Posted inଖେଳ

ହୋବାର୍ଟ ଇଣ୍ଟର ନ୍ୟାଶନାଲ ସେମିରେ ସାନିଆ

ହୋବାର୍ଟ, ୧୬।୧ (ପି.ଟି.)- ଷ୍ଟାର୍‌ ଭାରତୀୟ ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାଶନାଲ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇବର୍ଷ ପରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିବା ସାନିଆ ୟୁକ୍ରେନର ନାଡିଆ କିଚେନୋକ୍‌ଙ୍କୁ ସାଥୀ କରି ଏହି ପ୍ରତିଯୋଗିତା ଖେଳୁଛନ୍ତି। ଗୁରୁବାର ସକାଳେ ଖେଳାଯାଇଥିବା ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ସାନିଆ-ନାଡିଆ ଯୋଡ଼ି ୬-୨, ୪-୬, ୧୦-୪ ସେଟ୍‌ରେ ଆମେରିକୀୟ ଯୋଡ଼ି ଭାନିଆ କିଙ୍ଗ୍‌ ଓ କ୍ରିଷ୍ଟିନା ମ୍ୟାକ୍‌ହାଲେଙ୍କୁ ପରାସ୍ତ କରିଛନ୍ତି। ସେମିଫାଇନାଲରେ ଏହି ଇଣ୍ଡୋ-ୟୁକ୍ରେନ ଯୋଡ଼ିଙ୍କ ମୁକାବିଲା ସ୍ଲୋଭେନିଆ-ଚେକ୍‌ ରିପବ୍ଲିକ ଯୋଡ଼ି ତାମାରା ଜିଡାନସେକ ଓ ମାରିଏ ବୋଉଜକୋଭାଙ୍କ ସହ ହେବ। ପୂର୍ବରୁ ସାନିଆ ଓ ନାଡିଆ ଯୋଡ଼ି ସହଜରେ ପ୍ରଥମ ରାଉଣ୍ଡ ମୁକାବିଲାକୁ ଜିତିଥିଲେ। ଉଲ୍ଳେଖଥାଉକି, ୩୩ ବର୍ଷୀୟା ସାନିଆ ଶେଷଥର ପାଇଁ ୨୦୧୭ରେ ଚାଇନା ଓପନ୍‌ରେ ଖେଳିଥିଲେ। ଏହାପରେ ପୁତ୍ର ସନ୍ତାନ ଇଜହାନଙ୍କୁ ଜନ୍ମ ଦେବାପରେ ସେ ଟେନିସରୁ ଦୂରେଇ ଯାଇଥିଲେ। ହୋବାର୍ଟ ଇଣ୍ଟରନ୍ୟାଶନାଲ ଜରିଆରେ ସେ ପୁଣିଥରେ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ପ୍ରଥମେ ବୋଲିଂ କରିବ ଭାରତ

ବର୍ମିଂହାମ,୩୦।୬- ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବୋଲିଂ କରିବ। ପିଚ୍‌ରେ ଅଧିକ ବାଉନ୍ସ ଥିବାରୁ ଇଂଲଣ୍ଡ ଅଧିନାୟକ...

ଆହତ ଭୁବନେଶ୍ୱରଙ୍କ ସ୍ଥାନରେ ଶାର୍ଦ୍ଦୁଳ

ଚେନ୍ନାଇ,୧୪।୧୨(ପି.ଟି.)-ଭାରତୀୟ ପେସର ଭୁବନେଶ୍ୱର କୁମାର ଆହତ ହୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଭାରତୀୟ ଦଳରେ ସାମିଲ...

ପିଲାଦିନେ ଏହି ଖେଳାଳିଙ୍କ ଭଳି ହେବାକୁ ଚାହୁଁଥିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଏବେ କ୍ରିକେଟର ‘ସୁପର୍‌ହିରୋ’ ଆଖ୍ୟା ଦିଆଯାଇଛି। ତାଙ୍କ ବ୍ୟାଟିଂ ରେକର୍ଡ ଦେଖିଲେ ମନେ ହେଉଛି ସେ ଖୁବଶିଘ୍ର...

ସେଲ୍‌ ଥେରାପି ପାଇଁ ପ୍ୟାରିସ୍‌ରେ ସୁମାକର

ପ୍ୟାରିସ୍‌, ୧୧ା୯ (ଏଏଫ୍‌ପି)-ଆଘାତପ୍ରାପ୍ତ ୭ଥର ଚାମ୍ପିୟନ ଫର୍ମୁଲା ଓ୍ବାନ ବିଶ୍ୱ ଚାମ୍ପିୟନ ମାଇକେଲ ସୁମାକରଙ୍କୁ ପ୍ୟାରିସର ଜର୍ଜେସ ପମ୍ପିଡୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର...

ଖ୍ବାଜା ବିଶ୍ୱକପ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୮ା୭ (ଏଏଫ୍‌ପି)-ହାମଷ୍ଟ୍ରିଙ୍ଗ ଇଞ୍ଜୁରି ଯୋଗୁ ବ୍ୟାଟ୍ସମ୍ୟାନ ଉସ୍‌ମାନ ଖ୍ବାଜା ଚଳିତ ଆଇସିସି ବିଶ୍ୱକପ୍‌ର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ବାଦ୍‌ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍‌ ଜଷ୍ଟିନ...

ରସେଲଙ୍କୁ ଡାକରା

କଲମ୍ବୋ,୨୩।୨- ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କୁ ଡାକରା ଦେଇଛି। ୨୦୧୯ ବିଶ୍ୱକପ୍‌ ପରଠାରୁ ସେ...

ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ,୨୪।୪(ପି.ଟି.)- ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏ ବଲ୍‌ ବାକିରଖି ୬ ଉଇକେଟରେ...

ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସ ୨୧୦ରେ ସୀମିତ :ଟେଷ୍ଟ ସିରିଜ: ଭାରତର କ୍ଲିନ୍‌ ସୁଇପ୍‌

କିଙ୍ଗଷ୍ଟନ(ଜାମାଇକା), ୩ା୯- ସାବିନା ପାର୍କରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୨୫୭ ରନରେ ବିଜୟୀ ହୋଇଛି। ୪୬୮ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା...

Leave a comment

Your email address will not be published. Required fields are marked *