ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ହେଲେ କାନାଡା ଏହି ପ୍ଲାଷ୍ଟିକକୁ ପୁନଃବ୍ୟବହାର ଉପଯୋଗୀ କରିପାରିଛି। ସୂଚନା ଅନୁଯାୟୀ, କାନାଡାର ଏକ କମ୍ପାନୀ ଏହି କାମ କରିଛି। ନୋଭା ସ୍କୋଟିଆ ଅଞ୍ଚଳର ହାଲିଫାକ୍ସରେ ପ୍ରାୟ ୮୦ ପ୍ରତିଶତ ପ୍ଲାଷ୍ଟିକୁ ରିସାକ୍ଲି କରିଛି ଏକ କମ୍ପାନୀ। ଗୁଡଉଡ୍‌ ନାମକ ଏହି କମ୍ପାନୀ ଏବେ ପ୍ଲାଷ୍ଟିକୁ କାଠଭଳି ରୂପ ଦେଉଛି। ଯାହାର ବ୍ୟବହାର କୋଠା ନିର୍ମାଣରେ ବ୍ୟବହାର କରାଯାଉଛି। କାଠଭଳି ଏଥିରେ ଡ୍ରିଲ୍‌ କରିହେଉଥିବା କୁହାଯାଉଛି। ହାଲିଫାକ୍ସର ରାଜନେତା କମ୍ପାନୀର ଏହି କାମରେ ଖୁସି ବ୍ୟକ୍ତ କରିଛନ୍ତି। ଏହା କେବଳ ଯେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣକୁ କମ୍‌ କରୁଛି ତା’ନୁହେଁ ବରଂ ଗଛ କାଟିକାବୁ ମଧ୍ୟ କମ୍‌ କରିପାରିଛି ବୋଲି ସ୍ଥାନୀୟ ରାଜନେତା କହିଛନ୍ତି। ଗତବର୍ଷ ଡିସେମ୍ବରରେ ଏହି କମ୍ପାନୀ ନିଜର ନାଁ ଗୁଡଉଡ୍‌ ରଖିଛି। ଏହି କମ୍ପାନୀ ସୋବୋ ଗ୍ରୋସରୀ ଷ୍ଟୋର ସହ ମିଶି ଏମିତି ଏକ ପାର୍କିଂ ଏରିଆ ପ୍ରସ୍ତୁତ କରିଥିଲା ଯାହା ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ନିର୍ମାଣ କରାଯାଇଥିଲା। କମ୍ପାନୀର ଅଧ୍ୟକ୍ଷ ମାଇକ ଚୌସି କୁହନ୍ତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇ ପାରିବ ନାହିଁ। ହେଲେ ଏଥିରେ ପାର୍କର ବେଞ୍ଚ, ପିକନିକ ଟେବୁଲ ଭଳି କିଛି ଜିନିଷ ପ୍ରସ୍ତୁତ କରି କିଛିଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ।


All Right Reserved By Dharitri.Com

ଯେଉଁଠି ହୁଏ ଅସରପା ଚାଷ…

ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କର ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ। ଲୋକଙ୍କ ଚାହିଦା ଅନୁସାରେ ବିଭିନ୍ନ ଅଞ୍ଚଳରେ ନାନା ପ୍ରକାର ଚାଷ ହୋଇଥାଏ। ତେବେ ଅସରପା ଚାଷ...

ଏହି ରେଷ୍ଟୁରାଣ୍ଟରେ ୮ ଜଣ ଡିନର କରି ଭରିଲେ ୪୪ ଲକ୍ଷ ଟଙ୍କାର ବିଲ୍‌

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ରେଷ୍ଟୁରାଣ୍ଟ ଚର୍ଚ୍ଚାରେ ରହୁଛି। କେଉଁଠି ଚା’ କପ୍‌ର ଦାମ୍‌ ଆକାଶଛୁଆଁ ତ ଆଉ କେଉଁଠି ଦୁଇଟି କଦଳୀର ଦାମ୍‌ ୧...

ଏମିତି ସହର, ଯେଉଁଠି କୌଣସି ଗଳି କିମ୍ବା ରାସ୍ତାର ନାଁ ନାହିଁ

ଜର୍ମାନୀ: ଆଜିର ସମୟରେ ଗଳିକନ୍ଦି, ସାହିବସ୍ତିର ନାଁ ଥିବାବେଳେ ବିଶ୍ୱରେ ଏମିତି ଏକ ସହର ରହିଛି, ଯେଉଁଠି ମୁଖ୍ୟ ଛକକୁ ଛାଡ଼ିଦେଲେ ଅନ୍ୟ କୌଣସି ଛକ,...

ସର୍ବାଧିକ ହୀରା ଖଚିତ ମୁଦି: ରହିଛି ୭,୭୭୭ଟି ହୀରା

ରତ୍ନପଥର ମଧ୍ୟରେ ହୀରା ଏକ ବହୁମୂଲ୍ୟ ପଥର। ହୀରାଖଚିତ ଗହଣାର ବଜାର ଚାହିଦା ମଧ୍ୟ ବେଶ୍‌ ଅଧିକ। ତେବେ ପୃଥିବୀର ସବୁଠାରୁ ଅଧିକ ହୀରାଖଚିତ ମୁଦି...

ଏପରି ଚାକିରି ଯେଉଁଠି ଶୋଇଲେ ମିଳେ ଦରମା ୧୩ ଲକ୍ଷ…

ନାସା ପକ୍ଷରୁ କେତେକ ସମୟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଥାଏ। ଏଥିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା...

ବିଶ୍ୱର ବିପଦସଙ୍କୁଳ ରେଳମାର୍ଗ, ଯେଉଁଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ ସଙ୍ଗେ ସମାନ: ଏଥିରେ ରହିଛି ଭାରତ

ବିଶ୍ୱରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ। କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ...

ଦିଲ୍ଲୀରେ ଲାଗିଲା ପ୍ରଥମ ସ୍ମଗ୍‌ ଟାଓ୍ବାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ବାୟୁ ପ୍ରଦୂଷଣ ସାରା ଦେଶରେ ବଡ଼ ସମସ୍ୟା ହୋଇଥିବାବେଳେ ଦିଲ୍ଲୀର ସ୍ଥିତି ସବୁଠାରୁ ସଙ୍ଗିନ୍‌। ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁହାର...

ପାକିସ୍ତାନରେ ବିମାନ ଯାତ୍ରା ହେଲା ମହଙ୍ଗା

ଇସଲାମାବାଦ,୩୦।୫: ପାକିସ୍ତାନର ପ୍ରାୟ ସମସ୍ତ ଖାଦ୍ୟ ସାମଗ୍ରୀ ଏବେ ଆକାଶଛୁଆଁ ଦାମ୍‌ ହୋଇ ଯାଇଥିବା ବେଳେ ଚିନ୍ତାରେ ପାକିସ୍ତାନ ବାସୀ। ଖାଦ୍ୟ ସାମଗ୍ରୀ ପରେ ଏବେ...

Leave a comment

Your email address will not be published. Required fields are marked *