ମହୋତ୍ସବ ଋତୁ

ବୌଦ୍ଧ ଜିଲା ସଂସ୍କୃତିସମ୍ପନ୍ନ ଐତିହାସିକ, ଶାନ୍ତି, ପ୍ରୀତି ଓ ମୈତ୍ରୀର ପବିତ୍ର ମାଟି। ସେହି ଜିଲାରେ ବର୍ଷସାରା ମହୋତ୍ସବର ଋତୁ ଚାଲିଛି। ହରଭଙ୍ଗା ବ୍ଲକ ପୁରୁଣାକଟକରେ ମା’ ଭୈରବୀ ମହୋତ୍ସବ, ବୀରନରସିଂହପୁରରେ ଗଡଜାତ ଲୋକ ମହୋତ୍ସବ, ବୌଦ୍ଧରେ ଜିଲା ମହୋତ୍ସବ ପାଳନ ହୋଇଥିବାବେଳେ ମାତ୍ର ଅଳ୍ପଦିନ ପୂର୍ବରୁ ପୁସ୍ତକମେଳା ମଧ୍ୟ ସମ୍ପନ୍ନ ହୋଇଛି। ସେହିପରି କଣ୍ଟାମାଳ ବ୍ଲକର ଖଟଖଟିଆରେ ଉଷତ ମହୋତ୍ସବ, ବ୍ରାହ୍ମଣୀରେ ବଉଳ ମହୋତ୍ସବ, ସିମିଳିପଦରରେ ମହକ ଉତ୍ସବ, କଣ୍ଟାମାଳରେ ଦୁଇ ଦୁଇଟି ମହୋତ୍ସବ, ଖୁଣ୍ଟିଗୋରାର ଖଡଙ୍ଗ ମହୋତ୍ସବ, ବିଳାସପୁରର ଲୋକ ମହୋତ୍ସବ ଓ ବାଉଁଶୁଣୀରେ ବାଉଁଶୁଣୀ ଲୋକ ମହୋତ୍ସବ ସାଙ୍ଗକୁ ରହିଛି ପଲଶାଗୋରାର ମୁରାସୁର ଦରବାର, କଲରାକୋଠାର ମହିଷାସୁର ଦରବାର, ମଲକିପଦର ଓ ଦପଲାର ଧନୁଯାତ୍ରା। ବୌଦ୍ଧ ସହରରେ ମଧ୍ୟ ଧନୁଯାତ୍ରା ଓ ରାମଲୀଳା ପର୍ବ ପାଳନ ହେଉଛି। ଏହାବ୍ୟତୀତ ବ୍ଲକର ପ୍ରସିଦ୍ଧ ଗନ୍ଧରାଢୀ ଶୈବପୀଠରେ ଗନ୍ଧରାଢୀ ମହୋତ୍ସବ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ମହୋତ୍ସବ ଦ୍ୱାରା ସାରା ଜିଲାରେ ସଂସ୍କୃତି, ପରମ୍ପରା ଉଜ୍ଜୀବିିତ ହେଉଛି। ମହୋତ୍ସବ ଫଳରେ ବ୍ୟବସାୟୀମାନେ ଭଲ ବେପାର କରିବା ସହ ଅଧିକ ଲାଭ ଉଠାଉଛନ୍ତି। ଏହାସହ ସାରା ଜିଲାରେ କଳାସୀ ଯାତ୍ରା, ଝାମୁଯାତ୍ରା, ଝୁଡାଖାଇ ଯାତ୍ରା, ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ପଲଶାଗୋରା ଓ ପାତାଳୀ ଶ୍ରୀକ୍ଷେତ୍ର ନାୟକପଡାର ମକରମେଳା ଓ ଆମ୍ବଗହଣାର ରାହାସ ଯାତ୍ରା ମଧ୍ୟ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ଜିଲା ମହୋତ୍ସବ ଖୁବ୍‌ ଧୁମଧାମରେ ପାଳନ ହୋଇଥିବା ବେଳେ ମହୋତ୍ସବ ସହ କୃଷି, ପର୍ଯ୍ୟଟନ ପର୍ବ, କ୍ରୀଡା ମହୋତ୍ସବ ପାଳନ ହୋଇଥିଲା। ଏହି ଗୌରବମୟ ମାଟିର ମହାନ୍‌ ପରମ୍ପରାକୁ ଜାବୁଡି ଧରିଥିବା କଳାକାରମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ବୌଦ୍ଧ ଗଡଜାତର ରାଜାମାନେ କଳାପ୍ରିୟ ଓ ପ୍ରଜାବତ୍ସଳ। ସେହି ସମୟରୁ ବିକାଶ ପ୍ରଦର୍ଶନୀ ସହ ବିଭିନ୍ନ ଗ୍ରାମରେ ଯାନିଯାତ୍ରାର ପରିବେଶ ସୃଷ୍ଟି ହୋଇଥିଲା, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ପାରମ୍ପରିକ ଭାବେ ଲୋକମାନଙ୍କ ଦ୍ୱାରା ପାଳନ ହୋଇଆସିଛି। ଖାଲି ଏତିକି ନୁହେଁ, ଏହି ଜିଲାରେ ରଥଯାତ୍ରା ଓ ବାହୁଡାଯାତ୍ରା ପାଳନ ମଧ୍ୟ ସମ୍ପୂର୍ଣ୍ଣ ନିଆରା। ବୌଦ୍ଧ ସହରରେ ମୁଖ୍ୟ ରଥଯାତ୍ରା ପାଳିତ ହେଉଥିବାବେଳେ ରାଜାଙ୍କ ଆଦେଶକ୍ରମେ ଆବହମାନ କାଳରୁ ଗ୍ରାମାଞ୍ଚଳବାସୀ ରଥଯାତ୍ରା ଓ ବାହୁଡାଯାତ୍ରା ଗୋଟିଏ ଦିନ ପରେ ପାଳନ କରିଥାନ୍ତି। ତେଣୁ ବୌଦ୍ଧର ଗରିମାମୟ ଐତିହ୍ୟର ମୂକସାକ୍ଷୀ ଭାବେ ଏହି ଯାନିଯାତ୍ରାର ପରମ୍ପରା ଚିରକାଳ ବଞ୍ଚତ୍ ରହୁ ଓ ଜିଲାର କଳାକାରମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରି ମାଟିର ପରିଚୟ ସୃଷ୍ଟି କରନ୍ତୁ ଏହାହିଁ ସମସ୍ତଙ୍କ କାମନା।


All Right Reserved By Dharitri.Com

ସତ ହେଲା ପିଲାଦିନର ସ୍ବପ୍ନ

ଆରଡ଼ି, ୧୦।୯ (ଡି.ଏନ.ଏ.) – ବାହାରକୁ ଯାଇ କାମ କରିବା ଅପେକ୍ଷା ନିଜ ଗଁାରେ ଆତ୍ମନିର୍ଭରଶୀଳ ହୋଇ ରହିବାକୁ ପିଲାଦିନେ ସ୍ବପ୍ନ ଦେଖିଥିଲେ ବିଜୟ ଦାଶ।...

ଶ୍ରେଣୀଗୃହର ପୁନୁରୁଦ୍ଧାର ଦାବି: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୪ା୯: ଦିନେ ନୁହେଁ କି ଦୁଇ ଦିନ ନୁହେଁ ୭ ବର୍ଷ ହେଲାଣି ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରୀଛାତ୍ର। ବିଦ୍ୟାଳୟ ଶ୍ରେଣୀଗୃହର...

ଓଡ଼ିଆଙ୍କ କଳାକୃତି ଦକ୍ଷିଣ ଭାରତରେ ଭାଇରାଲ

କେନ୍ଦୁଝର, ୨୮ା୮(ସ୍ବ.ପ୍ର.)-ରୁବିକ୍‌ସ କ୍ୟୁବ୍‌ରେ ପ୍ରସ୍ତୁତ ଦକ୍ଷିଣ ଭାରତ ସୁପର ଷ୍ଟାର ତଥା ବାହୁବଳୀ ସିନେମା ଅଭିନେତା ପ୍ରଭାସଙ୍କ ଚିତ୍ର ଓ ଭିଡିଓ ଦକ୍ଷିଣ ଭାରତରେ ଭାଇରାଲ...

CORONAVIRUS UPDATE: ପୁଣି ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ : ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ଛୁଇଁଲା

ଭୁବନେଶ୍ୱର,୨୯।୪ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଁଚିଛି। ସେହି ବ୍ୟକ୍ତି ଜଣକ...

ସ୍ବପ୍ନ ଦେଇଛି ଜିଇବାର ସାହାରା:ନିଆରା ବ୍ୟକ୍ତିତ୍ୱ ଚନ୍ଦ୍ରଶେଖର

ସିମୁଳିଆ, ୯।୭(ଡି.ଏନ.ଏ.)-ବିଭିନ୍ନ ଅଞ୍ଚଳରେ ଖାଦ୍ୟରୁଚିରେ ଭିନ୍ନତା ପରିଲକ୍ଷିତ ହୁଏ। କେଉର୍ଁଠି ଘୁଗୁନି ଓ ଆଳୁଦମ ତ ଆଉ କେଉଁଠି ଦହିବରା ଭଳି ନାନା ଖାଦ୍ୟର ଅଧିକ...

ପୌରପାଳିକାର ଅଜବ ତଟ ସଫେଇ : ବେଳାଭୂମିରେ ପୋତାଯାଉଛି ଆବର୍ଜନା

ପାରାଦୀପ, ୧୭ା୮ (ସ୍ବ.ପ୍ର.): ସମ୍ପ୍ରତି ସମଗ୍ର ଦେଶରେ ସରକାରୀ ଓ ବେସରକାରୀ ଭାବେ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଚାଲିଛି। ଏହାଦ୍ୱାରା ସମସ୍ତେ ନିଜ...

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ରସାଳପୁର, ୨୪।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ହରିଡ଼ା ଗ୍ରାମର ପ୍ରଭାକର ମହାଳିକ ନାମକ ଯୁବକ ଶୁକ୍ରବାର ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱର ରେଳବାଇ ପୋଲିସ...

ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ମାଲକାନଗିରି, ୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକା, ଏନସିସି କ୍ୟାଡେଟ, ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା,...

Leave a comment

Your email address will not be published. Required fields are marked *