ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ୩ ଗିରଫ

ବ୍ରହ୍ମପୁର ଅଫିସ,୩ା୬: ସଦର ଥାନା ଅନ୍ତର୍ଗତ ଲୋଚାପଡା ଚୈତନ୍ୟନଗରରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଲୋଚାପଡାର ଦିଲୀପ ପାଣିଗ୍ରାହୀ (୨୭), ଦିଗପହଣ୍ଡି ଥାନା କଂସାମାରି ଗ୍ରାମର ଜଗନ୍ନାଥ ଗୌଡ଼ (୨୮) ଓ ହିଞ୍ଜିଳିିକାଟୁର କୃଷ୍ଣ ସେଠୀ (୨୫)। ମାମଲା ନଂ.୧୪୦/୧୯ ଅନୁସାରେ ଶନିବାର ରାତିରେ ଉକ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଭାବନାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ମହିଳା ଜଣକ ଘରେ ଏକାକୀ ରହୁଥିବା ଜାଣି ଗତ ୩୧ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ଦିଲୀପ ତାଙ୍କର ଅନ୍ୟ ୨ ସହଯୋଗୀ ଜଗନ୍ନାଥ ଓ କୃଷ୍ଣ ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ମହିଳାଙ୍କୁ କବାଟ ଖୋଲିବା ପାଇଁ କହିଥିଲେ। ସେ ନ ଖୋଲିବାରୁ ଦିଲୀପ ଓ ତାଙ୍କ ସହଯୋଗୀମାନେ କବାଟ ଭାଙ୍ଗି ଘରେ ପଶିଥିଲେ। ବଳପୂର୍ବକ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ସେଥିରେ ବିଫଳ ହେବା ପରେ ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଚିତ୍କାର ଶୁଣି ସାହି ଲୋକମାନେ ରୁଣ୍ଡ ହୋଇଯିବାରୁ ଅଭିଯୁକ୍ତମାନେ ସେଠାରୁ ପଳାଇଥିଲେ। ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁ କରି ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରବିବାର ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ଲିଙ୍ଗରାଜ ହାଇସ୍କୁଲରୁ ଚୋରି

ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ଥାନା ନିମିନା ଗ୍ରାମପଞ୍ଚାୟତ ସାନବରଗଁାସ୍ଥିତ ଲିଙ୍ଗରାଜ ହାଇସ୍କୁଲରୁ ରବିବାର ରାତିରେ ଚୋରି ହୋଇଛି। ସ୍କୁଲ ମୁଖ୍ୟ ଫାଟକ ଓ ଅଫିସ ଗୃହ...

ଦାରିଙ୍ଗବାଡ଼ି ଅଞ୍ଚଳରେ କାଜୁ ଚାଷ ନୈରାଶ୍ୟଜନକ

ଦାରିଙ୍ଗବାଡି,୨୩।୫(ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ସମେତ ପଡୋଶୀ ଜିଲା ଗଜପତିର ପାଣିଗଣ୍ଡା, କଟାମାହା ଆଦି ଅଞ୍ଚଳରେ ଏବେ କାଜୁ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ତେବେ...

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ: ଜେଲ ଗଲେ ଓଏପିଏଫ୍‌ କନ୍‌ଷ୍ଟେବଳ

ବ୍ରହ୍ମପୁର ଅଫିସ,୯ା୧୨-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ବଳପୂର୍ବକ ଗର୍ଭପାତ କରାଇବା ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ଓଏପିଏଫ କନ୍‌ଷ୍ଟେବଳଙ୍କୁ ବ୍ରହ୍ମପୁର ମହିଳା...

ଅତିଷ୍ଠ କରୁଛି କଂସାରି ଶାଳ ଶବ୍ଦ

ବ୍ରହ୍ମପୁର ଅଫିସ୍‌,୧୧ା୬-ପୁରୁଣା ବ୍ରହ୍ମପୁର ତଥା କୁଠାରୀ ମନ୍ଦିର ସାହିରେ ଥିବା କଂସାରି ଶାଳଗୁଡ଼ିକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବହୁ...

ମହିଳାଙ୍କୁ ହତ୍ୟା ଧମକ

ଗୋପାଳପୁର,୨୬ା୨: କାନ୍ଥକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଜଣେ ମହିଳାଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ଦେଇଥିବା ଗୋପାଳପୁର ଥାନାରେ ବୁଧବାର ଅଭିଯୋଗ...

ପୂର୍ବ ଶତ୍ରୁତାରୁ ଖଣ୍ଡାରେ ହାଣି ୨ ଜଣଙ୍କୁ ହତ୍ୟା ଉଦ୍ୟମ

ଦିଗପହଣ୍ଡି,୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ଦେଓଖାଳି ଛକରେ ହୋଟେଲ କରିଥିବା କୃଷ୍ଣ ସାହୁଙ୍କୁ ପୂର୍ବ ଶତ୍ରୁତାରୁ ୪ ଯୁବକ ଶୁକ୍ରବାର ଅପରାହ୍ନରେ...

ହାଇଦ୍ରାବାଦରେ ମୃତ୍ୟୁ, ହିଞ୍ଜିଳିରେ ହତ୍ୟା ମାମଲା: ସ୍ବାମୀ ଗିରଫ

ହିଞ୍ଜିଳିକାଟୁ,୨୧ା୫(ଡି.ଏନ୍‌.ଏ): ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ହିଞ୍ଜିଳି ଥାନା ପୋଲିସ ମଙ୍ଗଳବାର ଆଙ୍କୋରଡା ଗ୍ରାମର ପ୍ରଶାନ୍ତ ସ୍ବାଇଁଙ୍କୁ ଗିରଫ କରିଛି। ହତ୍ୟାର ଶିକାର ହୋଇଛନ୍ତି...

ଧାନ ରୋଇବା ବେଳେ ବଜ୍ରପାତ, ମହିଳା ମୃତ

ପାତ୍ରପୁର,୧୭ା୮(ଡି.ଏନ.ଏ.): ଜରଡ଼ା ଥାନା ପାତ୍ରପୁର ବ୍ଲକ ଗୁଣ୍ଡ୍ରା ପଞ୍ଚାୟତ ରାଙ୍କୁଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ବିଲରେ କାମ କରୁଥିବା ଜଣେ ମହିଳା ଶ୍ରମିକଙ୍କ ବଜ୍ରପାତରେ ମୃତ୍ୟୁ...

Leave a comment

Your email address will not be published. Required fields are marked *