ଦାୟିତ୍ୱ ଗ୍ରହଣ କଲେ ସମୀର

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଭାଜପାର ନବନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତି ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଦଳର ପ୍ରମୁଖ ନେତାମାନଙ୍କ ଗହଣରେ ସେ ଦାୟିତ୍ୱ ନେଇଛନ୍ତି। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବିଦାୟୀ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଦୀର୍ଘଦିନ ଧରି ଏହି ପଦବୀକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଗୁରୁବାର ସହମତି ଭିତ୍ତିରେ ସମୀରଙ୍କ ନାମ ଘୋଷଣା କରାଯାଇଥିଲା। ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଫଳରେ ଭୋଟ ପ୍ରକ୍ରିୟାର କୌଣସି ଆବଶ୍ୟକତା ପଡ଼ି ନ ଥିଲା।


All Right Reserved By Dharitri.Com

ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁଙ୍କ ସହଯୋଗୀ କୁଶଲ ଗିରଫ

ବଡବିଲ, ୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ବୁଧବାର ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁ ଓରଫ୍‌ ସୁନୀଲ ପାତ୍ରଙ୍କ ସହଯୋଗୀ କୁଶଲ ଓରଫ ବାବୁ କେନ୍ଥ୍‌୍‌କୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜଗନ୍ନାଥ ହେରିଟେଜ କରିଡର ଚିଠା ଆର୍କିଟେକ୍‌ଚରାଲ ପ୍ଲାନ ଲୋକାର୍ପିତ, ଲୋକଙ୍କ ମତାମତ ଅନୁଯାୟୀ ହେବ ଚୂଡାନ୍ତ ପ୍ଲାନ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଜୋର୍‌ଦାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ମନ୍ଦିର ଚାରିପାଖରୁ ବିଭିନ୍ନ ଦୋକାନ ଏବଂ ଘରଗୁଡିକୁ...

ଧାନ ଖଳାରେ ଦନ୍ତା ଦୌରାତ୍ମ୍ୟ: ଆକ୍ରମଣରେ ମାମୁଁ, ଭାଣିଜୀ ଗୁରୁତର

ପରଜଙ୍ଗ, ୮।୧(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ପୁଣିଥରେ ହାତୀ ଦୌରାତ୍ମ୍ୟ ଦେଖାଦେଇଛି। ଜନବସତିକୁ ପଶି ଆସିଥିବା ଏକ ଦନ୍ତା ହିଂସ୍ର...

ସରୋଦରେ ଶରତ…

ଭୁବନେଶ୍ୱର ୧୦।୯(ବ୍ୟୁରୋ): ସରୋଦରେ ଲୁଚିଥିଲା ଶରତର କଥା। ସରୋଦ ବାଦନରେ ଶରତର ସୌନ୍ଦର୍ଯ୍ୟକୁ ଉପସ୍ଥାପନା କରିଥିଲେ ଶିଳ୍ପୀ। ମା’ ଦୁର୍ଗତିନାଶିନୀଙ୍କ ଆଗମନ ଏହି ଋତୁକୁ ସ୍ବତନ୍ତ୍ର...

୧୧ ଆହାର କେନ୍ଦ୍ରକୁ ଆଇଏସଓ ମାନ୍ୟତା

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଥିବା ୧୧ ଆହାର କେନ୍ଦ୍ରକୁ ଇଣ୍ଡରନ୍ୟାଶନାଲ ଅର୍ଗାନାଇଜେଶନ ଅଫ୍‌ ଷ୍ଟାଣ୍ଡାର୍ଡାଇଜେଶନ (ଆଇଏସ୍‌ଓ) ମାନ୍ୟତା ମିଳିଛି। ଏଗୁଡ଼ିକ ହେଲା କ୍ୟାପିଟାଲ...

ଆଜି ହେରାପଞ୍ଚମୀ : ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ ରଥ

ପୁରୀ ଅଫିସ,୮।୭: ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କୁ ଛାଡ଼ିି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି। ତାଙ୍କୁ ସାଙ୍ଗରେ ଆଣି ନ...

ବିଛିନ୍ନାଞ୍ଚଳରେ ପ୍ରଜାମେଳି: ବିଏସଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ କରି ଏକାଠି ହେଲେ ଶହ ଶହ ଆଦିବାସୀ

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ଥରେ ପ୍ରଜାମେଳି ହେବା ଦେଖାଦେଇଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ଯୋଡ଼ାଆମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ହୋଇଥିଲା। ଏହି...

ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ

ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ...

Leave a comment

Your email address will not be published. Required fields are marked *