ଫିଜିରେ ତାଣ୍ଡବ ରଚିପାରେ ‘ଟିନୋ’

ସୁଭା,୧୭।୧: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଫଜିରେ ଘୁର୍ଣ୍ଣିଝଡ଼ ‘ଟିନୋ’ କିଛିଘଣ୍ଟା ପରେ ତାଣ୍ଡବ ରଚିପାରେ ବୋଲି କୁହାଯାଉଛି। ଏଥିପାଇଁ ରିଲିଫ୍‌ ଶିବିର ସବୁ ଖୋଲି ଦିଆଯାଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି। ଶୁକ୍ରବାର ଏଠାରେ ପ୍ରବଳ ପବନ ବହିବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରାୟ ୩ ସପ୍ତାହ ହେବ ଏଠାରେ ଝଡ଼ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। ଏହାପରେ ଶୁକ୍ରବାର ‘ଟିନୋ’ ଆସିବ ବୋଲି ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ। ତେବେ ଟିନୋର ପ୍ରଭାବରେ ଘଣ୍ଟାକୁ ୧୩୦ କିଲୋମିଟର ବେଗରେ ପବନ ବହିବା ସହ, ବର୍ଷା ମଧ୍ୟ ହେବ। ଏଥିଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ ବୋଲି ସତର୍କ କରାଇ ଦିଆଯାଇଛି।


All Right Reserved By Dharitri.Com

ଆମେରିକା ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ଓ୍ବାଶିଂଟନ,୬ା୧, (ପି.ଟି./ଆଇଏଏନ୍‌ଏସ୍‌): ଆମେରିକା ଓ ଇରାନ ପରସ୍ପରକୁ ଟାର୍ଗେଟ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଆମେରିକାର ଏକ ସରକାରୀ ଓ୍ବେବ୍‌ସାଇଟ୍‌ ଶନିବାର...

ୟୁଟ୍ୟୁବ୍‌ ଦେଖି ସାନ ଭାଇଙ୍କ ଜୀବନ ରକ୍ଷାକଲେ ୯ ବର୍ଷ ବାଳକ

ଓ୍ବାଶିଂଟନ,୫।୨: ଆମେରିକାରେ ଜଣେ ୯ ବର୍ଷ ବୟସ୍କ ବାଳକ ୟୁଟ୍ୟୁବ୍‌ ଦେଖି ତାଙ୍କ ୩ ବର୍ଷର ସାନ ଭାଇଙ୍କ ଜୀବନ ରକ୍ଷା କରିଛନ୍ତି। ଟିମୋଥି ପ୍ରଥରଙ୍କ...

ପୁଣି ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୬: ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।...

୧୪ ବର୍ଷ ବୟସ୍କା ନାବାଳିକାଙ୍କ ବିବାହକୁ ବୈଧ କହିଲେ ପାକିସ୍ତାନ କୋର୍ଟ

ଇସଲାମାବାଦ୍‌,୮।୨: ପାକିସ୍ତାନର ଏକ କୋର୍ଟ ଜଣେ ୧୪ ବର୍ଷ ବୟସ୍କା ଖ୍ରୀଷ୍ଟିଆନ୍‌ ନାବାଳିକାଙ୍କ ବିବାହକୁ ବୈଧ ବୋଲି କହିଛନ୍ତି। ନାବାଳିକା ଜଣକ ଋତୁମତୀ ହୋଇଥିବାରୁ ଏହି...

ମା’ ହେବାକୁ ଯାଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗର୍ଲ ଫ୍ରେଣ୍ଡ

ଲଣ୍ଡନ,୧।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରେମିକା କୈରି ସାଇମଣ୍ଡସ୍‌ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ଖବର ଜଣାପଡିବା ପରେ ପୂର୍ବରୁ ସେମାନେ ବିବାହ...

କାତାରରେ ଏଫ୍‌-୨୨ ଯୁଦ୍ଧବିମାନ

ଓ୍ବାଶିଂଟନ,୩୦ା୬(ଏଏଫ୍‌ପି): ଇରାନ-ଆମେରିକା ବିବାଦ ବଢ଼ିବାରେ ଲାଗିଛି। ପ୍ରଥମ ଥର ଲାଗି ଆମେରିକା କାତାରରେ ଏହାର ଏଫ୍‌-୨୨ ଲଢ଼ୁଆ ବିମାନ ମୁତୟନ କରିଛି। ଆମେରିକା ସ୍ବାର୍ଥର ସୁରକ୍ଷା...

ଥାଇଲାଣ୍ଡରେ ଉଗ୍ରପନ୍ଥୀ ଆକ୍ରମଣ: ୧୫ ନିହତ

ୟାଲା,୭ା୧୧(ଏ.ଏଫ୍‌.ପି./ଆଇଏଏନ୍‌ଏସ୍‌): ଥାଇଲାଣ୍ଡର ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସ୍‌ଲିମ ଉଗ୍ରପନ୍ଥୀମାନେ ରକ୍ତମୁଖା ହୋଇଯାଇଛନ୍ତି। ଏହି ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ବୁଧବାର ୧୫ ନିହତ ଓ ୫ ଆହତ ହୋଇଛନ୍ତି।...

ସେନା ମୁଖ୍ୟଙ୍କ ବିରୋଧରେ କହି ଗିରଫ ହେଲେ ନଓ୍ବାଜଙ୍କ ଜ୍ୱାଇଁ

ଲାହୋର,୨୨।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଜ୍ୱାଇଁ ମହମ୍ମଦ ଶଫଦର ଏବେ ଅଡୁଆରେ ପଡିଯାଇଛନ୍ତି। ଶଫଦର ପାକିସ୍ତାନ ସେନାମୁଖ୍ୟ ଓ ଦେଶର ଶାଇନ ଶୃଙ୍ଖଳା...

Leave a comment

Your email address will not be published. Required fields are marked *