Posted inଜାତୀୟ

ବଳଦଗାଡ଼ିକୁ ଧକ୍କା ଦେଲା ଟ୍ରେନ୍‌: ୫ ମୃତ

ପାଟନା,୧୬।୧: ବିହାର ସମସ୍ତିପୁର ଜିଲାରେ ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ର୍ତ୍ତି କରାଯାଇଛି। ସ୍ଥାନୀୟ ହସନପୁର ଥାନା ଅଞ୍ଚଳର ମହୁଆ ଢ଼ାଲା ନିକଟରେ ଏକ ବଳଦଗାଡ଼ିରେ ବସି ୭ ଜଣ ଲୋକ ରେଳ ଫାଟକ ପାର ହେଉଥିବା ବେଳେ ଟ୍ରେନ୍‌ (ନମ୍ବର ୬୩୩୪୮) ଏହାକୁ ଧକ୍କା ଦେଇଥିଲା। ଖବର ପାଇଁ ସ୍ଥାନୀୟ ପୋଲିସ, ରେଳ ବିଭାଗ ଅଧିକାରୀ ସିଆରପିଏଫ୍‌ ଏବଂ ଆର୍‌ପିଏଫ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାର ତଦନ୍ତ ଜାରି ରହିଛି।


All Right Reserved By Dharitri.Com

ଜାମିଆ ହିଂସା: ବିନା ଅନୁମତିରେ କ୍ୟାମ୍ପସ୍‌ରେ ପଶି ମାରପିଟ୍‌ କରିଥିଲା ପୋଲିସ; ଭିସି

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିରେ ସୋମବାର ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ କୁଳପତି ନଜ୍‌ମା ଅଖତର ଭେଟିଛନ୍ତି। ସେହି ସମୟରେ ଗତ ମାସରେ କ୍ୟାମ୍ପସ୍‌...

ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନା ଉଦ୍‌ଜୀବିତ ହେଉ: ଶାହ

ନୂଆଦିଲ୍ଲୀ,୯।୧୧: ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏବେ ଜାତୀୟ ସଂହତି କ୍ଷେତ୍ରରେ ଏହା ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନାକୁ ଉଦ୍‌ଜୀବିତ କରୁ...

ଅଗୁସ୍ତା ହେଲିକପ୍ଟର ଦୁର୍ନୀତି: କମଳନାଥଙ୍କ ପୁତୁରା ନେଇଥିଲେ ଲାଞ୍ଚ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଚୁକ୍ତିନାମାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କୁ ଉତ୍କୋଚ ମିଳିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ କୋର୍ଟଙ୍କୁ ଜଣାଇଛି।...

ଡିଜେ ଶବ୍ଦରେ ବରଙ୍କ ମୃତ୍ୟୁ

ହାଇଦ୍ରାବାଦ,୧୬ା୨: (ଆଇଏଏନ୍‌ଏସ୍‌): ତେଲଙ୍ଗାନାର ନିଜାମାବାଦ ଜିଲା ଅନ୍ତର୍ଗତ ବୋଧନ ସହରରେ ଏକ ବାହାଘର ଶୋଭାଯାତ୍ରାରେ ଉତ୍କଟ ଡିଜେ ଶବ୍ଦରେ ମୂର୍ଚ୍ଛା ଯାଇଥିବା ବରଙ୍କର ମୃତ୍ୟୁ ହୋଇଯାଇଛି।...

ଆତଙ୍କବାଦ ବିରୋଧରେ ଲଢିବାକୁ ଏକଜୁଟ ହେବେ ଭାରତ-ଆମେରିକା: ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଗୁଜରାଟର ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ସାଧାରଣ ଜନତାଙ୍କୁ...

କରୋନା ଭୟ: ଜେଲରେ ବନ୍ଦୀ ଥିବା ୫୮୦୦ କଏଦୀଙ୍କୁ ମୁକ୍ତ କରିପାରନ୍ତି ପଞ୍ଜାବ ସରକାର

ଚଣ୍ଡିଗଡ଼,୧୮।୩: ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୫୨ ଛୁଇଁଥିବା ବେଳେ ପଞ୍ଜାବରେ...

ଗୁଜରାଟ ମୁହାଁ ହେଉଛି ‘ମାହା’

ନୂଆଦିଲ୍ଲୀ,୫।୧୧: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମାହା’ ଏବେ ତା’ର ଦିଗ ପରିବର୍ତ୍ତନ କରୁଛି ବୋଲି କହିଛି ପାଣିପାଗ ବିଭାଗ। ଏବେ ଏହା ଗୁଜରାଟ...

ଖାପ୍‌ ପଞ୍ଚାୟତରେ ତାଲିବାନୀ ଶାସନ: ପ୍ରେମୀଯୁଗଳଙ୍କୁ ମୂତ୍ର, ଗୋବର ଖାଇବାକୁ ନିର୍ଦ୍ଦେଶ

ଝାନ୍ସି,୮ା୨: ଉତ୍ତରତପ୍ରଦେଶରେ ଖାପ୍‌ ପଞ୍ଚାୟତର ତାଲିବାନୀ ଶାସନ ଥମିବାର ନାଁ ଧରୁନି। ଦୈନିକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି। ଖାପ୍‌ ପଞ୍ଚାୟତ ନେଉଥିବା ନିଷ୍ପତ୍ତିକୁ...

Leave a comment

Your email address will not be published. Required fields are marked *