ମେ’ରେ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିପାରନ୍ତି ବରୁଣ

ମୁମ୍ବାଇ: ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ ଚାର୍ମିଂ ଷ୍ଟାର ବରୁଣ ଧଓ୍ବନ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ କରିବାକୁ ଯାଉଛନ୍ତି। କିଛି ଦିନ ହେବ ବରୁଣ ତାଙ୍କ ଗର୍ଲଫ୍ରେଣ୍ଡ ନତାଶାଙ୍କୁ ଡେଟ୍‌ କରୁଛନ୍ତି। ବହୁଥର ଦୁହିଁଙ୍କୁ ବଲିଉଡ୍‌ର କେତେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି। ଏମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶୁଣିବାକୁ ମିଳୁଛି ଚଳିତ ବର୍ଷ ମେ’ ମାସରେ ବରୁଣ ଓ ନତାଶା ବିବାହ ପାଇଁ ଯୋଜନା କରୁଛନ୍ତି। ଏହା ଏକ ଗ୍ରାଣ୍ଡ ଓ୍ବେଡିଂ ହେବ। ଯାହାର କାର୍ଯ୍ୟକ୍ରମ ପୂରା ସପ୍ତାହେ ଚାଲିବ ବୋଲି ଚର୍ଚ୍ଚା ହେଉଛି। ଆଉ ଏଥିରେ ମେହେନ୍ଦୀ, ସଙ୍ଗୀତ ଓ ରିସେପ୍‌ଶନ ଭଳି କାର୍ଯ୍ୟକ୍ରମ ସାମିଲ ରହିବ। ଡେଷ୍ଟିନେଶନ୍‌ ଓ୍ବେଡିଂ ପାଇଁ ଯୋଜନା କରାଯାଉଥିବା ବେଳେ ଏହା ଗୋଆର କୌଣସି ବିଚ୍‌ରେ କିମ୍ବା ବିଳାସପୂର୍ଣ୍ଣ ହୋଟେଲରେ ହେବ ବୋଲି ଅନୁମାନ କରାଯାଉଛି। ଏହି ବିବାହ ବହୁ ଧୁମ୍‌ଧାମ୍‌ରେ ହେବାକୁ ଥିବା ବେଳେ ଏଥିରେ ବଲିଉଡ୍‌ର ବହୁ ସେଲିବ୍ରିଟି ମଧ୍ୟ ସାମିଲ ହେବେ। ତେବେ ବରୁଣ ଓ ନତାଶାଙ୍କ ପରିବାର ଏହାର ତାରିଖକୁ ଗୋପାନୀୟ ରଖିଥିବା ଜଣାପଡ଼ିଛି। ଯଦି ବରୁଣ ମେ’୧ରେ ବିବାହ କରନ୍ତି ତେବେ ତାଙ୍କ ପାଇଁ ଏହି ଦିନ ଲକି ସାବ୍ୟସ୍ତ ହୋଇପାରେ। କାରଣ ଉକ୍ତ ଦିନ ବରୁଣଙ୍କ ଅପ୍‌ କମିଂ ଫିଲ୍ମ ‘କୁଲି ନମ୍ବର-୧’ ମଧ୍ୟ ରିଲିଜ୍‌ ହେବାକୁ ଯାଉଛି।


All Right Reserved By Dharitri.Com

ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମତ ରଖିଲା ବଲିଉଡ୍‌

ମୁମ୍ବାଇ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ମାମଲାକୁ ନେଇ ଐତିହାସିକ ରାୟ ଦେଇଛନ୍ତି। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇଯାଇଛି। ଏହାସହ ସୁପ୍ରିମକୋର୍ଟ...

ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅନୁଷ୍କା

ମୁମ୍ବାଇ: ଫର୍ଚ୍ୟୁନ ଇଣ୍ଡିଆ ୨୦୧୯ର ଶୀର୍ଷ ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସ୍ଥାନ ମିଳିଛି।...

ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ

ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍‌ ହୋଇଛି। ରିଲିଜ୍‌ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର...

ଦୀପିକା, ସିନ୍ଧୁଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୨।୧୦: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ନିଜ ଅଭିନୟ ପାଇଁ ବେଶ୍‌ ପରିଚିତ। ଏହାସହ ସୋସିଆଲ ଇସ୍ୟୁକୁ ନେଇ ସେ ଖୋଲାଖୋଲି ଚର୍ଚ୍ଚା କରିଥାଆନ୍ତି। ତେବେ...

ଇଦ୍‌ରେ ଆସିବ ‘ରାଧେ’

ମୁମ୍ବାଇ: ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ ୨୦୨୦ ଇଦ୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ଏନେଇ ସଲମାନ୍‌ଙ୍କ ଫ୍ୟାନ୍‌ମାନେ ସୋସିଆଲ ମିଡ଼ିଆରେ ପ୍ରଚାର...

ଅମ୍ଫନ ବାତ୍ୟା ପ୍ରଭାବିତଙ୍କ ଭଲମନ୍ଦ ବୁଝିଲେ ନୁସରତ

କୋଲକାତା,୨୩।୫: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିବାକୁ ବସିଥିବା ବେଳେ ଅନ୍ୟପଟେ ମେ’ ୨୧ରେ ଆସିଥିବା ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ...

ସୋନମ୍‌ କପୁରଙ୍କ ଫିଲ୍ମରେ ବିରାଟ କୋହଲିଙ୍କ ଏଣ୍ଟ୍ରି

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମରେ ଅସଲ ନୁହେଁ, ନକଲି ବିରାଟ...

୧୦ ବର୍ଷ ପରେ ପରଦାକୁ ଫେରିବେ ସୁସ୍ମିତା

ବଲିଉଡର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ...

Leave a comment

Your email address will not be published. Required fields are marked *