ଏ ସବୁ ସମସ୍ୟାରୁ ମୁକ୍ତିଦିଏ କର୍ପୂରତେଲ

ଘରେ ବିଭିନ୍ନ ପୂଜାପାର୍ବଣ ବା ଆଳତି ସମୟରେ କର୍ପୂରର ବ୍ୟବହାର କରାଯାଇଥାଏ। ଏହା ପରେ ମଧ୍ୟ କର୍ପୂରକୁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ। ଏଥିରୁ ଆଣ୍ଟିବାୟୋଟିକ୍‌ ଓ ଆଣ୍ଟି ଫଙ୍ଗାଲ ଗୁଣ ମିଳିଥାଏ। ଏହା ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଲାଗି ମଧ୍ୟ ବ୍ୟବହାର କରାଯାଏ। ତେବେ ଉଭୟ କର୍ପୂର ଓ କର୍ପୂରତେଲ ଅନେକ କାର୍ଯ୍ୟରେ ଲାଗିଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ।

-କର୍ପୂରତେଲକୁ ମୁହଁରେ ଲଗାଇଲେ ବ୍ରଣ ସହ କଳାଦାଗ ସମସ୍ୟା ଦୂରହୋଇଥାଏ। ଏହାକୁ କପାଳରେ ଲଗାଇ ମାଲିସ କଲେ ଚିନ୍ତାରୁ ମୁକ୍ତି ମିଳିଥାଏ।

– ଏହି ତେଲକୁ କେଶରେ ଲଗାଇବା ଫଳରେ କେଶ ଝଡ଼ିବା, ରୁପି ଓ ଚନ୍ଦାପଣ ସମସ୍ୟା ଦୂରହୋଇଥାଏ। ମୁହଁ ସଫା କରିବାର ଏକଘଣ୍ଟା ପୂର୍ବରୁ ଏହାକୁ ଦହିରେ ମିଶାଇ ଲଗାଇ ଧୋଇଦିଅନ୍ତୁ। କେଶ ସମସ୍ୟା ଦୂରହେବ।

– ଗରମପାଣିରେ ଅଳ୍ପ କର୍ପୂରତେଲ ମିଶାଇ ସେଥିରେ ପାଦ ବୁଡ଼ାଇଲେ ଗୋଡ଼ ଫଟା ସମସ୍ୟାରୁ ମୁକ୍ତି ମିଳିଥାଏ।

-ଶରୀରରେ କଟାଦାଗ କି କଳାଦାଗ ଯଦି ରହିଥାଏ ତେବେ କର୍ପୂରତେଲ ଲଗାଇବା ଫଳରେ ତାହା ଦୂରହୋଇଥାଏ।

-ଏହାକୁ ଶରୀରରେ ମାଲିସ କରିବା ଫଳରେ ଦରଜ କମିଥାଏ।

ଏହି ତେଲ ବଜାରରେ ଉପଲବ୍ଧ ହେଉଥିଲେ ମଧ୍ୟ ଏହାକୁ ଘରେ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଅଳ୍ପ ନଡ଼ିଆ ତେଲରେ କର୍ପୂରଗୁଣ୍ଡ ମିଶାଇ ଏକ ବନ୍ଦ ପାତ୍ରରେ ରଖନ୍ତୁ।


All Right Reserved By Dharitri.Com

ଅର୍ଶ, ପେଟ ଦରଜ ଦୂର କରେ ଡାଳିମ୍ବ ଚୋପା

ସାଧାରଣତଃ ଆମେ ଫଳ ଖାଇସାରିବା ପରେ ଏହାର ଚୋପା ଫିଙ୍ଗି ଦେଇଥାଉ। ଯେଉଁଥିରେ କି ଔଷଧୀୟ ଗୁଣ ଭରି ରହିଥାଏ। ଏହି ଯେମିତି ଡାଳିମ୍ବ ଖାଇ...

ଷ୍ଟ୍ରୋକ୍‌ ରୋଗୀ ଓ ରୋବୋ

ଚିକିତ୍ସା ବିଜ୍ଞାନରେ ରୋବୋର ବ୍ୟବହାର କିଛି ନୂଆ କଥା ନୁହେଁ। ଏବେ ଜଟିଳ ଅପରେଶନ ପାଇଁ ଏହାର ସହାୟତା ନିଆଯାଉଛି। ନିକଟରେ ଜାପାନର ଟୋକିଓ ୟୁନିଭର୍ସିଟିର...

ପାମ୍ପୁଡ଼ି ପନିର୍‌

ପନିର୍‌କୁ ବିଭିନ୍ନ ସ୍ବାଦ ଦେଇ ଖାଦ୍ୟ ପ୍ରସ୍ତୁତ କରାଯାଏ । ଖଟା, ମିଠା ଓ ରାଗ ଆଦି ସ୍ବାଦରେ ପନିର୍‌ ବେଶ୍‌ ଭଲ ଲାଗେ। ସେହିଭଳି...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି…

ଶରୀର ପାଇଁ ଉଷୁମ ପାଣି ଚିକିତ୍ସା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକିୟା ସ୍ବାଭାବିକ ହେବା ସହିତ ହାର୍ଟଆଟାକ୍‌ ଆଶଙ୍କା ଦୂର...

ବାତରକ୍ତ ସମସ୍ୟା ଦୂର କରିବ ଅମୃତଭଣ୍ଡା ଚା’

ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ଅଧିକ ହେଲେ ବାତରକ୍ତ ସମସ୍ୟା ଉପୁଜିଥାଏ। ଏହି ରୋଗ ଯୋଗୁ ଜଏଣ୍ଟ୍‌ ପେନ୍‌ ଯନ୍ତ୍ରଣା ପୀଡ଼ିତକୁ ଦରମରା କରିପକାଏ। ଯନ୍ତ୍ରଣା...

ଭାଗ୍ୟ ଖୋଲିଦେବ ଏହି ଗଛ

ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି, ବାଡ଼ି ବଗିଚାରେ ଗଛଲତାର ଯନତ୍ ନେଲେ ଆରୋଗ୍ୟ ଲାଭ ସହ ଗ୍ରହଦୋଷ ମଧ୍ୟ କଟିଯାଏ। ତେବେ ଘରେ କେଉଁସବୁ ଗଛ...

ଉପକାରୀ ମାଠିଆ ପାଣି

ମାଠିଆ ପାଣି ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୂୁଲ୍ୟ। ମାଠିଆରୁ ଆଣି ଗ୍ଲାସେ ପାଣି ପିଇଦେଲେ ବେଶ୍‌ ଶାନ୍ତି ଲାଗେ। ତେବେ...

ପଞ୍ଜାବୀ କଡ଼ାଇ ଛୋଲେ

ଆବଶ୍ୟକ ସାମଗ୍ରୀ: ୨୫୦ଗ୍ରାମ କାବୁଲିଚଣା, ଏକ ଚାମଚ ଚା’ ପତି ଏକ କପଡ଼ାରେ ବନ୍ଧା ହୋଇଥିବା, ଏକ ଚାମଚ ଗୋଟା ଜୀରା, ଗୋଟା ଧନିଆଁ, ଦୁଇଖଣ୍ଡ...

Leave a comment

Your email address will not be published. Required fields are marked *