ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ, ଆହତଙ୍କୁ ମିଳିବ ସହାୟତା

କଟକ ଅଫିସ,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଇଷ୍ଟକୋଷ୍ଟ ରେଲଓ୍ବେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜେ.ପି. ମିଶ୍ର ସୂଚନା ଦେଇଛନ୍ତି। ତେବେ କୁହୁଡ଼ି ପାଇଁ ଅଥବା ଅନ୍ୟ କାରଣ ପାଇଁ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି ତାହାର ତଦନ୍ତ କରାଯିବ। ଏହା ସିଗ୍‌ନାଲ ସମସ୍ୟା କି ମନୁଷ୍ୟକୃତ ତାହାର ତଦନ୍ତ ହେବ। ଟ୍ରେନ୍‌ରେ ସ୍ବତନ୍ତ୍ର ସ୍ପିଡୋମିଟର ଲାଗିଛି। ଅଟୋମେଟିକ୍‌ ସିଗ୍‌ନାଲ ଟେରିଟୋରିରେ ୨ ଟ୍ରେନ୍‌ ଯାଇପାରିବ ବୋଲି ସେ କହିଛନ୍ତି। ଅପରପକ୍ଷେ ଆହତଯାତ୍ରୀମାନଙ୍କୁ ରେଲଓ୍ବେ ପକ୍ଷରୁ ସହାୟତା ଦିଆଯିବ। ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କ ପାଇଁ ୨ଟି ବସ୍‌ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ସବୁ ବନ୍ଦୋବସ୍ତ ହୋଇଛି। ସେହଭିଳି ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ତ୍ୱରିତ ସହାୟତା କରିଥିବାରୁ ସିପିଆର୍‌ଓ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


All Right Reserved By Dharitri.Com

୭ରୁ ଜେଡିସିଏ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ: ପ୍ରଦର୍ଶିତ ହେବ ଦେଶ ବିଦେଶର ୪୮ ଫିଲ୍ମ

ଭୁବନେଶ୍ୱର,୨।୨(ବ୍ୟୁରୋ)-  ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ(ଜେଡିସିଏ)ର ଫିଲ୍ମ ଫୋରମ୍‌ ଆନୁକୂଲ୍ୟରେ କଳା ଓ କଳାକାର ଆଧାରିତ ତ୍ରୟୋଦଶ ଅନ୍ତର୍ଜାତୀୟ ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆସନ୍ତା...

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଫୁଲବାଣୀ ଅଫିସ, ୧୭ା୭: ଖଜୁରିପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଖଜୁରିପଡା ଥାନାରେ ଅଭିଯୋଗ ହୋଇଛି ା ଲାଇନପଡା ଅଞ୍ଚଳର ଜଣେ ଯୁବକ...

ଶୁଳିଆପଦା ବ୍ଲକ୍‌ରେ ସର୍ବାଧିକ ବର୍ଷା

ବାରିପଦା ଅଫିସ,୨୬।୭- ମୟୂରଭଞ୍ଜ ଜିଲାରେ ବୁଧବାର ସନ୍ଧ୍ୟାରୁ ବିଭିନ୍ନ ସମୟରେ ବର୍ଷା ହେଉଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜିଲାରେ ମୋଟ ୪୯୦.୧୮ ମିମି ବର୍ଷା ହୋଇଥିବା...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ

କୋରେଇ,୫ା୧୧(ସ୍ବ.ପ୍ର.): ପାଣିକୋଇଲି ପୋଲିସ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ସୋମବାର ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ପୂର୍ଣ୍ଣ ମଲିକ। ପ୍ରକାଶ ଯେ, ଗତ ଗୁରୁବାର...

ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରେ କାଠମାଫିଆ ସକ୍ରିୟ: ଶାଳଗଣ୍ଡି ସହ ଟ୍ରାକ୍ଟର, କଟର ମେଶିନ ଜବତ କଲା ବନବିଭାଗ

ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା ବିଟ-୧ର ଜଳତାପ ଗ୍ରାମ ନିକଟସ୍ଥ ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରୁ ୫ ଖଣ୍ଡ ଶାଳଗଣ୍ଡି ସହିତ ଟ୍ରକ୍ଟର...

ଗଞ୍ଜାମରେ ବ୍ୟାପୁଛି କାମଳ ରୋଗ; ୨୦୧୬ରୁ ୫୪୯ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ୍‌,୨୯ା୭-ଗଞ୍ଜାମ ଜିଲାରେ କାମଳ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ମହାମାରୀ ରୂପ ନେଇ ନ ଥିଲେ ମଧ୍ୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ...

ଅନୁକୂଳ ପାଣିପାଗ: ଖରିଫ ଚାଷ ପାଇଁ ଚାଷୀ ତତ୍ପର

ଉଲୁଣ୍ଡା, ୧ା୭(ଡି.ଏନ.ଏ.)  ରୋହିଣୀ ତାତେ, ମୃଗଶିରା ମାତେ, ଆରଦ୍ରା କରେ ଛନ୍‌ ଛନ୍‌, ଚାଷୀ ବଇଲା ଚଷାନୀଲୋ ଇ ବଛର କେନନ ରଖମା ଧାନ। ବିଶ୍ୱାସ...

ବ୍ୟାଙ୍କରୁ ଟଙ୍କା ଲୁଟ୍‌ ମାମଲା: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ଢେଙ୍କାନାଳ ଅଫିସ,୨୫ା୧୧-ଢେଙ୍କାନାଳ ସଦର ଥାନା ସିମିନଈସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଶାଖାରୁ ୨୦୧୭ରେ ସଙ୍ଗଠିତ ଲୁଟ୍‌ ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମୁଖ୍ୟ ବିଚାର ବିଭାଗୀୟ...

Leave a comment

Your email address will not be published. Required fields are marked *