ବିଦ୍ୟା ଦେବୀ: ୯୭ ବର୍ଷ ବୟସରେ ସମ୍ଭାଳିବେ ସରପଞ୍ଚ ଦାୟିତ୍ୱ

ଜୟପୁର,୧୮।୧: ବୟସ ଯେ ଏକ ସଂଖ୍ୟା ଏହାକୁ ଏବେ ପ୍ରମାଣ କରିଛନ୍ତି ରାଜସ୍ଥାନ ସିକାରର ୯୭ ବର୍ଷୀୟା ମହିଳା ବିଦ୍ୟା ଦେବୀ। ନିକଟରେ ଅନୁଷ୍ଠିତ ହୋଇଥିବା ରାଜସ୍ଥାନର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ସେ ବିଜୟୀ ହୋଇ ଏବେ ସରପଞ୍ଚ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡିଛି। ଏବେବି ସେ କିଛି କରିପାରିବେ ବୋଲି ଲୋକଙ୍କର ବିଶ୍ୱାସ ରହିଥିବାରୁ ଲୋକେ ତାଙ୍କୁ ନିର୍ବାଚିତ କରିଥିବା କୁହାଯାଏ। ବିଦ୍ୟାଦେବୀ ସିକାରର ପୁରନଓ୍ବାସ ଗ୍ରାମ ପଞ୍ଚାୟତ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଆରତି ମିନାଙ୍କୁ ୨୦୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ବିଦ୍ୟା ଦେବୀଙ୍କ ସ୍ବାମୀ ଶିବରାମ ସିଂ ସେନାରେ ମେଜର ଭାବେ କାମ କରିଥିବା ବେଳେ ୧୯୯୦ ମସିହା ପୂର୍ବରୁ ୨୫ ବର୍ଷକାଳ ସରପଞ୍ଚ ଭାବେ କାମ କରିଛନ୍ତି। ବିଦ୍ୟା ଦେବୀଙ୍କୁ ମୋଟ ୮୪୩ ଖଣ୍ଡ ଭୋଟ ମିଳିଥିବା ବେଳେ ମିନାଙ୍କୁ ମିଳିଥିଲା ୬୩୬ ଖଣ୍ଡ ଭୋଟ। ବିଦ୍ୟାଙ୍କ ବୟସ ଜାନୁୟାରୀ ୧, ୧୯୨୩ ବୋଲି ଉଲ୍ଲେଖ କରାଯାଇଛି।


All Right Reserved By Dharitri.Com

ଏନ୍‌ଆର୍‌ସି ନେଇ କାହିଁକି ନୀରବ ସୋନିଆ ଗାନ୍ଧୀ: ପ୍ରଶ୍ନ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୩୦।୧୨: ଏନ୍‌ଆର୍‌ସି ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନୀରବତା ଅବଲମ୍ବନ କରୁଥିବା ନେଇ ଜେଡ଼ିୟୁ ନେତା ପ୍ରଶାନ୍ତ କିଶୋର କଡ଼ା ସମାଲୋଚନା କରିଛନ୍ତି। ସେ...

ଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ସକାଳେ ସନ୍ଧ୍ୟାରେ କରନ୍ତୁ ଏପରି…

କେତେକଙ୍କଠାରେ ଶ୍ୱାସ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧ ସେବନ କରିଥାନ୍ତି। ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହି...

ଗିନିଜ୍‌ ବୁକ୍‌ରେ ବିଶ୍ୱର ସବୁଠାରୁ ଲମ୍ବା କେକ୍‌

ତ୍ରିଶୂର୍‌(କେରଳ): ରେକର୍ଡ ପାଇଁ ଲୋକେ ସବୁବେଳେ କିଛି ନିଆରା ଚିନ୍ତା କରିଥାନ୍ତି। ଭାରତ ନାମରେ ଏପରି ଅନେକ ରେକର୍ଡ ସମ୍ମାନଜନକ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି।...

ମଣିଷ ମୁହଁପରି ଦେଖାଯାଉଥିବା ପର୍ସ

ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ସବୁବେଳେ ନୂଆ ଜିନିଷ ବିକଷିତ ହେଉଛି। ବଜାରକୁ ଆସୁଥିବା କିଛି ନୂଆ ଜିନିଷ ଭଲ ଆଗୁଥିବା ବେଳେ ଆଉ କିଛି ଅଜବ...

ଏମିତି ଦେଶ, ଯେଉଁଠି ଘର କାନ୍ଥରେ ସ୍ତ୍ରୀଙ୍କ ଫଟୋ ରହିବା ବାଧ୍ୟତାମୂଳକ

ବିଶ୍ୱର ପ୍ରତ୍ୟେକ ଦେଶରେ କିଛି ନା କିଛି ରହସ୍ୟ ରହିଛି। ପ୍ରତ୍ୟେକ ଦିଶ ନିଜ ଚାଲିଚଳଣି, ପରମ୍ପରାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ସେହିପରି...

ଚର୍ମ କର୍କଟ ଉପରେ ଗବେଷଣା: ପ୍ରଫେସରଙ୍କୁ ୮୨ ଲକ୍ଷ ଫେଲୋଶିପ୍‌

ରାୟପୁର,୨୪।୪: ଛତିଶଗଡ଼ ରାୟପୁର ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅମ୍ବର ବ୍ୟାସ୍‌ଙ୍କୁ ଚର୍ମ କର୍କଟ ଉପରେ ଗବେଷଣା ପାଇଁ ୮୧ ଲକ୍ଷ...

‘ନିବେଶ ଲାଗି ଭାରତ ସବୁଠୁ ଅନୁକୂଳ’

ଧର୍ମଶାଳା(ହି.ପ୍ର.),୮-୧୧(ପି.ଟି.):ପୁଞ୍ଜିନିବେଶ ଲାଗି ଭାରତ ଏବେ ସବୁଠୁ ଅନୁକୂଳ ଲକ୍ଷ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ବିଶ୍ୱ ଇଜ୍‌ ଅଫ୍‌ ଡୁଇଙ୍ଗ...

ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ଏମ୍‌ପିଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୨।୭: ଉତ୍ତରପ୍ରଦେଶର ସୋନଭଦ୍ରାରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ କଂଗ୍ରେସ ଏମ୍‌ପିମାନେ ସୋମବାର ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଜମି ବିବାଦକୁ...

Leave a comment

Your email address will not be published. Required fields are marked *