ଖୋର୍ଦ୍ଧାରେ ବିଦ୍ୟୁତ୍‌ କାଟ୍‌କୁ ନେଇ ଉତ୍ତେଜନା, କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାହକ

ଖୋର୍ଦ୍ଧା ଅଫିସ,୧୬।୧: ପୂର୍ବ ନିର୍ଦ୍ଧାରିତ ତାରିଖାନୁଯାୟୀ ସେସୁ ପକ୍ଷରୁ ଗୁରୁବାର ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ ହୋଇଛି। ୩୯ଟି ଟିମ୍‌ ବିଦ୍ୟୁତ୍‌ ବକେୟା ଥିବା ଗ୍ରାହକମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରୁଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିରେ ବିଦ୍ୟୁତ୍‌ କଟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭୋଇସାହିର ୭ରୁ ଊର୍ଦ୍ଧ୍ୱ ଗ୍ରାହକଙ୍କର ଲାଇନ କଟା ଯାଉଥିବା ବେଳେ ସେମାନେ ଏହାକୁ ପ୍ରତିବାଦ କରିଥିଲେ। ଏପରି କି ସେମାନେ ୫ ବିଦ୍ୟୁତ୍‌ କର୍ମଚାରୀଙ୍କୁ ପ୍ରାୟ ୧ ଘଣ୍ଟା ଧରି ଅଟକ ରଖିଥିଲେ। ବିଦ୍ୟୁତ୍‌ କର୍ମଚାରୀ ଲାଇନ କାଟିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନଙ୍କୁ ଗ୍ରାହକମାନେ ଛାଡ଼ିଥିବା ସୂଚନା ମିଳିଛି।
ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ୍‌ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି। ଖୋର୍ଦ୍ଧା ସବ୍‌ଡିଭିଜନରେ ୯ ସ୍କ୍ବାଡ୍‌ ସାମିଲ ହୋଇଛନ୍ତି। ୫୧୦୦୦ ଗ୍ରାହକଙ୍କ ଉପରେ ୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ବର୍ତ୍ତମାନ ଏହି ଚଢ଼ାଉ ଫଳରେ ବାକି ଥିବା ବିଲ୍‌ ସଂଗ୍ରହ ଆରମ୍ଭ ହୋଇଛି। ଦାଖଲ କରୁଥିବା ଗ୍ରାହକଙ୍କ ପୁନଃ ସଂଯୋଗ କରାଯାଉଛି।


All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ: ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

ବାଲେଶ୍ୱର ଅଫିସ, ୧୮।୧୦-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ବାଲେଶ୍ୱର ଜିଲା ଡ୍ରେନେଜ୍‌ ଡିଭିଜନ୍‌ର କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର...

ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ବାତିଲ ଦାବିରେ ରାସ୍ତାରୋକୋ

ଜଳେଶ୍ୱର, ୧।୨(ଡି.ଏନ.ଏ.)-ଜଳେଶ୍ୱର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଆଦେଶ ବାତିଲ ଦାବିରେ ପରିଚାଳନା କମିଟି ଓ ଅଭିଭାବକମାନେ ଆଜକୁ ୪ ଦିନ ଧରି ବିଦ୍ୟାଳୟ...

ଖାଉଟିଙ୍କ ପାଇଁ ଧାର୍ଯ୍ୟ ହେବ ଅଣ୍ଡା ଦର

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଏଣିକି ଖାଉଟିଙ୍କ ପାଇଁ ଅଣ୍ଡା ଦର ଧାର୍ଯ୍ୟ କରାଯିବ। ଖାଉଟି ଅଣ୍ଡା ଚାଷୀଙ୍କ ବିକ୍ରି ଦର ମଧ୍ୟ ଜାଣିପାରିବେ। ଚାଷୀ କେତେ ଟଙ୍କାରେ...

ଅନ୍ତୁଳିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନାହାନ୍ତି ଆବଶ୍ୟକ ଶିକ୍ଷକ:ପ୍ରଶାସନକୁ ୭ ଦିନ ସମୟ ଦେଲେ ଗ୍ରାମବାସୀ

ଅନୁଗୋଳ ଅଫିସ, ୯।୭ ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ଅନ୍ତୁଳିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନାହାନ୍ତି।...

ଚନ୍ଦକା ଗଲେ ୭ ଚିତ୍ରାହରିଣ: ଶାଗୁଣା ଅଣ୍ଡା, କଟାସ ଆସିଲା ଡାକ୍ତରଖାନା

ବାରଙ୍ଗ,୫।୧(ଡି.ଏନ୍‌.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଚିତ୍ରାହରିଣମାନଙ୍କ ସଂଖ୍ୟା ଗତ କିଛିଦିନ ମଧ୍ୟରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଚିତ୍ରାହରିଣଙ୍କୁ ଚନ୍ଦକା ଜଙ୍ଗଲରେ...

୨ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ରାଇକିଆ,୧୮ା୯(ଡ଼ି.ଏନ.ଏ)- ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଇ ନାବାଳିକାଙ୍କୁ ପୃଥକ ସମୟରେ ବଳାତ୍କାର କରିଥିବା ଅଭିଯୋଗରେ କନ୍ଧମାଳ ଜିଲା ରାଇକିଆ ଥାନା ପୋଲିସ ଜଣେ ଯୁବକଙ୍କୁ ମଙ୍ଗଳବାର...

କିଶୋରନଗରରେ ୪୨ ଡିଗ୍ରୀ ତାପମାତ୍ରା: ପାଣି ପାଇଁ ଜନଜୀବନ ହନ୍ତସନ୍ତ

ବଇଣ୍ଡା,୧୧।୬(ଡି.ଏନ.ଏ.)-ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ବିଶେଷ କରି ଅନୁଗୋଳ ଜିଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କିଶୋରନଗର ବ୍ଲକରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ୱ...

କଟକରେ ବ୍ୟବସାୟୀଙ୍କଠାରୁ ଜାଲନୋଟ ଜବତ, ଜମା ପାଇଁ ବ୍ୟାଙ୍କ ନେଇଥିବା ବେଳେ ଧରାପଡ଼ିଲେ

କଟକ ଅଫିସ,୨୨।୧: ମର୍କତନଗର ଥାନା ପୋଲିସ ବୁଧବାର ଜଣେ ବ୍ୟବସାୟୀଙ୍କଠାରୁ ଜାଲ ନୋଟ ଜବତ କରିଛି। ବ୍ୟବସାୟୀ ଜଣକ ସେକ୍ଟର -୯ରେ ଥିବା ଏସ୍‌ବିଆଇ ଶାଖାରେ...

Leave a comment

Your email address will not be published. Required fields are marked *