Posted inଜାତୀୟ

ଆନ୍ଧ୍ର ପ୍ରଦେଶରେ ଭାଜପା ସହ ମେଣ୍ଟ ଘୋଷଣା କଲା ଜନସେନା ପାର୍ଟି

ଅମରାବତୀ,୧୭।୧: ଦକ୍ଷିଣ ଭାରତୀୟ ଅଭିନେତା ପଓ୍ବନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜନସେନା ପାର୍ଟି ଆନ୍ଧ୍ର ପ୍ରଦେଶରେ ଭାଜପା ସହ ମେଣ୍ଟ କରିଛି। ଏନେଇ ପଓ୍ବନ କହିଛନ୍ତି, ରାଜ୍ୟବାସୀ ତେଲୁଗ ଦେଶମ୍‌ ପାର୍ଟି ଏବଂ ଓ୍ବାଇଏସଆର କଂଗ୍ରେସ ସରକାରକୁ ଛାଡି ଏବେ ତୃତୀୟ ବିକଳ୍ପ ଖୋଜୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜନସେନା ପାର୍ଟି ଭାଜପା ସହ ମେଣ୍ଟ କରିଛି। ଏହି ମେଣ୍ଟ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ଲଢିବେ ବୋଲି ସେ ଘୋଷଣା କରିଛନ୍ତି। ସେହିପରି ରାଜ୍ୟ ଭାଜପା ଅଧ୍ୟକ୍ଷ କନ୍ନା ଲକ୍ଷ୍ମୀ ନାରାୟଣ କହିଛନ୍ତି, ଏହି ମେଣ୍ଟର ଉଦ୍ଦେଶ୍ୟ କେବଳ ରାଜ୍ୟକୁ ରକ୍ଷା କରିବା।ତେଣୁ ଆଗାମୀ ଦିନରେ ଏହି ମେଣ୍ଟ ରାଜ୍ୟର ଉନ୍ନତି ପାଇଁ କାମ କରିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ହାପିନେସ୍‌ କ୍ଲାସରେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ରାଜଘାଟରୁ ଫେରି ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଛନ୍ତି। ସେଠାରେ...

ପ୍ରଶାନ୍ତ କିଶୋର ଆରମ୍ଭ କରିବେ ‘ବାତ୍‌ ବିହାର କି’ କାର୍ଯ୍ୟକ୍ରମ

ପାଟନା,୧୮।୨: ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଙ୍କ ନେତୃତ୍ୱାଧିନ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ବିଜୟ ପରେ ଶ୍ରେୟ ନେଇଛନ୍ତି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର। ମଙ୍ଗଳବାର...

ଶହେ ବର୍ଷ ଇତିହାସରେ ପ୍ରଥମ ଘଟଣା: ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ୪ ହଜାର ପାଇଲଟଙ୍କ ଧର୍ମଘଟ, ୧୫ ଶହରୁ ଅଧିକ ଉଡ଼ାଣ ବାତିଲ୍‌

ନୂଆଦିଲ୍ଲୀ,୯।୯: ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ୪ ହଜାର ପାଇଲଟଙ୍କ ସୋମବାର ଧର୍ମଘଟ କରିଛନ୍ତି। ଫଳରେ ଭାରତରୁ ବ୍ରିଟେନ୍‌ ମଧ୍ୟରେ ବହୁ ଉଡ଼ାଣକୁ ବାତିଲ୍‌ କରାଯାଇଛି। ଯାତ୍ରୀଙ୍କୁ ବିମାନ...

କଂଗ୍ରେସ ଜାରି କଲା ଘୋଷଣା ପତ୍ର: ବେକାର ଯୁବବର୍ଗଙ୍କୁ ମାସିକ ୫୦୦୦ରୁ ୭୫୦୦ ଟଙ୍କା ଭତ୍ତା

ନୂଆଦିଲ୍ଲୀ,୨।୨: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଏହାର ଘୋଷଣା ପତ୍ର ଜାରି କରାଯାଇଛି। ସମସ୍ତଙ୍କୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ...

୪ ସପ୍ତାହରେ ଅଯୋଧ୍ୟା ରାୟ: ସିଜେଆଇ କହିଲେ,ଚମତ୍କାର ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୯(ପି.ଟି.):ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାର ଶୁଣାଣି ଯେକୌଣସି ପ୍ରକାରେ ଅକ୍ଟୋବର ୧୮ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଉଭୟ...

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

କୋଲକାତା,୨୫।୬: ଚଳିତ ଦିନରେ ଶାଶୁ ବୋହୂଙ୍କ କଳି ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଶାଶୁ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।...

ୟେଦୁରପ୍ପା କ୍ଷମତାକୁ ଆସିବା ପରେ ଟିପୁ ଜୟନ୍ତୀ ବାତିଲ

ବେଙ୍ଗାଲୁରୁ, ୩୧ା୭(ପି.ଟି.): କର୍ନାଟକରେ କ୍ଷମତାକୁ ଆସିବାର ୩ ଦିନ ପରେ ୟେଦୁରପ୍ପା ସରକାର ଟିପୁ ଜୟନ୍ତୀ ମହୋତ୍ସବକୁ ମଙ୍ଗଳବାର ରଦ୍ଦ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଏହି...

ଆରପାରିରେ ଭାରତର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ

ଡେରାଡୁନ୍‌, ୨୭।୮: ଭାରତର ପ୍ରଥମ ମହିଳା ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୋଲିସ୍‌(ଡିଜିପି) କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରେ ପରଲୋକ ଘଟିଛି। ସେ...

Leave a comment

Your email address will not be published. Required fields are marked *