ଡମ୍ପର ଚାପାରେ ନାବାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ, ଉତ୍ତେଜନା

ଯୋଡ଼ା, ୩।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି କେମେସି ଗଣେଶ ମନ୍ଦିର ଛକଠାରେ ରବିବାର ଅପରାହ୍ନରେ ଏକ ଡମ୍ପର ଚାପାରେ ଆକାଶ ପୂର୍ତ୍ତି(୮) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ନାବାଳକଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇବାବେଳେ ଅଞ୍ଚଳବାସୀ ଏହାକୁ ବିରୋଧ କରିଥିଲେ। ସେମାନେ ନାବାଳକଙ୍କ ମୃତଦେହ ରଖି ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ସକାଶେ ଦାବି କରି ରାସ୍ତାରୋକୋ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ସେଠାରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ଖବର ଲେଖା ହେବାଯାଏ ରାସ୍ତାରୋକୋ ଜାରି ରହିିଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯାଉଥିବା ସୂଚନା ମିଳିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଡମ୍ପରଟି କେଏମସି ଖଣି ଆଡୁ ଗଣେଶ ମନ୍ଦିର ଛକ ଦେଇ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ୪୫ରେ ରାସ୍ତା ପାର ହେଉଥିବା ଆକାଶଙ୍କୁ ଧକ୍କା ଦେଇଥିଲା। ଡମ୍ପର ପଛ ଚକ ତଳେ ଆକାଶ ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଡମ୍ପରଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ କିଛି ଦୂରକୁ ଯାଇ ଡମ୍ପର ଡ୍ରାଇଭରଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଥିଲେ। ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତ ନାବାଳକଙ୍କ ପରିବାର ଏବଂ ରାସ୍ତାରୋକୋ କରୁଥିବା ଲୋକଙ୍କୁ ବୁଝାଶୁଝା ଉଦ୍ୟମ କରିଥିଲେ। କ୍ଷତିପୂରଣ ବାବଦକୁ ୨୦ ହଜାର ଟଙ୍କା ଦିଆଯିବାରୁ ଅଞ୍ଚଳବାସୀ ଏହାକୁ ଗ୍ରହଣ ନ କରି ୫ଲକ୍ଷ ୮୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା। ଫୋର୍ସ ମୁତୟନ ଓ ଆଲୋଚନା ସତ୍ତ୍ୱେ କୌଣସି ସମାଧାନ ବାଟ ବାହାରି ନ ଥିବାରୁ ବାମେବାରୀ ଥାନା ଅଧିକାରୀ ଏନେଇ ବଡବିଲ ଏସଡିପିଓଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି।


All Right Reserved By

ସିମୁଳିଆରେ ବିଧାୟକଙ୍କ ଦ୍ୱିତୀୟ ପାଳି ରେକର୍ଡ: ‘ଜଳସେଚନ ଓ ଗମନାଗମନକୁ ଗୁରୁତ୍ୱ ଦେବି’

ଖଇରା/ସିମୁଳିଆ, ୨୪।୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି...

ଗାଡ଼ି ଡିକି ଭାଙ୍ଗି ଅଳଙ୍କାର ଲୁଟ୍‌

ଭଦ୍ରକ ଅଫିସ, ୨୮ା୫- ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିଛି। କେତେବେଳେ ବାଇକ୍‌ ଲୁଟ୍‌ ତ ଆଉ କେତେବେଳେ...

କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୪।୯-ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବାଲେଶ୍ୱର ଗସ୍ତରେ ଆସି ସ୍ଥାନୀୟ...

ମୋହରିରଙ୍କ ଚାଳିଆ ଭଙ୍ଗା ଘଟଣା: ଅତିରିକ୍ତ ଜିଲାପାଳଙ୍କ ତଦନ୍ତ ଆରମ୍ଭ

ସଜନାଗଡ଼, ୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରିରେ ମୋହରିରଙ୍କ ଚାଳିଆ ଭଙ୍ଗା ନେଇ ପୂର୍ବରୁ ତୁମ୍ବିତୋଫାନ ଉଠିଥିଲା। ଘଟଣାକୁ ନେଇ ନୀଳଗିରି ତହସିଲଦାର ଓ ବିଧାୟକ ସାମ୍ନାସାମ୍ନି ହେବା...

ରାଜପଥରେ ଜଳିଗଲା ଟ୍ରକ କ୍ୟାବିନ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ବଡ଼ବିଲ,୨୯ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲାର ନାଲଦା ୧୦ ନମ୍ବର ରାଜ୍ୟ ରାଜପଥରେ ଶନିବାର ଅପରାହ୍ନରେ ଏକ ଟ୍ରକର କ୍ୟାବିନ୍‌ ଜଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବେଲକୁଣ୍ଡିଠାରେ...

‘ବ୍ରହ୍ମୋସ’ ର ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ, ୩୦।୯-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ପରିସର (ଆଇଟିଆର୍‌) ୩ନଂ. ଉତ୍‌କ୍ଷେପଣ କେନ୍ଦ୍ରରୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ସୁପରସୋନିକ୍‌ କ୍ରୁଜ...

ନାବାଳିକା ଗଣବଳାତ୍କାର ମାମଲା: ଆଉ ଜଣେ ଗିରଫ

ଯୋଡ଼ା, ୨୮।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ଘଟିଥିବା ନାବାଳିକା ବଳତ୍କାର ଘଟଣାରେ ପୋଲିସ ଗୁରୁବାର ଆଉ ଜଣଙ୍କୁ ଗିରଫ କରିଛି। ତାଙ୍କ ନାମ ଅଜିତ କୁମାର...

ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ

ସଜନାଗଡ଼, ୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌୍‌ପୁର ଥାନା ମାଟିଆଳି ପଞ୍ଚାୟତ ଦୁର୍ଗାପୁର ଗ୍ରାମର ସର୍ବେଶ୍ୱର ଖଣ୍ଡେଇଙ୍କ ପୁଅ ଜିତେନ୍ଦ୍ର (୧୪)ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *