ନିସ୍ତେଜ ହେଉଛି ନରହନ୍ତା ଦନ୍ତା

ବନ୍ତଳା/ତାଳଚେର,୧୯।୧(ନି.ପ୍ର.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ କରିବା ସହ ୬ ଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତା ହାତୀକୁ ଶନିବାର ଟ୍ରାଙ୍କୁଲାଇଜ୍‌ କରୁଛି ବନ ବିଭାଗ। ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ୪ଥର ଟ୍ରାଙ୍କୁଲାଇଜ କରାଯାଇଛି। ରାତିରେ ଯଦି ହାତୀ ସମ୍ପୂର୍ଣ୍ଣ ନିସ୍ତେଜ ହୁଏ ତାହାକୁ ରବିବାର ସକାଳେ ଟ୍ରକ୍‌ରେ ଲଦି ଢେଙ୍କାନାଳର କପିଳାସ ଚିଡ଼ିଆଖାନାକୁ ନିଆଯିବ ବୋଲି ସୂଚନା ମିଳିଛି।
ତାଳଚେର ରେଞ୍ଜ ଅଞ୍ଚଳରେ ଦୁଇଦିନ ହେଲା ଜଗି ରହିଥିବା ବନ ବିଭାଗର ଅଫିସର ଓ କର୍ମଚାରୀମାନେ ଶନିବାର ଅପରାହ୍ନରେ ଖୋଲା ଜାଗାରେ ଦନ୍ତା ବୁଲୁଥିବା ଦେଖିଥିଲେ। ଫଳରେ ସୁବିଧା ଦେଖି ରାତି ପ୍ରାୟ ୭ଟାରେ ଡେରା ଅନନ୍ତ ପି.ଓ. ଅଫିସ ସମ୍ମୁଖରେ ଟ୍ରାଙ୍କୁଲାଇଜ୍‌ କରିଥିଲେ। ପ୍ରଥମ ଡୋଜ୍‌ କାମ ନ ଦେବାରୁ ୭ଟା ୪୫ରେ ପୁନର୍ବାର ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଏହାପରେ ହାତୀଟି ବୁଦା ମଧ୍ୟରେ ଲୁଚି ରହିଥିଲା। ଦ୍ୱିତୀୟ ଡୋଜ୍‌ ଅଳ୍ପ କାମ କରିବାରୁ ରାତି ୮ଟା ୩୦ରେ ତୃତୀୟ ଡୋଜ୍‌ ଦିଆଯାଇଥିଲା। ଏହାପରେ ବିଳମ୍ବିତ ରାତିରେ ଆଉ ଏକ ଡୋଜ୍‌ ଦିଆଯାଇଥିଲା। ଫଳରେ ନରହନ୍ତା ହାତୀ ଧୀରେ ଧୀରେ ନିସ୍ତେଜ ହେଉଥିବା ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ରାତିରେ ଦନ୍ତା ନିସ୍ତେଜ ହୋଇଗଲେ ଏକ ସ୍ବତନ୍ତ୍ର ଟ୍ରକ୍‌ରେ ସୁରକ୍ଷା ମଧ୍ୟରେ କପିଳାସସ୍ଥିତ ଚିଡ଼ିଆଖାନାକୁ ନେବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଏହି ଅପରେଶନ୍‌ ଟିମ୍‌ରେ ଅନୁଗୋଳ ଡିଏଫ୍‌ଓ ଭି. କାର୍ତ୍ତିକ, ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁ, ସାତକୋଶିଆ ଏସିଏଫ୍‌ ସରୋଜ କୁମାର ପଣ୍ଡା, ନନ୍ଦନକାନନ ଟ୍ରାଙ୍କୁଲାଇଜ୍‌ ଟିମ୍‌, ଅନୁଗୋଳ ଡିଭିଜନ ଅଫିସର ପ୍ରୋବେଶନାଲ ଆଇଏଫ୍‌ଏସ୍‌ ସାଇକରଣ, ଏସିଏଫ୍‌ ବାସୁଦେବ ନାଏକ, ଏକ୍ସପର୍ଟ କମଳ ଲୋଚନ ପୁରୋହିତ, ଅନୁଗୋଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ, ତାଳଚେର ରେଞ୍ଜର ହିମାନୀ ନାୟକ, ତାଳଚେର ଫରେଷ୍ଟର ଲିଜାଲିନ ସାହୁଙ୍କ ସମେତ କଣିହଁା, ଛେଣ୍ଡିପଦା ରେଞ୍ଜରଙ୍କ ସହ ପ୍ରାୟ ୪୦ କର୍ମଚାରୀ ସାମିଲ ହୋଇଥିଲେ।


All Right Reserved By Dharitri.Com

ଟ୍ରକ ଧକ୍କାରେ ଜଣେ ମୃତ

ବଅଁରପାଳ,୨୨।୧୦(ଡି.ଏନ.ଏ.)-ବଅଁରପାଳ ଥାନା ହାଇସ୍କୁଲ ନିକଟରେ ସୋମବାର ସାରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ବଅଁରପାଳ ଥାନା ସାଲଗାଡ଼ିଆ ଗ୍ରାମର ଲକ୍ଷ୍ମଣ ଖଟୁଆ(୩୫)ଙ୍କ ମୃତ୍ୟୁ ହୋଇଛି।...

ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ: ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣିଲେ ଏମ୍‌ପି, ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୬।୮: ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଯାଇଥିବା ୫୫ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତ୍ୟକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ...

ସର୍ଭେ ଓ ଅନୁସନ୍ଧାନ ବିଭାଗ କରୁଛି ଅବହେଳା

ଅନୁଗୋଳ ସହର, ୬।୨ – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଗ୍ରାମରେ ପ୍ରସ୍ତାବିତ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ମନ୍ଥର କାର୍ଯ୍ୟ...

ଉଚ୍ଛେଦ ହେଲା, ଥଇଥାନ ହେଉନି: ଦୁର୍ଦ୍ଦଶାରେ ଉଠା ଦୋକାନୀ

ବଇଣ୍ଡା,୧୫ା୯(ଡି.ଏନ.ଏ) – କିଶୋରନଗର ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକ ଏବେ ଛାରଖାର ହୋଇଯାଇଛି। ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ...

ବନ୍ଦ ହେଲା ବାୟାଣି ଯାତ୍ରା

ଛେଣ୍ଡିପଦା, ୨୫।୩(ସ୍ବ.ପ୍ର)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣି ଠାକୁରାଣୀଙ୍କ ଗୁରୁବାର ଆୟୋଜିତ ହେବାକୁ ଥିବା ବାର୍ଷିକ ଯାତ୍ରା ବନ୍ଦ...

ବିଜ୍ଞାପିତ ଅଞ୍ଚଳ ହେବ ପାଲଲହଡ଼ା: ମନ୍ତ୍ରୀ

ପାଲଲହଡ଼ା/ପବିତ୍ରନଗର, ୨୪ା୧୦(ଡି.ଏନ.ଏ.) – ରାଜ୍ୟ ପଞ୍ଚାୟତିରାଜ ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ପାଲଲହଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ...

ଗଲାଣି ବିଶ୍ରାମାଗାର : ଜବରଦଖଲ କରିଛନ୍ତି ଦୋକାନୀ

ବଅଁରପାଳ, ୩ା୩(ଡି.ଏନ.ଏ.) ଅନୁଗୋଳ ଜିଲାର ବଅଁରପାଳ ଭଳି ଜନଗହଳିପୂର୍ଣ୍ଣ ବଜାରରେ ବିଶ୍ରାମାଗାରଟିଏ ନ ଥିବାରୁ ବସ୍‌ ଧରିବାକୁ ଅପେକ୍ଷାରତ ଯାତ୍ରୀଙ୍କୁ ଏଠାରେ ଦୀର୍ଘ ସମୟ ଧରି...

କ୍ୱାରାଣ୍ଟାଇନ କଡ଼ାକଡ଼ି କରିବାକୁ ଦାବି

ତାଳଚେର,୯ା୫(ନି.ପ୍ର.) – ଓଡ଼ିଶା ବାହାରୁ ଅନୁଗୋଳ ଜିଲାକୁ ଆସୁଥିବା ଶ୍ରମିକ, ଛାତ୍ରୀଛାତ୍ର ତଥା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଠିକ୍‌ ଭାବେ ସର୍ଭେ କରାଯାଇ ସେମାନଙ୍କୁ ମାସେ...

Leave a comment

Your email address will not be published. Required fields are marked *