ଦୈନିକ ୨ ଯାତ୍ରୀରେ ଚାଲିଛି ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୬ା୧: ଆଜିକୁ ଠିକ୍‌ ଏକବର୍ଷ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ବଲାଙ୍ଗୀର-ଖୋର୍ଦ୍ଧା ୧୬.୮ କିଲୋମିଟର ରେଳପଥକୁ ଉଦ୍‌ଘାଟନ କରି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ଟ୍ରେନ୍‌ ଚଳାଚଳର ଲୋକାର୍ପଣ କରିଥିଲେ। ଏହି ବହୁ ଚର୍ଚ୍ଚିତ ଟ୍ରେନ୍‌ ଚଳାଚଳକୁ ମଙ୍ଗଳବାର ବର୍ଷେ ପୂରିଛି। ଗତ ଏକବର୍ଷ ମଧ୍ୟରେ ଏହି ରେଳଲାଇନ୍‌ ଏକ ଇଞ୍ଚ ଆଗକୁ ବଢ଼ିନାହିଁ। ଗୋଟିଏ ବର୍ଷ ଧରି ଏହି ପାସେଞ୍ଜର ଟ୍ରେନ୍‌ଟି ଦୈନିକ ହାରାହାରି ୨ଜଣ ଯାତ୍ରୀ ଓ ୨୦ ଟଙ୍କା ଭଡାରେ ଚାଲିଛି। ସୂଚନା ଅଧିକାର ଆଇନ ଜରିଆରେ ଖୋଦ୍‌ ରେଳ ବିଭାଗ ପକ୍ଷରୁ ଉପରୋକ୍ତ ତଥ୍ୟ ଦିଆଯାଇଛି। ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସ୍ଥାନୀୟ ଅମଲା ଭବନଠାରେ ଏକ ଖବରଦାତା ସମ୍ମିଳନୀ କରି ଉପରୋକ୍ତ ସୂଚନା ଦେଇଛନ୍ତି। ଗତବର୍ଷ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଟ୍ରେନ୍‌ ଲୋକାର୍ପଣ କରିଥିଲେ। ଉକ୍ତ ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଏହି ପଛୁଆ ଅଞ୍ଚଳର ବିକାଶ ପାଇଁ ଯେଉଁ ଡିଣ୍ଡିମି ପିଟିଥିଲେ ଗୋଟିଏ ବର୍ଷ ପରେ ତାହା ଫମ୍ପା ପ୍ରତିଶ୍ରୁତି ଥିଲା ବୋଲି ପ୍ରମାଣିତ ହୋଇଥିବା କହିଛନ୍ତି।
ରେଳ ବିଭାଗର ତଥ୍ୟରୁ ଗତ ଏକବର୍ଷ ମଧ୍ୟରେ ବଲାଙ୍ଗୀର-ବିଛୁପାଲି ଟ୍ରେନରେ ଦୈନିକ ହାରାହାରି ମାତ୍ର ୨ ଜଣ ଯାତ୍ରୀ ଯାତ୍ରା କରୁଥିବା ଓ ଦୈନିକ ହାରାହାରି ମାତ୍ର ୨୦ ଟଙ୍କା ଯାତ୍ରୀ ଭଡା ମିଳୁଥିବା ସୂଚନା ଦେଇଥିଲେ। ରେଳପଥ ବିଛାଇବା କାର୍ଯ୍ୟକୁ ଅଣଦେଖା କରି ତରବରିଆ ଭାବେ ବର୍ଷେ ତଳେ ଏହି ଟ୍ରେନ ଚଳାଇ ଦେଇ କେବଳ ଦେଶର ରାଜସ୍ବରୁ ଅର୍ଥଶ୍ରାଦ୍ଧ କରାଯାଉଛି ବୋଲି ସୂଚନା ଅଧିକାର କର୍ମୀ ପଣ୍ଡା ଅଭିଯୋଗ କରିଛନ୍ତି। ଏହି ରେଳପଥରେ ଖୋର୍ଦ୍ଧା ଅର୍ଥାତ୍‌ ଶୂନ୍‌ କିଲୋମିଟର ପଏଣ୍ଟରୁ ୭୭.୩୦ କିମି ପଏଣ୍ଟ ନୟାଗଡ ଜିଲା ମହୀପୁର ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରୁଛି। ତେବେ ୯୦.୬୫ କିମି ପଏଣ୍ଟ ନୂଆଗଁା ପର୍ଯ୍ୟନ୍ତ ୨୦୨୧ ମସିହା ସୁଦ୍ଧା ରେଳ ଚଳାଚଳ କାର୍ଯ୍ୟକ୍ଷମ ହେବ। ନୂଆଗଁାରୁ ଦଶପଲ୍ଲା ପର୍ଯ୍ୟନ୍ତ ଅର୍ଥାତ୍‌ ୧୦୫. ୯୦ କିଲୋମିଟର ପଏଣ୍ଟ ପର୍ଯ୍ୟନ୍ତ ଏହି ରେଳଲାଇନ୍‌ ପହଞ୍ଚତ୍ବା ପାଇଁ ଡିସେମ୍ବର ମାସରେ ଟେଣ୍ଡର ପେପର ଖୋଲାଯାଇଛି। କିନ୍ତୁ ୨୦୨୧ ମସିହା ସୁଦ୍ଧା ଏହି ରେଳପଥକୁ ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ରେଳ ବିଭାଗ ଓ ରାଜ୍ୟ ସରକାର ମଧ୍ୟରେ ୨୦୧୫ ମସିହାରେ ରାଜିନାମା ସ୍ବାକ୍ଷର ହୋଇଥିଲା। ରେଳପଥର ପ୍ରାୟ ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ୨୦୨୧ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହା ସମଗ୍ର ଦେଶର ଏକ ବିଳମ୍ବିତ ରେଳପ୍ରକଳ୍ପ ହୋଇଯାଇଛି। ଯେଭଳି ମନ୍ଥର ଗତିିରେ ରେଳଲାଇନ୍‌ ବିଛାଇବା କାମ ଚାଲିଛି ଏହା ସମ୍ପୂର୍ଣ୍ଣ ହେବାକୁ ଆଉ ପ୍ରାୟ ୧୦ ବର୍ଷ ସମୟ ଲାଗିଯିବ ବୋଲି ପଣ୍ଡା କହିଛନ୍ତି। ବିଛୁପାଲିଠାରୁ ସୋନପୁର ପର୍ଯ୍ୟନ୍ତ ଟେଣ୍ଡର ଗତ ମାସରେ ଖୋଲାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। କଳାହାଣ୍ଡି ୱାଗନ କାରଖାନା ପ୍ରସ୍ତାବକୁ ପିରିୟଡିକାଲ ଓଭର ହଲିଙ୍ଗ କାର୍ଯ୍ୟଶାଳାରେ ପରିଣତ କରି ମାତ୍ର ୧୮୬ କୋଟି ୩୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ମିଳିଥିବା ତଥ୍ୟରୁ ଜଣାପଡିଛି। ସେହିପରି ରାୟଗଡା ରେଳ ଡିଭିଜନ ପ୍ରସ୍ତାବ କେବଳ ପ୍ରସ୍ତାବରେ ସୀମିତ ରହିଥିବା ରେଳ ବିଭାଗ ସୂଚନାରୁ ଜଣାପଡିଛି ବୋଲି ପଣ୍ଡା କହିଥିଲେ।


All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଯୋଗାଣ ନିରୀକ୍ଷକ

ଜଟଣୀ,୭।୨(ଡି.ଏନ.ଏ.): ଖୋର୍ଦ୍ଧା ବ୍ଲକର ମହିଳା ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିଆରୀ ୨୦ ହଜାର ଟଙ୍କା ଲାଞ୍ଚ ଡିଲରମାନଙ୍କଠାରୁ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗୁରୁବାର ଧରା...

ସୁନ୍ଦରୀ ବେକରୁ ଖୋଲାଗଲା ରେଡିଓ କଲାର

ବନ୍ତଳା, ୨୨ା୨ (ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ବନ୍ତଳା ଥାନା ରାଇଗୁଡା ରେଞ୍ଜ ଏନ୍‌କ୍ଲୋଜରରେ ଥିବା ବାଘୁଣୀ ସୁନ୍ଦରୀ ବେକରୁ ଶୁକ୍ରବାର ରେଡିଓ...

୬୪ ବର୍ଷରେ ପୁରୁଣାଷ୍ଟେଶନ ବଜାର ଦୁର୍ଗାପୂଜା: ଏଥର ତୋରଣରେ ଔରଙ୍ଗାବାଦର ଅଜନ୍ତା-ଏଲୋରା ଗୁମ୍ଫା

କଟକ ରୋଡ : ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହେଉଛି ରାଜଧାନୀ। ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ତୋରଣ। ମୃଣ୍ମୟୀ ମୂର୍ତ୍ତି ତିଆରିରେ ଲାଗିଛନ୍ତି ଶିଳ୍ପୀ...

କରୋନା ଭୟ: ଧାର୍ମିକ ଅନୁଷ୍ଠାନ ଖାଁ ଖାଁ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା ଭୟରେ ସରକାର ରାଜଧାନୀରେ ଥିବା ଏକାଧିକ ଧାର୍ମିକ ଅନୁଷ୍ଠାନ ଉପରେ ରୋକ ଲଗାଇବାପରେ ଏବେ ସେଠାରେ ବିରଳ ଚିତ୍ର ଦେଖିବାକୁ...

ମାଟିଆଗୁଣ୍ଡି ପୋକ ଫସଲ ଉଜାଡ଼ିଲା:ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

କର୍ଲାମୁଣ୍ଡା,୧୩।୧୧(ଡି.ଏନ.ଏ.):ବର୍ଷକର ଧାନ ଅମଳ ହେବା ପୂର୍ବରୁ ଲାଗିଲା ରୋଗ ପୋକ। ବିପିଏଚ୍‌ ରୋଗ ଲାଗି ପ୍ରାୟ ୧ ଏକର ସ୍ବର୍ଣ୍ଣ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡିଗଲା।...

ରଥକୁ ସୁରକ୍ଷା ଦିଅନ୍ତି ପାର୍ଶ୍ୱ ଦେବଦେବୀ

ପୁରୀ ଅଫିସ,୧୯ା୬: ଆସନ୍ତା ଜୁଲାଇ ୪ତାରିଖରେ ଅଖିଳ ବ୍ରହ୍ମାଣ୍ଡନାଥ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ରଥଖଳାରେ ତିନିରଥ ନନ୍ଦିଘୋଷ,...

ଏସ୍‌ସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ ୟୁନିଟ୍‌ ସ୍ଥାପନ ପ୍ରସଙ୍ଗ: ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର/କଟକ ଅଫିସ, ୨୦ା୭(ବ୍ୟୁରୋ): ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ (ଲିଭର ଟ୍ରାନ୍ସପ୍ଲାଣ୍ଟ୍‌) ୟୁନିଟ୍‌...

ଦୁର୍ବିପାକ ପରିଚାଳନା ଅଭ୍ୟାସ ପ୍ରସ୍ତୁତି ବୈଠକ: ସଚେତନତା ପାଇଁ ୨୩ରେ ମାରାଥନ

ପୁରୀ ଅଫିସ, ୫।୧:  ଜାତୀୟ ଦୁର୍ବିପାକ ପ୍ରଶମନ ବାହିନୀ ପକ୍ଷରୁ ପୁରୀ ଜିଲାରେ ଦୁର୍ବିପାକ ପରିଚାଳନା ଅଭ୍ୟାସ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ...

Leave a comment

Your email address will not be published. Required fields are marked *