Posted inଜାତୀୟ

୨୦ରେ ହେବ ପବନଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୮।୧: ନିର୍ଭୟା ଗଣବଳାତ୍କାରର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହାର ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ପବନ କହିଥିଲେ ଘଟଣା ସମୟରେ ଅର୍ଥାତ୍‌ ୨୦୧୨ରେ ସେ ନାବଳକ ଥିଲେ। ଏହା ସେ ହାଇକୋର୍ଟରେ ଦର୍ଶାଇଥିଲେ ମଧ୍ୟ କୋର୍ଟ ଏହା ଶୁଣି ନ ଥିବା ସେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ତେବେ ୨୦୧୨ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଚଳନ୍ତା ବସରେ ଗଣବଳାତ୍କାର କରିବା ଘଟଣା ସେତେବେଳେ ସମଗ୍ର ରାଜଧାନୀକୁ ଦୋହଲାଇ ଦେଇଥିଲା। ଦୀର୍ଘ ୭ ବର୍ଷ ତଳର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ମୁକେଶ କୁମାର ସିଂ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରି ଦେଇଛନ୍ତି। ଫଳରେ କୋର୍ଟଙ୍କ ରାୟ ଅନୁଯାୟୀ ସମସ୍ତ ୪ ଦୋଷୀଙ୍କୁ ଏକ ପ୍ରକାର ଫାଶୀ ଦେବା ନିଶ୍ଚିତ ହୋଇଯାଇଛି। ଏମିତିକି କୋର୍ଟ ପକ୍ଷରୁ ଫାଶୀ ଦେବାକୁ ଫେବୃୟାରୀ ୧ ସକାଳ ୬ଟା ବୋଲି ସ୍ଥିର ମଧ୍ୟ କରାଯାଇଛି।


All Right Reserved By Dharitri.Com

୩୨ଥର ପାଇଁ ନିଜର ମତ ସାବ୍ୟସ୍ତ କଲେ ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ଜଣେ

କଳ୍ପ,୧୯।୫: ଭାରତରେ ୧୯୫୧ରେ ପ୍ରଥମ ଥର ଲାଗି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୬୮ ବର୍ଷ ତଳେ ଭୋଟ ଦେବାରେ ଯେଉଁ ଉତ୍ସାହ ଥିଲା ଆଜିବି...

ଦିଲ୍ଲୀ ରଣକ୍ଷେତ୍ର: ଟେକାମାଡ଼ କଲେ ଛାତ୍ର, ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୧୬ା୧୨ : ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦେଳାନ ରବିବାର ମଧ୍ୟରାତ୍ରିରେ ଉଗ୍ରରୂପ ଧାରଣ କରିଛି। ଜେଏମ୍‌ଆଇୟୁରୁ ଆରମ୍ଭ ହୋଇଥିବା ବିକ୍ଷୋଭଜନିତ ହିଂସା ବିଭିନ୍ନ ଅଞ୍ଚଳକୁ ବ୍ୟାପିବା...

୨୦୨୪ ସୁଦ୍ଧା ନିର୍ମାଣ ହେବ ଶହେ ବିମାନ ବନ୍ଦର: ଡ୍ରୋନ୍‌ରେ କରାଯିବ ସାମଗ୍ରୀ ଡେଲିଭରି

ନୂଆଦିଲ୍ଲୀ,୩୧।୧୦: ଆସନ୍ତା ୫ ବର୍ଷ ମଧ୍ୟରେ ୨୦୧୪ ସୁଦ୍ଧା ଦେଶରେ ଶହେଟି ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ...

୨,୩୦୦ ଜଣଙ୍କୁ ସ୍ବଦେଶ ଫେରାଇ ଆଣିଥିଲା ଭାରତ

ନୂଆଦିଲ୍ଲୀ,୧୭ା୬ (ପି.ଟି.): ୨୦୦୬ରେ ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧବେଳେ ଭାରତ ସରକାର ନିଜର ୨୩୦୦ ନାଗରିକଙ୍କୁ ନିରାପଦରେ ସ୍ବଦେଶ ଫେରାଇ ଆଣିଥିଲେ। ‘ଚ୍ୟାଲେଞ୍ଜସ୍‌ ଅଫ୍‌ ଗଭର୍ନାନ୍ସ: ଆନ୍‌ ଇନ୍‌ସାଇଡର୍ସ...

୧୩ ବର୍ଷ ପରେ ଖୋଲିଲା ସ୍କୁଲ: ମାଓବାଦୀଙ୍କ ଦ୍ୱାରା ହୋଇଥିଲା ଛାରଖାର

ସୁକମା,୨୯।୬: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମାର ଜଗରଗୁଣ୍ଡା ଅଞ୍ଚଳରେ ଥିବା ଏକ ସ୍କୁଲ ମାଓବାଦୀ ଆକ୍ରମଣରେ ନଷ୍ଟ ହୋଇ ଯାଇଥିଲା। ଦୀର୍ଘ ୧୩ ବର୍ଷ ପରେ...

କମିଲା କର୍ପୋରେଟ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ, ୨୦।୯: ଗୋଆରେ ବସିବାକୁ ଥିବା ଜିଏସ୍‌ଟି ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ ଘୋଷଣା କରିଛନ୍ତି। କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଖୁସି...

ଅଓ୍ବନ୍ତିପୋରା ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରେ ମଙ୍ଗଳବାର ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଯବାନ ଆହତ...

ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୭।୧: ବଲିଉଡ୍‌ ଗାୟକ ଅଦନାନ ସାମିଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହା ‘ଏନ୍‌ଆର୍‌ସିର...

Leave a comment

Your email address will not be published. Required fields are marked *