ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି

ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍‌ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉପରେ ଏବେ ସାରା ବିଶ୍ୱର ନଜର ରହିଛି। ନିର୍ଭୀକ କ୍ରିକେଟ ଖେଳୁଥିବା ବିଶ୍ୱର ୧ ନମ୍ବର ଦଳ ଇଂଲଣ୍ଡ ପାକିସ୍ତାନ ବିପକ୍ଷରେ ଫେଭରାଇଟ ବିବେଚିତ ହେଉଛି। ଏହି ଗ୍ରାଉଣ୍ଡ ବ୍ୟାଟ୍ସମ୍ୟାନଙ୍କ ସ୍ବର୍ଗ ରୂପେ ଜଣାଶୁଣା। ଏଠାରେ ଇଂଲଣ୍ଡ ଦୁଇଥର ଦିନିକିଆ କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କରି ରେକର୍ଡ ସୃଷ୍ଟି କରିଥିଲା। ୨୦୧୬ରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ଏଠାରେ ୩ ଉଇକେଟ ହରାଇ ୪୪୪ ରନ ସଂଗ୍ରହ କରିଥିଲା। ସେହିପରି ଗତବର୍ଷ ଏଠାରେ ଇଂଲଣ୍ଡ ୬ ଉଇକେଟ ହରାଇ ଦିନିକିଆ ଇତିହାସର ସର୍ବାଧିକ ରନ ୪୮୧ ରନ ସଂଗ୍ରହ କରିଥିଲା। ଏହି ପିଚ୍‌ ଉପରେ ହିଁ ମ୍ୟାଚ୍‌ ଖେଳାଯିବ।
ଏହାପୂର୍ବରୁ ପାକିସ୍ତାନ ପ୍ରଥମ ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ଶୁକ୍ରବାର ପରାସ୍ତ ହୋଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିଲା। ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲରଙ୍କ ବାଉନସରର ସମ୍ମୁଖୀନ ହୋଇ ନ ପାରି ପାକିସ୍ତାନ ବ୍ୟାଟ୍ସମ୍ୟାନମାନେ ମାମୁଲି ପ୍ରଦର୍ଶନ କରିଥିଲେ। ଫଳରେ ଦଳମାତ୍ର ୧୦୫ ରନରେ ଅଲଆଉଟ ହୋଇଥିଲା। ଅନ୍ୟପଟେ ଇଂଲଣ୍ଡ ତା’ର ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଓଭାଲରେ ୧୦୪ ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏବେ ଆର୍ଚର ପାକିସ୍ତାନ ଶିବିରରେ ଆତଙ୍କ ସୃଷ୍ଟି କରିଛନ୍ତି। ଶର୍ଟ ପିଚ୍‌ ବୋଲିଂରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ମାର୍କ ଉଡ ମଧ୍ୟ ଇଂଲଣ୍ଡ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ।
ପାକିସ୍ତାନ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ୍‌ ବେଶ୍‌ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରିଥିଲା। ଆର୍ଚରଙ୍କ ସହ ମାର୍କ ଉଡ୍ସଙ୍କ ଯୋଡି ବେଶ୍‌ ପ୍ରଭାବୀ ମନେ ହେଉଛି ବୋଲି ଇଂଲଣ୍ଡ ଆସିଷ୍ଟାଣ୍ଟ କୋଚ୍‌ ଗ୍ରାହମ ଥୋର୍ପ କହିଛନ୍ତି। ଉଡ୍ସଙ୍କ ଗୋଇଠିରେ ଆଘାତ ଦେଖାଦେଇଛି। ଆର୍ଚର ଓ ଉଡ୍ସ ଉଭୟେ ଘଣ୍ଟା ପ୍ରତି ୯୦ ମାଇଲ ବେଗ୍‌ରେ ବୋଲିଂ କରୁଛନ୍ତି। ତେଣୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ପରୀକ୍ଷାର ସମ୍ମୁଖୀନ ହେବେ।
୨୦୧୫ ବିଶ୍ୱକପ୍‌ରେ ପ୍ରଥମ ରାଉଣ୍ଡରେ ବିଦାୟ ନେଇଥିବା ଇଂଲଣ୍ଡ ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ଅକ୍ତିଆର କରିଛି। ଦଳର ବ୍ୟାଟିଂ ଲାଇନ୍‌ ବେଶ୍‌ ଦୃଢ ମନେହେଉଛି। ଓଭାଲରେ ପ୍ରତିକୂଳ ପରିସ୍ଥିତି ଓ ଏକ ଭିନ୍ନ ପ୍ରକାର ପିଚ୍‌ରେ ଇଂଲଣ୍ଡ ୩୧୧ ରନ ସଂଗ୍ରହ କରିପାରିଥିଲେ। ଦିନିକିଆରେ ଏକଦା ୫୦୦ ରନ ସଂଗ୍ରହ କରିବା ଅସମ୍ଭବ ମନେହେଉଥିଲା। ତେବେ ଇଂଲଣ୍ଡ ଯଦି ପାକିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରେ ତାହାଲେ ଏହି ସ୍କୋରର ପାଖାପାଖି ପହଞ୍ଚିବ କିମ୍ବା ତାହାକୁ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଟ୍ରେଣ୍ଟ ବ୍ରିଜ୍‌ରେ ବ୍ୟାଟିଂ କରିବା ବେଶ୍‌ ସୁବିଧାଜନକ ହୋଇଥିବାରୁ ଏ ଭଳି ଆଶା କରିବା ଅମୂଳକ ନୁହଁ ବୋଲି ଥୋର୍ପ କହିଛନ୍ତି। ଯଦି ସୁବିଧା ହୁଏ ଓ ବ୍ୟାଟିଂ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୁଏ ଓ ନିୟମିତ ବ୍ୟବଧାନରେ ଉଇକେଟ ନ ପଡିଲେ ଇଂଲଣ୍ଡ ଅଧିକରୁ ଅଧିକ ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିବ। ତେବେ ଯଦି ଏପରି ନ ହୁଏ ଇଂଲଣ୍ଡ ଅତିକମ୍‌ରେ ଏକ ଲଢୁଆ ସ୍କୋର ଛିଡା କରିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ପାକିସ୍ତାନ ତା’ର ଶେଷ ୧୧ଟି ଦିନିକିଆରେ ପରାସ୍ତ ହୋଇଛି। ଗତ ଦିନିକିଆ ସିରିଜରେ ଘରୋଇ ଇଂଲଣ୍ଡଠାରୁ ୪-୦ରେ ପରାସ୍ତ ହୋଇଛି। ତେଣୁ ପାକିସ୍ତାନ ଏବେ ସଂଘର୍ଷ କରୁଛି। ଭଲ ପ୍ରଦର୍ଶନ କରିବାକୁ ହେଲ ପାକିସ୍ତାନକୁ ବୋଲିଂ, ବ୍ୟାଟିଂରେ ସୁଧାର ଆଣିବାକୁ ହେବ। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମିର ଅବଶ୍ୟ ପ୍ରଥମ ମ୍ୟାଚ୍‌ରେ ୩ଟି ଉଇକେଟ ଅକ୍ତିଆର କରି ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବାରୁ ପାକିସ୍ତାନ ଚାପରେ ରହିଛି। ତେଣୁ ପାକିସ୍ତାନ ପାଇଁ ଏହି ମ୍ୟାଚ ପରୀକ୍ଷା ସୃଷ୍ଟି କରିଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଟମ କୁରାନ, ଲିଅମ ଡସନ, ଲିଅମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ଜାସନ ରଏ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍ସ।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆସିଫ ଅଲି, ବାବର ଆଜମ, ଫକର ଜମାନ, ହାରିସ ସୋହେଲ, ହାସନ ଅଲି, ଇମାଦ ଓ୍ବାସମ୍‌, ଇମାମ- ଉଲ- ହକ, ମହମ୍ମଦ ଆମିର, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନେନ, ଶଦାବ ଖାଁ, ଶହିନ ଆଫ୍ରିଦି, ସୋଏବ ମଲିକ ଓ ଓ୍ବାହାମ ରିୟାଜ।


All Right Reserved By Dharitri.Com

ପ୍ରଶଂସକ ସୁରକ୍ଷା କର୍ଡନ ଭାଙ୍ଗିବାକୁ ଗାଭାସ୍କରଙ୍କ ନାପସନ୍ଦ

ପୁଣେ,୧୩।୧୦(ପି.ଟି.)- ଏଠାରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ତଥା ଶନିବାର ଜଣେ ପ୍ରଶଂସକ ସୁରକ୍ଷା କର୍ଡନ ଡେଇଁ...

ଓ୍ବେଷ୍ଟର୍ନ ଏସିଆନ ୟୁଥ୍‌ ଆଣ୍ଡ ଜୁନିୟର ଚେସ୍‌: ସାଇନା, ପଲକଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ଚେସ୍‌ର ଭବିଷ୍ୟତଭାବେ ବିବେଚିତ ହେଉଥିବା ପ୍ରତିଭା ସମ୍ପନ୍ନ ସାଇନା ସାଲୋନିକା ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ୨ଟି ପଦକ ଅର୍ଜନ କରିଛନ୍ତି।...

ଡନ୍‌ ବ୍ରାଡ୍‌ମ୍ୟାନ୍‌ କେତୋଟି ଛକା ମାରିଛନ୍ତି ଜାଣିଛନ୍ତି କି, ଶୁଣି ହେବେ ଆଶ୍ଚର୍ଯ୍ୟ

କ୍ରିକେଟ କଥା ଯେବେ ବି ଆଲୋଚନା ହୁଏ,ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କ କଥା ନିଶ୍ଚିତ ଚର୍ଚ୍ଚାକୁ ଆସେ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍‌...

ପାକିସ୍ତାନ ଚୟନକର୍ତ୍ତା କିମ୍ବା ଟିମ୍‌ ମ୍ୟାନେଜର ହୋଇପାରନ୍ତି ମହସିନ

କରାଚୀ, ୨୪ା୬ (ପି.ଟି.)-ପୂର୍ବତନ ଟେଷ୍ଟ ବ୍ୟାଟ୍ସମ୍ୟାନ ଏବଂ ମୁଖ୍ୟ କୋଚ୍‌ ମହସିନ ହସନ ଖାଁ ପାକିସ୍ତାନ କ୍ରିକେଟରେ ପୁଣି କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଫେରିପାରନ୍ତି। ଚଳିତ...

ଏଟିକେର କ୍ରମାଗତ ଦ୍ୱିତୀୟ ବିଜୟ

ଚେନ୍ନାଇ, ୩୧।୧୦- ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗର ଏକାଦଶ ମ୍ୟାଚରେ ଘରୋଇ ଚେନ୍ନାଇନ ଏଫସିକୁ ୧-୦ ଗୋଲରେ ହରାଇ...

ଅତ୍ୟଧିକ ଅପିଲ: କୋହଲିଙ୍କୁ ଜରିମାନା

ସାଉଥାମ୍ପଟନ, ୨୪।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ଆକ୍ରମଣାତ୍ମକ ଢଙ୍ଗରେ ଅତ୍ୟଧିକ ଅପିଲ...

ଏସିଆନ୍‌ ଗେମ୍ସ ତ୍ରୁଟି ଦୋହରାଇବୁନି: ଲାଲରେମ୍‌ସିଆମି

ବେଙ୍ଗାଲୁରୁ,୪।୮(ପି.ଟି.)- ଟୋକିଓ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ଆମେ ସକ୍ଷମ ହେବୁ ବୋଲି ଭାରତୀୟ ମହିଳା ହକି ଦଳ ଫରଓ୍ବାର୍ଡ ଲାଲରେମସିଆମି ବିଶ୍ୱାସର...

ଭାରତୀୟ ଦଳର ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ ଉଠାଇଲେ ୟୁନିସ

ଲଣ୍ଡନ,୧।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ୩୧ ରନ୍‌ରେ ଇଂଲଣ୍ଡଠାରୁ ପରାଜୟବରଣ କରିଛି। ଏଥିନେଇ ପୂର୍ବତନ ପାକିସ୍ତାନ ଅଧିନାୟକ ଓ୍ବାକର ୟୁନିସ ଟିମ୍‌ ଇଣ୍ଡିଆର ଖେଳୁଆଡ଼...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *