ଏଇ ଭାରତରେ

ଈଶ୍ୱରଙ୍କ ନିକଟତର ହେବା ପାଇଁ କିଏ କେତେ ପ୍ରକାର ସାଧନା କରନ୍ତି। କିନ୍ତୁ ଜଣେ ବୃଦ୍ଧ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ଜୀବନ୍ତ ସମାଧି ନେବାକୁ ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ଗୁଣ୍ଟୁର ଜିଲା ଗନ୍ନାବରମ ଗାଁର ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଥାତିରେଡ୍ଡୀ ଲାଚି ରେଡ୍ଡୀ ନାମକ ଏହି ବ୍ୟକ୍ତି ଭଗବାନଙ୍କ ନିକଟତର ହେବାକୁ ଏଭଳି ଅଭିନବ ପନ୍ଥା ଆପଣାଇଥିଲେ। ନିଜ କ୍ଷେତରେ ଏକ ସମାଧି ଖୋଳି ଜୀବନ୍ତ ସମାଧି ନେବାକୁ ଉଦ୍ୟମ କରିଥିଲେ। ସେ ଈଶ୍ୱରଙ୍କୁ ଆରାଧନା କରି ସମାଧିସ୍ଥ ହେବାକୁ ଚାହୁଁଥିଲେ। ହେଲେ ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ବୃଦ୍ଧଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ଆଗେଇ ଆସିଥିଲେ। ସେ ଜିଲାପାଳଙ୍କ ନିକଟକୁ ଏକ ପତ୍ରଲେଖି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ହେଲେ ଏପରି କାର୍ଯ୍ୟ କରିବା ପୂର୍ବରୁ ପୋଲିସ ଏଥିରେ ହସ୍ତକ୍ଷେପ କରିଥିଲା ଏବଂ ବୃଦ୍ଧ ଜଣକ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଥିଲେ।


All Right Reserved By Dharitri.Com

ଆମ ଭାଷା ଓ ଶବ୍ଦ

ଅରୁଣ ଦାସ ପୂର୍ବାପେକ୍ଷା ସମୟ ସହ ତାଳଦେଇ ଓଡ଼ିଆ ଭାଷାରେ ଲେଖାଲେଖି ବଢ଼ିଛି। କାରଣ ଖବରକାଗଜ ଓ ପତ୍ରିକା ସଂଖ୍ୟା ବଢ଼ିବା ସହିତ ଅନେକେ ଫେସ୍‌ବୁକ୍‌...

ପ୍ରାଣୀ ପରିବାରରେ ଜେଜେମା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେ ଛୋଟ ଥିବାବେଳେ ବର୍ଷରେ ଦୁଇମାସ ଭୋପାଳ ନିକଟବର୍ତ୍ତୀ ଅଜାଘର ଗାଁରେ ତାଙ୍କ ଫାର୍ମହାଉସ୍‌ରେ କଟାଉ। ବଗିଚାରେ ଆମେ ଖଟରେ...

ନାରୀ ସଶକ୍ତୀକରଣ ଓ ଗାନ୍ଧିଜୀ

ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ମହାମତ୍ା ଗାନ୍ଧୀ। ନାରୀ ମୁକ୍ତି ଆନ୍ଦୋଳନର ସଶକ୍ତ ପ୍ରବକ୍ତା। ତାଙ୍କ ମତରେ ସମାଜରୂପକ ଗାଡ଼ିର...

ସମ୍ପାଦକୀୟ/୨୦୨୦

ପିଲାବେଳେ ଶୁଣିଥିଲୁ ‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି’। ହେଲେ ଭାରତରେ ଏବେ ଏହିଭଳି ପଦ ଗାଇବାକୁ କ୍ୱଚିତ୍‌ ଲୋକ...

ଏଇ ଭାରତରେ

ସମାଜରେ ଅନେକେ ଅଛନ୍ତି ଯେଉଁମାନଙ୍କ ଉଦ୍ୟମ କେବଳ ଭଲ କାର୍ଯ୍ୟ ଲାଗି ଅଭିପ୍ରେତ। ଏମାନଙ୍କ ମଧ୍ୟରୁ ଛତିଶଗଡ଼ର ଶ୍ରଦ୍ଧା ସାହୁ ଜଣେ। ପରିବେଶକୁ ପ୍ରଦୂଷଣ ପ୍ରକୋପରୁ...

ଫେରୁଛି ପୁରୁଣା ଦିନ

ଉପେନ୍ଦ୍ର ବିଶ୍ୱାଳ ସକାଳ ସ୍ନାନ ସାରି ସାଧୁ ଜଣକ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟାଞ୍ଜଳି ଦେଉଥାନ୍ତି ନଦୀର ଅଣ୍ଟାଏ ପାଣିରେ। ଛଞ୍ଚାଣର ପଞ୍ଝାରୁ ଆକାଶରୁ ଅକସ୍ମାତ୍‌ ଖସିଆସି ଆଞ୍ଜୁଳାରେ...

ବିବେକୀ ମଣିଷ

ମମତା ପଣ୍ଡା ମଣିଷକୁ ନିୟନ୍ତ୍ରଣ କରେ ତା’ର ମନ, ବୁଦ୍ଧି ଓ ବିବେକ। ବୃତ୍ତି-ରଙ୍ଗିଳ ମନ ପ୍ରବୃତ୍ତି ମାର୍ଗରେ ଆତ୍ମସ୍ବାର୍ଥ ପୂରଣ ପାଇଁ ନିଜ ଇନ୍ଦ୍ରିୟଗୁଡ଼ିକୁ...

ଭାରତୀୟତା ଓ ଓଡ଼ିଶା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ମୁଁ  ରୁର୍କୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟର ଏକ ଘଟଣା। ଆମ ଇଞ୍ଜିନିୟରିଂ ବିଭାଗର ସ୍ନାତକୋତ୍ତର ଶ୍ରେଣୀରେ ସିଟ୍‌ ଥାଏ ୧୫ଟି।...

Leave a comment

Your email address will not be published. Required fields are marked *