Posted inଜାତୀୟ

ନିର୍ଭୟା ମାମଲା: ଜେଲ୍‌ ପ୍ରଶାସନଙ୍କୁ ରିପୋର୍ଟ ମାଗିଲେ କୋର୍ଟ

ନୂଆଦିଲ୍ଲୀ,୧୬।୧: ଦୀର୍ଘ ୭ ବର୍ଷ ତଳର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଶୁଣାଣି କରି ଆଜି ଦିଲ୍ଲୀର ଏକ କୋର୍ଟ ତିହାର ଜେଲ୍‌ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି। ଆସନ୍ତା ୨୨ରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏ ସମ୍ପର୍କରେ ଜେଲ ପ୍ରଶାସନର ପ୍ରସ୍ତୁତିକୁ ନେଇ କୋର୍ଟ ରିପୋର୍ଟ ମାଗିଛନ୍ତି। ଏବେ ଏହି ମାମଲାର ଶୁଣାଣି ଶୁକ୍ରବାର କରାଯିବ ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ମୁକେଶ କୁମାର ସିଂଙ୍କ କ୍ଷମା ଆବେଦନକୁ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବେଜଲ ଖାରଜ କରିଦେବା ପରେ ଏବେ ଏହାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଇ ଦିଆଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଦେଖିବା ପରେ ଏହା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ଏପଟେ ଆଲୋଚନା ହେଉଛି କି ୨୨ ଜାନୁୟାରୀରେ ଏମାନଙ୍କୁ ଫାଶୀ ନ ହୋଇପାରେ। କାହିଁକିନା ଯଦି ଓ ୨/୩ ଦିନ ମଧ୍ୟରେ ଏମାନଙ୍କ କ୍ଷମା ଆବେଦନ ଖାରଜ ହୋଇଯାଏ ତା’ପରେ ଏମାନଙ୍କୁ ୧୪ ଦିନ ସମୟ ମିଳିବ। ଆଉ ଏହା ଆଇନ ଅନୁଯାୟୀ ୨୨ ତାରିଖ ଅତିକ୍ରମ କରିଯିବ ବୋଲି କୁହାଯାଉଛି।


All Right Reserved By Dharitri.Com

ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି : ଡେରେକ୍‌ଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ,୨୭ା୭(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ସାମିଲ ହେବା ଲାଗି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରିଏନ୍‌ଙ୍କୁ ସିବିଆଇ ସମନ ଜାରି କରିଛି।...

ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମାଙ୍କ ପରଲୋକ

ମୁମ୍ବାଇ,୮।୧୨: ବଲିଉଡ୍‌ର ନାଁ କରା କଳାକାର ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସି ସିଦ୍ଦିକିଙ୍କ ଶୁକ୍ରବାର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ...

କେଜରିଓ୍ବାଲଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଲ୍‌ ମାଗଣା

ନୂଆଦିଲ୍ଲୀ,୧।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବଡ଼ ଘୋଷଣା କରିଛନ୍ତି। ଏବେ ଦିଲ୍ଲୀର ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ୨ଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଲ୍‌ ମାଗଣାରେ ମିଳିବ। ତେବେ...

ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଜମ୍ମୁର ୫ ଜିଲାରେ ବନ୍ଦ ହେଲା ସିନେମା ହଲ୍‌

ଜମ୍ମୁ,୧୧।୩: କରୋନା ଭାଇରସ ଭାରତରେ ତା’ର ସ୍ଥିତି ଜାହିର କରିଥିବା ବେଳେ ଏବେ ଏହା ବଢିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୦ ଛୁଇଁଥିବା...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢିବ ନାହିଁ ଜେଜେପି

ଚଣ୍ଡିଗଡ଼,୨୧।୧: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଲଢିବ...

ଏପରି ପଥର ଯାହା କ୍ଷୀରକୁ କରେ ଦହି…

ରାଜସ୍ଥାନ ଜୈସଲମେର ଠାରୁ ୫୦ କିଲୋମିଟର ଦୂର ହାବୁର ଗାଁରେ ଏକ ପ୍ରକାର ପଥର ମିଳିଥାଏ। ପଥରକୁ କ୍ଷୀରରେ ପକାଇଲେ କିଛି ସମୟ ମଧ୍ୟରେ ଏହା...

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୬୪୪ ସନ୍ତ୍ରାସବାଦୀ

ଗୁଆହାଟୀ,୨୩।୧: ଆସାମର ପ୍ରତିଷ୍ଠିତ ୮ସଙ୍ଗଠନର ୬୪୪ ସନ୍ତ୍ରାସବାଦୀ ୧୭୭ ମାରଣାସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତ...

ସିଏଏ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା

ମୁଜଫରନଗର,୪।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ ମୁଜଫରନଗର ଗସ୍ତ କରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ହିଂସାର ଶିକାର ହୋଇଥିବା ପୀଡ଼ିତଙ୍କୁ ଓ ମୃତକଙ୍କ...

Leave a comment

Your email address will not be published. Required fields are marked *