ରେଳଷ୍ଟେଶନରେ ସୁରକ୍ଷିତ ମଣୁନାହାନ୍ତି ଯାତ୍ରୀ

ବ୍ରହ୍ମପୁର ଅଫିସ,୧୯ା୧-ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ରେଳଷ୍ଟେଶନ ଉପରେ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରନ୍ତି। ଏହି ଷ୍ଟେଶନ ଦେଇ ବହୁ ଟ୍ରେନ ଚଳାଚଳ କରୁଛି। ଏଠାରୁ ଯାତ୍ରୀମାନେ ଭୁବନେଶ୍ୱର ଦେଇ କଲିକତା ଓ ଦିଲ୍ଲୀ ଯିବା ପାଇଁ ଏବଂ ଆନ୍ଧ୍ରପ୍ରଦେଶ ଦେଇ ସୁରଟ, ମୁମ୍ବାଇ, ତାମିଲନାଡୁ ଆଦିକୁ ଯାଇଥାନ୍ତି। ଦୈନିକ ବହୁ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯିବାପାଇଁ ବ୍ରହ୍ମପୁର ରେଳଷ୍ଟେଶନକୁ ଆସୁଛନ୍ତି। ତେବେ ଏଠାରେ ଅସହାୟ ତଥା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ୁଥିବାରୁ ଯାତ୍ରୀମାନେ ସୁରକ୍ଷିତ ମଣୁ ନଥିବା ଅଭିଯୋଗ ହେଉଛି। ବିଶେଷକରି ମହିଳା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ କେହି ବି ଦୃଷ୍ଟି ଦେଉନାହାନ୍ତି।
ଶନିବାର ସକାଳେ ଭୁବନେଶ୍ୱର ଯିବା ପାଇଁ ଜଣେ ଯୁବତୀ ବ୍ରହ୍ମପୁର ରେଳଷ୍ଟେଶନକୁ ଆସିଥିଲେ। ସେ ଟିକେଟ ପାଇଁ କାଉଣ୍ଟରକୁ ଯାଉଥିବା ବେଳେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ତାଙ୍କୁ ଭିଡି ନେଇଥିଲେ। ଏହାଦେଖି ସେଠାରେ ଥିବା ଲୋକେ ସମ୍ପୃକ୍ତ ମାନସିକ ବିକାରଗ୍ରସ୍ତଙ୍କୁ ଟାଣିଆଣି ରାସ୍ତାରେ ଛାଡ଼ିଥିଲେ। ପରେ ଯୁବତୀ ଜଣକ କାଉଣ୍ଟରରୁ ଟିକେଟ ନେଇ ଟ୍ରେନ ଆସିବା ପରେ ଭୁବନେଶ୍ୱର ଯାଇଥିଲେ। ଏପରି ଘଟଣା ଥରକୁ ଥର ହେଉଥିବାରୁ ମହିଳାଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସରକାର ମହିଳା ଓ ଯୁବତୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା କହୁଥିବା ବେଳେ ଏଠାରେ କାର୍ଯ୍ୟରତ ଅଧିକାରୀମାନଙ୍କ ଖାମଖିଆଲ ନୀତି ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟୁଛି। ରେଳଷ୍ଟେଶନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାରୀ ରେଳବାଇ ପୋଲିସ (ଜିଆରପି) ଓ ରେଳ ସୁରକ୍ଷା ବଳ (ଆର୍‌ପିଏଫ) ରହିଥିଲେ ମଧ୍ୟ ଏଭଳି କ୍ଷେତ୍ରରେ ମାନସିକ ଦିବ୍ୟାଙ୍ଗମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ମାନସିକ ବିକାରଗ୍ରସ୍ତଙ୍କ ଥଇଥାନ ପାଇଁ ସହରରେ ସରକାର ଅନେକ ଯୋଜନା କରିଛନ୍ତି। ହେଲେ ପ୍ରଶାସନ ଏଥିପ୍ରତି ଆନ୍ତରିକତା ଦେଖାଉ ନଥିବା ଦେଖିବାକୁ ମିଳିଛି। ଯଦ୍ଦ୍ବାରା ମାନସିକ ଅନଗ୍ରସରମାନେ ବସଷ୍ଟାଣ୍ଡ ଓ ରେଳଷ୍ଟେଶନରେ ଘୂରି ବୁଲୁଛନ୍ତି। ମହିଳାଯାତ୍ରୀଙ୍କୁ ସେମାନେ ସର୍ବସାଧାରଣରେ ଅସଦାଚରଣ ଉଦ୍ୟମ କରୁଥିଲେ ମଧ୍ୟ ଉଭୟ ପୋଲିସ, ପ୍ରଶାସନ ନୀରବଦ୍ରଷ୍ଟା ସାଜୁଛନ୍ତି। ପୀଡ଼ିତା ଲଜ୍ଜିତ ହୋଇ ଚୁପ ରହୁଛି। ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ମହିଳା ଯାତ୍ରୀମାନେ ଏହି ମାନସିକ ବିକାରଗ୍ରସ୍ତମାନଙ୍କ ଦ୍ୱାରା ବଳାତ୍କାରର ଶିକାର ହେବେ ଏବଂ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଭାଜପା ପୂର୍ବତନ ଜିଲା ସଭାପତି କାହ୍ନୁ ଚରଣ ପତି କହିଛନ୍ତି। ଏ ନେଇ ଜିଆରପି ଥାନାଧିକାରୀ ସୁକାନ୍ତ ଭୋଇ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପୋଲିସ ଯଥେଷ୍ଟ ଧ୍ୟାନ ଦେଉଛ ବୋଲି କହିଛନ୍ତି। ଶନିବାର ଷ୍ଟେଶନରେ ଘଟିଥିବା ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।


All Right Reserved By Dharitri.Com

ସଙ୍ଗରୋଧ ଗୃହରେ ସନ୍ତାନ ଜନ୍ମ

ବେଗୁନିଆପଡ଼ା,୧୩ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ସନ୍ତୋଷିନୀ ପ୍ରଧାନଙ୍କର ମଙ୍ଗଳବାର...

କୋଭିଡ ଫଣ୍ଡ କୁ ୧.୧୧ଲକ୍ଷ ପ୍ରଦାନ

ଛତ୍ରପୁର,୩୦ା୩(ଡି.ଏନ୍‌.ଏ.)- ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍‌ ଫଣ୍ଡ)କୁ ଛତ୍ରପୁରର ବ୍ୟବସାୟୀ ଡମ୍ବୁରୁଧର ସାହୁଙ୍କ ପରିବାର ପକ୍ଷରୁ ୧ଲକ୍ଷ ୧୧ହଜାର ୧୧୧ଟଙ୍କା ପ୍ରଦାନ କରାଯାଇଛି। ସୋମବାର ଛତ୍ରପୁରଠାରେ...

‘ଇଂଲିଶ୍‌ ପଛରେ ଗୋଡ଼ାଇବା ମାନସିକତା ବଦଳୁ’

ବ୍ରହ୍ମପୁର ଅଫିସ୍‌,୪ା୧୧-ଅନେକ ବର୍ଷ ପର୍ଯ୍ୟନ୍ତ ଆମକୁ ଶାସନ କରିବା ପରେ ଇଂରେଜମାନେ ନିଜ ଦେଶକୁ ଫେରିଗଲେ । କିନ୍ତୁ ତାଙ୍କ ଭାଷାର ଗଭୀର ଛାପ ଆମ...

ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବ ଏଲ୍‌ଇଡି ଡିସ୍‌ପ୍ଲେ

ବ୍ରହ୍ମପୁର ଅଫିସ୍‌,୯।୮: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ(ଏମ୍‌କେସିଜି) ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟଠାରେ ଦୁଇଟି ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି ।...

ରଙ୍ଗେଇଲୁଣ୍ଡା ବ୍ଲକ: ଚିହ୍ନଟ ହେଲେ ନକଲି ଶିକ୍ଷୟିତ୍ରୀ

ଗୋପାଳପୁର,୮।୧- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀଙ୍କର ସିଟି ସାର୍ଟିଫିକେଟ ବୁଧବାର ଯାଞ୍ଚ ପରେ ନକଲି ଜଣାପଡିଛି। ଶିକ୍ଷୟିତ୍ରୀ...

ଲୁହାଛଡ଼ରେ ଯୁବକଙ୍କୁ ଆକ୍ରମଣ ମାମଲା: ୨ ଭାଇ ଗଲେ ଜେଲ

ଦିଗପହଣ୍ଡି,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଲୁହାଛଡ଼ରେ ଯୁବକଙ୍କୁ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିିରଫ କରିଛି। ସେମାନେ ହେଲେ ପିଙ୍କୁ ସେଠୀ ଓ ଚରଣ...

ବିଦ୍ୟୁତ୍‌ କର୍ମଚାରୀଙ୍କୁ ଆକ୍ରମଣ

ଖଲ୍ଲିକୋଟ,୨୧ା୨(ଡି.ଏନ୍‌.ଏ.) – ଖଲ୍ଲିକୋଟ ବ୍ଲକ ଡି.ଗୁହାରିଆପାଟ ଗ୍ରାମ ରମ୍ଭା ସାଉଥ୍‌କୋ ଡିଭିଜନର କର୍ମଚାରୀ ଆର. କ୍ରୀଷ୍ଣା ରେଡ୍ଡୀ, ସାଗର କୁମାର ଦାସ, ଚନ୍ଦ୍ରଶେଖର ରଥ, ଅରକ୍ଷୀତ...

୭ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବ

ଭଞ୍ଜନଗର,୨୮।୫(ଡି.ଏନ.ଏ)- ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭଞ୍ଜନଗର ବେଲେଶ୍ୱେର ଶୈବପୀଠରେ ଆଜକୁ ୪ଦିନ ହେବ ୭ ମନ୍ଦିର ପ୍ରତିଷ୍ଠା ଉସତ୍ବ ଚାଲିଛି। ବୁଧବାର ଉଦ୍‌ଯାପିତ ହେବ। ବୁଧବାର...

Leave a comment

Your email address will not be published. Required fields are marked *