୍ୟାରେ ପଡ଼ନ୍ତି। ଦୈନିକ ପ୍ରାୟ ୫୫ଥର ଗେଟ୍‌ ପଡୁଥିବାରୁ ଏଠାରେ ଟ୍ରାଫିକ ସମସ୍ୟା ଅସମ୍ଭାଳ ହୋଇପଡ଼େ। ପ୍ରାୟ ୧୫ରୁ ୨୦ ମିନିଟ୍‌ ମଧ୍ୟରେ ଥରେ ଗେଟ୍‌ ପଡ଼ିିଥାଏ। ୭ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଗେଟ୍‌ ବନ୍ଦ ରହିଥାଏ। ଏମିତି କି ସମୟେ ସମୟେ ଯଦି ଦୁଇପାର୍ଶ୍ୱରୁ ପାଖାପାଖି ସମୟରେ ଗାଡ଼ିି ଆସେ ତେବେ ୧୦ମିନିଟ୍‌ରୁ ଅଧିକ ସମୟ ପର୍ଯ୍ୟନ୍ତ ଗେଟ୍‌ ପଡ଼ିିଯାଏ। ଫଳରେ ଉଭୟ ପାର୍ଶ୍ୱରେ ୨ କିମି ପର୍ଯ୍ୟନ୍ତ ଗାଡ଼ିି ଲମ୍ବିଯାଏ। ଏହି ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଏପରି କି ପରୀକ୍ଷା ପାଇଁ ଯାଉଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଫସିଯାନ୍ତି। ଅନେକଥର ଆମ୍ବୁଲାନ୍ସ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିବାର ନଜିର ରହିଛି। ଛାତ୍ରୀଛାତ୍ର ବି ଏଥିପାଇଁ ବିଳମ୍ବରେ ସ୍କୁଲ, କଲେଜରେ ପହଞ୍ଚନ୍ତି। ଏପରି ଘଟଣା ବାରମ୍ବାର ଦୃଷ୍ଟିଗୋଚର ହେଉଥିବାରୁ ଅନେକ ସମୟରେ ଏହାକୁ ନେଇ ଆନ୍ଦୋଳନ, ବିକ୍ଷୋଭ ଏବଂ ବିଭିନ୍ନ ସ୍ତରରେ ଦାବିପତ୍ର ଦିଆଯାଇଛି। କୌଣସି ଜାତୀୟସ୍ତରୀୟ ନେତା ପୁରୀ ଆସିଲେ ତାଙ୍କ ଆଗରେ ସିଦ୍ଧମହାବୀର ଆର୍‌ଓବି ଦାବି ରଖାଯାଏ। ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବି ରାଜନେତାମାନେ ଫାଇଦା ନେବାକୁ ଅନେକ ଥର ଉଦ୍ୟମ କରିଛନ୍ତି। ନିର୍ବାଚନ ଆସିଲେ ପୁରୀ ବିଧାନସଭା କ୍ଷେତ୍ର ଏବଂ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀମାନେ ଏହାକୁ ଅସ୍ତ୍ର କରିଥାନ୍ତି। କ୍ଷମତାକୁ ଆସିଲେ ସିଦ୍ଧମହାବୀର ଆର୍‌ଓବି କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନ ସରିଗଲେ ଏହାକୁ ସେମାନେ ଭୁଲିଯାନ୍ତି। ଏମିତି କି ଏହି ଆର୍‌ଓବି ଦାବିରେ ଗତବର୍ଷ ଜନଜାଗରଣ ମଞ୍ଚର ଆବାହକ ଜ୍ୟୋତିରଞ୍ଜନ ନାୟକ ଚାଲି ଚାଲି ଦିଲ୍ଲୀ ଯାଇଥିଲେ । ସେଠାରେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଭରବ୍ରିଜ୍‌ ପାଇଁ ୧ଲକ୍ଷ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ନିକଟରେ ଆର୍‌ଓବି ନିର୍ମାଣ ନେଇ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିଲା। ବର୍ଷ ବର୍ଷ ଧରି ସିଦ୍ଧମହାବୀର ଆର୍‌ଓବି ନିର୍ମାଣ କ୍ଷେତ୍ରରେ ପ୍ରତାରିତ ହେଉଥିବା ପୁରୀବାସୀଙ୍କ ସ୍ବପ୍ନ ଏବେ ପୂରଣ ହେବାକୁ ଯାଉଥିବା କୁହାଯାଉଛି।


All Right Reserved By Dharitri.Com

‘ଅମ୍ଫନ’ରେ ବେହାଲ କରିବ ନର୍ଦ୍ଦମା ପାଣି

କଟକ ଅଫିସ,୧୭ା୫-ବାତ୍ୟା ‘ଅମ୍ପନ୍‌’ ପ୍ରଭାବରେ ରାଜ୍ୟର ଯେଉଁ ସବୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି, ସେଥିରେ କଟକ ମଧ୍ୟ ସାମିଲ ରହିଛି। ଏହାକୁ ନଜରରେ...

ଭୁବନେଶ୍ୱରର ୧୧ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ମାରାତ୍ମକ କୋଭିଡ଼୍‌-୧୯ ସଂକ୍ରମଣ ରୋକିବା ପାଇଁ ସନ୍ଦିଗ୍ଧମାନେ କ୍ୱାରାଣ୍ଟାଇନ୍‌ରେ ରହିବାର ଆବଶ୍ୟକତା ରହିଛି। ଏପରି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସ୍ବତନ୍ତ୍ର...

କୋଟାରୁ ଫେରିଲେ ୫୪ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୫-କରୋନା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି। ଏହି ସମୟରେ ବାହାରେ ରହିଯାଇଥିବା ଶ୍ରମିକ, ଛାତ୍ରୀଛାତ୍ର ଓ ତୀର୍ଥଯାତ୍ରୀମାନଙ୍କୁ ନିଜ ନିଜ...

ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୬।୧୦: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା କରି ତାଙ୍କୁ...

ସାହି ଭାଇ ଆସିଲେନି, ୨ ଦିନ ଘରେ ପଡ଼ି ରହିଲା ମୃତଦେହ: ପ୍ରଶାସନର ହସ୍ତକ୍ଷେପ ପରେ ହେଲା ଅନ୍ତିମ ସତ୍କାର

ବଡ଼ସାହି,୩ା୧(ସ୍ବ.ପ୍ର)- ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ସାହିଭାଇ ମୃତଦେହ ଉଠାଇବାକୁ ଆସିଲେନି। ୨ ଦିନ ଘର ଭିତରେ ପଡ଼ି ରହିଲା ମୃତଦେହ । ଶେଷରେ ପ୍ରଶାସନର...

ଅନ୍ୟ ଜିଲାରୁ ଆସୁଥିବା କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଦାବି

କେନ୍ଦୁଝର, ୨୧।୪(ସ୍ବ.ପ୍ର.)-ସୋମବାର ଠାରୁ ଅଫିସ ଖୋଲିଲା। ଘରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ଲୁଚାଛପା ବା ଜରୁରୀ କାମରେ...

ବର୍ଷାମାଡ଼ ଖାଉଛନ୍ତି ରୋଗୀ

ବ୍ରହ୍ମପୁର ଅଫିସ୍‌,୪ା୯-ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ୍‌ ହସ୍‌ପିଟାଲ୍‌ ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ରୋଗୀସେବା ଦିନକୁ ଦିନ ନିମ୍ନଗାମୀ...

ଶିଶୁବଳି ସନ୍ଦେହରେ ଉତ୍ତେଜନା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରିଲେ

ବଲାଙ୍ଗୀର ଅଫିସ, ୨୮ା୫: ବଲାଙ୍ଗୀର ସହର ଚିମିନିଭାଟିପଡା-ଲକ୍ଷ୍ମୀନଗରପଡା ପାଖ ଲକ୍ଷ୍ମୀଯୋର ଭିତରୁ ଗତ ଶୁକ୍ରବାର ରାତିରେ ଜଣେ ନିଖୋଜ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା...

Leave a comment

Your email address will not be published. Required fields are marked *