Posted inUncategorized

ବିପଦ ସୃଷ୍ଟି କରୁଛି ରାଜପଥ ପାର୍ଶ୍ୱ ଶୁଖିଲା ଗଛ

ଛେଣ୍ଡିପଦା,୩।୬(ସ୍ବ.ପ୍ର.) ଅନୁଗୋଳ ଛେଣ୍ଡିପଦା ୬୩ନଂ. ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଅନେକ ଶୁଖିଲା ଗଛ କଟାଯାଉ ନ ଥିବାରୁ ଏହା ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ବିଶେଷକରି ଛେଣ୍ଡିପଦା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଶୁଖିଲା ଗଛଗୁଡ଼ିକ ଠିଆ ହୋଇ ରହିଛି। କିଛି ଦିନ ତଳେ ବ୍ଲକ ନିକଟରେ ଥିବା ଏକ ଶୁଖିଲା ଶିମିଳି ଗଛ କାଳବୈଶାଖୀ ଯୋଗୁ ଦୁଇଟି ଦୋକାନ ଘର ଉପରେ ଭାଙ୍ଗି ପଡ଼ିଥିଲା। ଥାନା ଠାରୁ ୧୦୦ ମିଟର ଦୂରରେ ଏକ ତାଳଗଛ ରାଜପଥ ଉପରକୁ ଝୁଲି ରହିଥିଲେ ବି ତାହାକୁ କଟାଯାଉ ନାହିଁ। ସେହିପରି କୋଶଳା ମହାବିଦ୍ୟାଳୟ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ଶୁଖିଲା ଗଛକୁ କଟାଯାଉ ନାହିଁ। ବେଳେ ବେଳେ ଉକ୍ତ ଗଛରୁ ଡାଳ ଭାଙ୍ଗି ରାସ୍ତାରେ ପଡ଼ୁଥିବାରୁ ତୁରନ୍ତ କଟା ନ ଗଲେ ତାହା କେତେବେଳେ ଭାଙ୍ଗି ରାସ୍ତାରେ ପଡ଼ିଯିବାର ଆଶଙ୍କା ରହିଛି। ଛେଣ୍ଡିପଦା-ଜରପଡା ପୂର୍ତ୍ତ ରାସ୍ତାର ପୁଟଗାଡିଆ ନିକଟରେ ଦୁଇଟି ଗଛ ଶୁଖି ବିପଦସଙ୍କୁଳ ଅବସ୍ଥାରେ ରହିଛି। କିଛି ଅଘଟଣ ଘଟିବା ପୂର୍ବରୁ ଏଥିପ୍ରତି ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


All Right Reserved By Dharitri.Com

ଅପରେଶନ ପାଇଁ ଅର୍ଥ ନାହିଁ

(ଦିନେଶ ଦେହୁରୀ) ବନ୍ତଳା,୨୭ା୫: ପିଲାବେଳେ ମା’ଙ୍କୁ ହରାଇଥିଲେ। ବାପା ଥିଲେ ବି ଆବଶ୍ୟକ ଯତ୍ନ ନେଇ ନ ଥିଲେ। ଖାଦ୍ୟପେୟରେ ଅସୁବିଧା ଖବରପାଇ ସେତେବେଳେ ପ୍ରଶାସନ ଦେଇଥିଲା...

ସରିଲା ନିର୍ବାଚନ ପ୍ରଚାର: ଶେଷଦିନରେ କମ୍ପିଲା ଗାଁଠୁ ସହର

ଢେଙ୍କାନାଳ ଅଫିସ, ୨୨।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ଶେଷ ହୋଇଛି ପ୍ରଚାର। ଅନ୍ତିମ ଦିବସରେ ପ୍ରମୁଖ ରାଜନୈତିକ ଦଳ ମଇଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି।...

ମଞ୍ଜିଟିଏ ଗଛଟିଏ ସଚେତନତା, କନ୍ୟାରନତ୍ ସମ୍ବର୍ଦ୍ଧନା

ବୋଲଗଡ଼,୭ା୬(ଡି.ଏନ୍‌.ଏ.): ବୃକ୍ଷରୋପଣ ଉଦ୍ଦେଶ୍ୟରେ ପରିବେଶ ସଚେତନତା ପାଇଁ ‘ମଞ୍ଜିଟିଏ ଗଛଟିଏ’ କାର୍ଯ୍ୟକ୍ରମ ଅବସରରେ କନ୍ୟାରନତ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୋଲଗଡ଼ ବ୍ଲକ ମାଣିବନ୍ଧ ପଞ୍ଚାୟତସ୍ଥ ଛାମୁଡିଆ ନୂଆପଲ୍ଲୀ...

୧୮ରେ ୨ ବୁଥ୍‌ରେ ସାନି ମତଦାନ: ମାଲକାନଗିରି ଏମ୍‌.ପି.ଭି. ୬୫ର ୨୫୪ନଂ ବୁଥ୍‌ ଓ ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍‌ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍‌

ମାଲକାନଗିରି,(ସ୍ବ.ପ୍ର.)/ବ୍ରହ୍ମପୁର ଅଫିସ, ୧୬ା୪: ମାଲକାନଗିରି ଜିଲାର ମାଲକାନଗିରି ନିର୍ବାଚନ ମଣ୍ଡଳୀର ୨୫୪ନଂ ବୁଥରେ ସାନି ମତଦାନ ପାଇଁ କେନ୍ଦ୍ର ନିର୍ବାଚନ ଆୟୋଗ ଆସନ୍ତା ୧୮ ତାରିଖକୁ...

ରେଳଧାରଣା କଡରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨।୬: ଅନୁଗୋଳ ଜିଲା ଚଣ୍ଡୀବଜାର ନିକଟସ୍ଥ ରେଳ ଧାରଣା କଡରୁ ରବିବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଏଯାବତ୍‌...

ପୃଥକ୍‌ ଦୁର୍ଘଟଣାରେ ୪ ମୃତ

ଢେଙ୍କାନାଳ ଅଫିସ,୨୮ା୫ଢେଙ୍କାନାଳ ସହରରେ ସୋମବାର ଦୁଇଟି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଏକ ଟ୍ରକ୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ଟିପ୍ପର...

ଶ୍ରୀଜୀଉଙ୍କ ଆଳତି ଦର୍ଶନ ପାଇଁ ଭିଡ଼

ଖଣ୍ଡପଡ଼ା,୧୧ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ସହରସ୍ଥିତ ଗୁଣ୍ଡିଚା ମନ୍ଦିରରେ ଏକକ ଜଗନ୍ନାଥ(ପତିତପାବନ) ଓ ମହିମାମେରୁ(ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା)ଙ୍କ ସନ୍ଧ୍ୟା ଆଳତି ଦର୍ଶନ ନିମନ୍ତେ ବୁଧବାର ବହୁ...

ବିଡିଓ ଅନୁପସ୍ଥିତ: ଅଭିଯୋଗ ପାଇଁ ଆସି ଲୋକେ ନିରାଶ

ନୂଆଗାଁ,୨ା୭ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଲୋକେ ଅଭିଯୋଗ ଧରି ସୋମବାର ବିଡିଓଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ବିଡିଓ ଅନୁପସ୍ଥିତ ଥିବାରୁ...

Leave a comment

Your email address will not be published. Required fields are marked *