ପାଇପ ଲାଇନ ପାଇଁ ରାସ୍ତା ଖୋଳିଦେଲେ, ଲୋକେ ହୀନସ୍ତା

ଯୋଡ଼ା, ୧୮।୧(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡା ସହରରେ ଜନ ସ୍ବାସ୍ଥ୍ୟ ବିଭାଗର ମନମୁଖୀ ରାସ୍ତା ଖୋଳା ଯୋଗୁ କଂକ୍ରିଟ ରାସ୍ତା ଖରାପ ହେବା ସହିତ ଯାତାୟାତ ଲାଗି ଜନସାଧାରଣ ହଇରାଣ ହେଉଛନ୍ତି। ଯୋଡା ସହରର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ପାଇପଲାଇନ୍‌ ମରାମତି ନିମନ୍ତେ ପୌରପାଳିକା ଦ୍ୱାରା ନିର୍ମିତ କଂକ୍ରିଟ ଏବଂ ଫ୍ଲାଏ ଆସ୍‌ ଇଟା ନିର୍ମିତ ରାସ୍ତାଗୁଡିକୁ ଖୋଳାଯାଇଛି। ପାଇପ ଲାଇନ ମରାମତି କରିବା ପରେ କେତେକ ସ୍ଥାନରେ ମାଟି ପୂରଣ କରାଯାଉଥିବା ବେଳେ ଅନେକ ସ୍ଥାନରେ ଖୋଲା ଭାବେ ଛାଡି ଦିଆଯାଉଛି। ବାଇକ୍‌, ଛୋଟ ଗାଡି ଉକ୍ତ ରାସ୍ତା ଦେଇ ଯାତାୟାତ କରିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ସହରରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଛକ, ଯୋଡା ମାର୍କେଟ୍‌ ମୁସଲିମ୍‌ ବସ୍ତି, ଶ୍ରୀ ଗଣେଶ ସପିଂ ମହଲ ସାମନା ଆଦି ସ୍ଥାନରେ ବିଭାଗ ପକ୍ଷରୁ ମାଟି ଖୋଳାଯାଇଥିବାରୁ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି। ମୁସଲିମ୍‌ ବସ୍ତିର ମୁଦ୍ଦସିର୍‌, ସିପୁନ୍‌ ଦାସ, ବବୁଲ ଆଲମ, ଏମ.ଡି ବବଲୁ, ସଞ୍ଜୟ କାରୁଆ ଓ ମୁକେଶ ମହାକୁଡ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖ ରାସ୍ତାକୁ ଦୀର୍ଘ ୨୦ଦିନରୁ ଊର୍ଦ୍ଧ୍ୱ ହେବ ମାଟି ଖୋଳି ଛାଡି ଦିଆଯାଇଛି। ଏହି ଖାଲରେ କିଛି ଦିନ ତଳେ ଜଣେ ବାଇକ୍‌ ଆରୋହୀ ପଡି କ୍ଷତାକ୍ତ ହୋଇଥିଲେ । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାସ୍ତାର ମାଟି ଖୋଳା ସ୍ଥାନରେ କଂକ୍ରିଟ ରାସ୍ତା କିମ୍ବା ଫ୍ଲାଏ ଆସ୍‌ ଇଟାକୁ ଠିକ୍‌ ଭାବରେ କାମ ନ କରି କେବଳ ଗର୍ତ୍ତ ଉପରେ ଭଙ୍ଗା ଇଟା ଓ ମାଟି ଘୋଡାଇ ଦେଇ ଚାଲିଯାଉଥିବା ସମୀର କୁମାର ଦାସ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପାଇପ ଲାଇନ୍‌ ସଂଯୋଗ ଦେବା ଏବଂ ପାଇପଲାଇନ ମରାମତି ପାଇଁ ଜନସ୍ବାସ୍ଥ୍ୟ ବିଭାଗ ରାସ୍ତା ଖୋଳିପାରିବ ଏବଂ ଖୋଳାଯାଇଥିବା ରାସ୍ତାକୁ ବିଭାଗ ପକ୍ଷରୁ ଠିକ୍‌ ଭାବେ ମରାମତି କରାଯିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏନେଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।


All Right Reserved By Dharitri.Com

ଇଛାମୃତ୍ୟୁ ନିବେଦନ ସତ୍ତ୍ୱେ ମିଳୁନି ରାଜେଶଙ୍କୁ ସହାୟତା

କେନ୍ଦୁଝର, ୪ା୨ (ସ୍ବ.ପ୍ର./ଡି.ଏନ.ଏ.)-ଘଟଗାଁ ବ୍ଲକ ଉପରଡିହା ଗ୍ରାମର ରାଜେଶ କୁମାର ବେହେରା (୨୪) ଦୁସାଧ୍ୟ ଉଇଲସନ ରୋଗରେ ପିଡିତ ଅଛନ୍ତି। ମା’ବାପା ଚିକିତ୍ସା କରି ବହୁ...

ନାଗରିକତା ସଂଶୋଧନ ଅଧିନିୟମ ଜନଜାଗରଣ ଯାତ୍ରା

କେନ୍ଦୁଝର,୨୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପା ପକ୍ଷରୁ ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଜନଜାଗରଣ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ଏମପି ରୁଦ୍ର ନାରାୟଣ ପାଣି...

ଡମ୍ପର ଧକ୍କାରେ ଉପୁଡିଲା ବିଦ୍ୟୁତ୍‌ ଖୁଣ୍ଟ: ଡ୍ରାଇଭର ଅଟକ, ଟ୍ରକ୍‌ ଜବତ

ଯୋଡ଼ା,୧୭।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମ୍ମୁଖରେ ସୋମବାର ରାତିରେ ଏକ ଡମ୍ପର ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲ।...

ଚୋରି ବାଇକ୍‌ ଜବତ, ୨ ଗିରଫ

ବଡ଼ବିଲ,୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ମୃଣାଳ କଲୋନୀରୁ ଗତ ରବିବାର ପୂର୍ବାହ୍ନରେ ଚୋରି ହୋଇଥିବା ଏକ ବାଇକ୍‌କୁ ପୋଲିସ ଜବତ କରିବା ସହ...

୫୦ବର୍ଷ ବିତିବା ସତ୍ତ୍ୱେ ଘୁଞ୍ଚିନି ବିସ୍ଥାପିତଙ୍କ ଦୁର୍ଦ୍ଦଶା

ହାଟଡିହୀ,୨୮।୧୨(ଡି.ଏନ.ଏ.)- ସାଳନ୍ଦୀ ନଦୀରେ ହଦଗଡ ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ଲୋକଙ୍କ ଦୁଃଖ ଏଯାଏ ଦୂର ହୋଇନି। ଏହାମଧ୍ୟରେ ୫୦ରୁ ଅଧିକ ବର୍ଷ ବିତିଗଲାଣି।...

ଟାଟାସ୍ପଞ୍ଜ ପଞ୍ଚସଖା ଫୁଟବଲ ଟୁର୍ନାମେଣ୍ଟ : ଦେଓଝର ଗ୍ରାମ ପଞ୍ଚାୟତ ଚାମ୍ପିୟନ

ଯୋଡ଼ା,୨୭।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡାବ୍ଲକ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ ଆଇରନ ଲିମିଟେଡର ଟାଟାସ୍ପଞ୍ଜ ପଞ୍ଚସଖା ପକ୍ଷରୁ ଏକ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ...

ଜରାଜୀର୍ଣ୍ଣ ଅବସ୍ଥାରେ ସଙ୍ଗମ କୃଷି ଫାର୍ମ

ହାଟଡିହୀ, ୮ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଢେଙ୍କା ପଞ୍ଚାୟତର ସଙ୍ଗମ କୃଷି ଫାର୍ମଟି ଏବେ ଅବ୍ୟବସ୍ଥାରେ ପଡ଼ିଥିବା ଯୋଗୁ ସରକାରଙ୍କର ଉଦ୍ଦେଶ୍ୟ ସଫଳ ହୋଇପାରିନି। ଜରାଜୀର୍ଣ୍ଣ...

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌, ୨ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କେନ୍ଦୁଝର, ୨୯ା୧(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ସୁନାଟାଙ୍ଗିରୀ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ...

Leave a comment

Your email address will not be published. Required fields are marked *