ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ, ଦୀର୍ଘ ୧୫ମାସ ହେଲା ବନ୍ଦ ହୋଇପଡ଼ିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ ଓ ବାଇପାସ୍‌ ରାସ୍ତା ନିର୍ମାଣ ଦାବିରେ ଆକ୍ସନ କମିଟି ପକ୍ଷରୁ ଦିଆଯାଇଥିବା ଦୁଇଦିନ ଧରି ବନ୍ଦ ଡାକରାର ଗୁରୁବାର ଦ୍ୱିତୀୟ ଦିନ। ବୁଧବାର ପରି ଆଜି ମଧ୍ୟ ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ସମସ୍ତ କେନ୍ଦ୍ରୀୟ ତଥା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ବେଳେ କଚେରି, ବ୍ୟାଙ୍କ, ବୀମା ଓ ଡାକ କାର୍ଯ୍ୟାଳୟ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ବଲାଙ୍ଗୀରର ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନ କର୍ମକର୍ତ୍ତା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କମିଟି ଚେତାବନୀ ଦେଇଛି। ଏହି ଧାରଣାରେ ଆକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀ, ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର, ବାର୍‌ ଆସୋସିଏଶନ୍‌ର ସଭାପତି ଆଇନଜୀବୀ ପ୍ରମୋଦ ତ୍ରିପାଠୀ, ସମ୍ପାଦକ ଅମନ ନାଗ, ସିଭିଲ ସୋସାଇଟିର ସଭାପତି ନୀଳମଣି ମିଶ୍ର, ଆଇନଜୀବୀ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ସାମିଲ ଅଛନ୍ତି।


All Right Reserved By Dharitri.Com

ଶ୍ରାଦ୍ଧବାର୍ଷିକୀରେ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼ ଅଫିସ,୧।୧୨: ବରଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ଯଦୁମଣୀ ପ୍ରଧାନଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ରବିବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ବରଗଡ଼ ଏସ୍‌ପି ଅଫିସ ସମ୍ମୁଖ...

ଲଘୁଚାପ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

ଭାପୁର,୨୯।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ସଦର ବ୍ଲକ ଓ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଛଦେଶ ଅଞ୍ଚଳରେ ଗତ ଲଘୁଚାପ ବର୍ଷାରେ ବ୍ୟାପକ ଧାନ ଓ ପନିପରିବା ଫସଲ...

ଦୃଷ୍ଟିହୀନ ଛାତ୍ରଙ୍କୁ ମିଳୁନି ହଷ୍ଟେଲ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ଖଲ୍ଲିକୋଟ ଜୁନିୟର୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଙ୍କୁ ରହିବା ପାଇଁ ହଷ୍ଟେଲ୍‌ରେ ସିଟ୍‌ ମିଳୁନି। ଏହାକୁ ନେଇ ଦୃଷ୍ଟିହୀନ ଛାତ୍ରମାନେ ଅସନ୍ତୋଷ ପ୍ରକାଶ...

କୃଷି ସୂଚନା ପରାମର୍ଶ କେନ୍ଦ୍ର ବୈଠକରେ ମାଛ, କୁକୁଡା, ଛତୁ ଚାଷ ଉପରେ ଗୁରୁତ୍ୱାରୋପ

ରସୁଲପୁର,୬।୧(ଡିଏନଏ)- ରସୁଲପୁର ବ୍ଲକ ଅନ୍ତର୍ଗତ ସହକାରୀ କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ବ୍ଲକସ୍ତରୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଏକ ବୈଠକ ଅନୁଷ୍ଠିତ...

ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଅଧିକ ଅର୍ଥ ଆଦାୟ

ଚନ୍ଦ୍ରଗିରି,୨୧ା୯(ଡି.ଏନ.ଏ.)-ସେପ୍ଟେମ୍ବର ୧ରୁ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିବାରୁ ଗାଡ଼ି ଚାଳକ...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଦ୍ୱାଦଶତମ ଦିବସ:ଆଇଆରବି ନାଇଥ୍‌ ବାଟାଲିୟନ୍‌ ବିଜୟୀ

ଭବାନୀପାଟଣା,୨୮।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଶୁକ୍ରବାର ୧୩ ତମ ମ୍ୟାଚ୍‌ରେ ଗୁଡମର୍ନିଂ...

ଏନ୍‌ଏସି ସୁଇପରଙ୍କୁ ମିଳୁନାହିଁ ମାସିକ ମଜୁରି, ସୁଇପର ସଂଘ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଭବାନୀପାଟଣା,୭।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ଏନ୍‌ଏସି ଆଉଟସୋର୍ସିଂ କମ୍ପାନୀ କାର୍ଯ୍ୟରେ ନିୟୋଜିତ କରିଥିବା ସୁଇପର କର୍ମଚାରୀଙ୍କୁ ଦରମା ମିଳୁ ନ ଥିବା ଓ ଇପିଏଫ ଆକାଉଣ୍ଟରେ...

ଗ୍ୟାଙ୍ଗଷ୍ଟର ପାପା ପଣ୍ଡା ଗିରଫ

ବାଲେଶ୍ୱର ଅଫିସ,୧।୯-ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରୁଥିବା ଗ୍ୟାଙ୍ଗଷ୍ଟର ପାପା ଓରଫ୍‌ ଚିନ୍ମୟ ପଣ୍ଡା (୪୦)ଙ୍କୁ ବାଲେଶ୍ୱର ପୋଲିସ...

Leave a comment

Your email address will not be published. Required fields are marked *