Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ସ୍ବସ୍ତିଙ୍କୁ ଆଉ ଏକ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୬ା୧(କ୍ରୀଡ଼ା ପ୍ରତିନିଧି)-  ଜଣେ ଓଡ଼ିଆ ଖେଳାଳି କୌଣସି ଗୋଟିଏ ଜାତୀୟ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିବା ନିଶ୍ଚିତ କଷ୍ଟକର ବ୍ୟାପାର। ମାତ୍ର ଯୁବ ବୟସରୁ ତାହାକୁ କାମରେ କରି ଦେଖାଇଛନ୍ତି ଓଡ଼ିଶା ତଥା ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ(ଆରଏସ୍‌ପି)ର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସରେ ସେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବୁଧବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ୩୦୦୦ ମିଟର ଟ୍ରାକ୍‌ ବ୍ୟକ୍ତିଗତ ପର୍ଶ୍ୟୁଟ ଇଭେଣ୍ଟରେ ସ୍ବର୍ଣ୍ଣ ଜିତି ରାଜ୍ୟର ଗୌରବକୁ ବଢ଼ାଇଛନ୍ତି। ପୂର୍ବରୁ ସେ ୨୧ ବର୍ଷରୁ କମ୍‌ ସାଇକ୍ଲିଂ ବାଳିକା ସ୍କ୍ରାଚ୍‌ ରେସ୍‌ରେ ସ୍ବର୍ଣ୍ଣ ଏବଂ ବାଳିକା ୬୦ କିଲୋମିଟର ବ୍ୟକ୍ତିଗତ ରୋଡ୍‌ ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ।
୩୦୦୦ ମିଟର ଟ୍ରାକ୍‌ ବ୍ୟକ୍ତିଗତ ପର୍ଶ୍ୟୁଟ ଇଭେଣ୍ଟରେ ସ୍ବସ୍ତି ୪:୨୦.୨୩୭ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରାଜସ୍ଥାନର ମୋନିକା ଜାଟ ୪:୨୫.୩୩୫ ସେକେଣ୍ଡ ସହିତ ରୌପ୍ୟ ଏବଂ କର୍ନାଟକର କୀର୍ତ୍ତି ରଙ୍ଗାସ୍ବାମୀ ସି. ୪:୨୩.୯୩୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‌ ପଦକ ପାଇଥିଲେ। ସ୍ବସ୍ତିଙ୍କ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଆସାମର ଗଙ୍ଗୋତ୍ରୀ ୪:୨୬.୩୦୨ ସେକେଣ୍ଡ ସମୟ ନେବାରୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ସ୍ବର୍ଣ୍ଣ-ରୌପ୍ୟ ପାଇଁ ଲଢ଼େଇରେ ସ୍ବସ୍ତି ପ୍ରତିପକ୍ଷ ମୋନିକାଙ୍କୁ ପରାସ୍ତ କରିଥିଲେ। ବ୍ରୋଞ୍ଜ ଲଢ଼େଇରେ କୀର୍ତ୍ତି ପ୍ରତିପକ୍ଷ ଗଙ୍ଗୋତ୍ରୀଙ୍କୁ ହରାଇଥିଲେ। ତେଣୁ ଓଭରଅଲ୍‌ ଟାଇମିଂରେ କୀର୍ତ୍ତିଙ୍କ ଅପେକ୍ଷା ମୋନିକା ଅଧିକ ସମୟ ନେଇଥିଲେ ହେଁ ରୌପ୍ୟ ପଦକ ହାସଲ କରିଥିଲେ। ସ୍ବସ୍ତିଙ୍କ ପ୍ରଦର୍ଶନରେ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି କୋଚ୍‌ ସୁଶୀଲ କୁମାର ଦାସ। ସ୍ବସ୍ତି ଆଶାନୁରୂପ ପ୍ରଦର୍ଶନ କରିପାରିଛନ୍ତି। ଜଣେ ଖେଳାଳି ଗୋଟିଏ ଇଭେଣ୍ଟରେ ଏତେ ସଫଳତା ପାଇବା କିଛି କମ୍‌ କଥା ନୁହେଁ। ପିଲାମାନେ ତାଙ୍କ କାମ କରିଛନ୍ତି। ଏବେ ରାଜ୍ୟ ସରକାର ଓଡ଼ିଶାର ସାଇକ୍ଲିଂ ପ୍ରତିଭାଙ୍କ ଉପରେ ଦୃଷ୍ଟି ଦେବା ସମୟ ଆସିଛି। ରାଜ୍ୟରେ ସାଇକ୍ଲିଂ ପାଇଁ ଭିତ୍ତିଭୂମି ସୃଷ୍ଟି ହୋଇପାରିଲେ ଆମ ପିଲା ନିଶ୍ଚିତଭାବେ ସିନିୟର ସ୍ତରରେ ମଧ୍ୟ ଚମତ୍କାରିତା ଦେଖାଇ ପାରିବେ। ପିଲାଙ୍କ ଅଭ୍ୟାସ ଲାଗି ଟ୍ରାକ୍‌ ନିହାତି ଜରୁରୀ। ପ୍ରତିଭାମାନଙ୍କ ଏପରି ପ୍ରଦର୍ଶନ ପରେ ସରକାର ନିଶ୍ଚିତ କିଛି କରିବେ ବୋଲି ଆଶା ରଖିଛନ୍ତି ସୁଶୀଲ। ୩ଟି ଇଭେଣ୍ଟରେ ପଦକ ଜିତିସାରିଥିବାରୁ ସ୍ବସ୍ତି ୪ର୍ଥ ଇଭେଣ୍ଟରେ ଭାଗ ନେଇପାରିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ, ଚଳିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ସାଇକ୍ଲିଂ ଇଭେଣ୍ଟରେ ଓଡ଼ିଶା ପାଇଁ ଦୀନେଶ କୁମାର ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ୨୧ ବର୍ଷରୁ କମ୍‌ ୩୦ କିଲୋମିଟର ଟାଇମ୍‌ ଟ୍ରାଏଲ ଇଭେଣ୍ଟରେ ୪୦:୧୧:୧୩୩ ସେକେଣ୍ଡ ସମୟ ନେଇ ସେ ଏହି ସଫଳତା ପାଇଥିଲେ। ବୁଧବାର ଅନୁଷ୍ଠିତ ୪୦୦୦ ମିଟର ଟ୍ରାକ୍‌ ବ୍ୟକ୍ତିଗତ ପର୍ଶ୍ୟୁଟ୍‌ରେ ଦୀନେଶ ଅଳ୍ପକେ ବ୍ରୋଞ୍ଜ୍‌ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ସେ ୪:୫୯.୫୩୭ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନ ପାଇଥିଲେ। ପଞ୍ଜାବର ନମନ କପିଲ, ହରିୟାଣାର ଅନିଲ ମାଙ୍ଗଲୋ ଓ କର୍ନାଟକର ଭେଙ୍କାପ୍ପା କେଙ୍ଗାଲାଗୁଟ୍ଟି ପ୍ରଥମ ୩ ସ୍ଥାନ ଅଧିକାର କରି ପୋଡିୟମ ମଣ୍ଡନ କରିଥିଲେ।
ସାଇକ୍ଲିଂକୁ ଛାଡ଼ିଦେଲେ ଅନ୍ୟ ଇଭେଣ୍ଟରେ ମଧ୍ୟ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଜଗଦୀଶ ବାରିକ ଜିମ୍ନାଷ୍ଟିକ୍ସ ଇଭେଣ୍ଟରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ସେ ୧୭ ବର୍ଷରୁ କମ୍‌ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସର ଭଲ୍ଟ ଟେବୁଲରେ ସ୍ବର୍ଣ୍ଣ ଏବଂ ହରିଜୋଣ୍ଟାଲ ବାର୍‌ସରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ୧୭ ବର୍ଷରୁ କମ୍‌ ବାଳିକା ଜାଭେଲିନ୍‌ ଥ୍ରୋରେ ଧନମତି ଖେସ୍‌ ବ୍ରୋଞ୍ଜ ପଦକ ପାଇଥିଲେ। ସେ ୪୨.୩୨ ମିଟର ଥ୍ରୋ କରି ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଉତ୍ତରପ୍ରଦେଶର ପ୍ରତୀକ୍ଷା ପାଟିଲ ସ୍ବର୍ଣ୍ଣ ଏବଂ ହରିୟାଣାର ଦୀପିକା ରୌପ୍ୟ ପଦକ ହାସଲ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ପୁଣି କ୍ରିକେଟକୁ ଫେରିବା ନେଇ କ’ଣ କହିଲେ ଧୋନୀ

ମୁମ୍ବାଇ,୨୮।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟକୁ କେବେ ଫେରିବା ସେନେଇ କୌଣସି ସୂଚନା ନ ଥିବାବେଳେ ଏହା ଉପରୁ ନିଜେ...

ରଣ୍‌ଜୀ ମୁକାବିଲା: ଅଙ୍କିତଙ୍କ ଦ୍ୱିଶତକ: ମହାରାଷ୍ଟ୍ର ଅଗ୍ରଣୀ

କଟକ ଅଫିସ,୬ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଖେଳ ଗୁରୁବାର ଶେଷ ହୋଇଛି।...

ରେଫରିଙ୍କୁ ଧକ୍କା ମାରି ୬ ମାସ ବାସନ୍ଦ ଖେଳାଳି

ଜୋହାନ୍ସବର୍ଗ,୧୮।୧୧(ଏଏଫ୍‌ପି)- କେପ୍‌ଟାଉନ ସିଟି ମିଡ୍‌ଫିଲ୍ଡର ଏମ୍‌ଫୋ ମାକୋଲାଙ୍କୁ ଏକ ମ୍ୟାଚ୍‌ବେଳେ ମିଳିଥିବା ହଳଦିଆ କାର୍ଡ ୬ ମାସ ବାସନ୍ଦାଦେଶରେ ପରିଣତ ହୋଇଛି। ଲିଗ୍‌ କପ୍‌ ମ୍ୟାଚ୍‌ରେ...

କୃନାଲ, ହାର୍ଦ୍ଦିକଙ୍କ ପ୍ରତିଭାକୁ ଚିହ୍ନିଥିଲେ ରାଇଟ୍‌

ନୂଆଦିଲ୍ଲୀ, ୧୨।୪-ପାଣ୍ଡ୍ୟା ବ୍ରଦର୍ସଭାବେ ପରିଚିତ କୃନାଲ ଏବଂ ହାର୍ଦ୍ଦିକ ଭାରତୀୟ କ୍ରିକେଟରେ ଦୁଇ ପରଚିତ ନାମ। ଦୁହେଁ ଅଲରାଉଣ୍ଡର। କୃନାଲ ସ୍ପିନର ହୋଇଥିବାବେଳେ ହାର୍ଦ୍ଦିକ ମିଡିୟମ...

ଥିମ୍‌ଙ୍କ ପ୍ରତିଶୋଧ

୨୦୧୮ ଓ ୨୦୧୯ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇ ଡୋମିନିକ୍‌ ଥିମ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ତେବେ ଚଳିତ ଅଷ୍ଟ୍ରେଲିଆନ ଓପନରେ...

ବିବାହ ବନ୍ଧନରେ ନଟରାଜ

କଟକ ଅଫିସ,୧୬ା୫- ରାଜ୍ୟ କ୍ରିକେଟର ତାରକା ଖେଳାଳି ତଥା ପୂର୍ବତନ ଅଧିନାୟକ ନଟରାଜ ବେହେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବେଙ୍ଗାଲୁରୁରେ ବୈଦିକ ରୀତିରେ...

ବାବରଙ୍କଠାରୁ ପଛରେ କୋହଲି

କରାଚୀ,୩୦।୯: ପାକିସ୍ତାନ ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜାମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୧୧ତମ ଶତକ ଲଗାଇବାରେ ଭାରତୀୟ ସେନସେଶନ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଭାରତୀୟ...

ମଲନଙ୍କ ଶତକରେ ଅଷ୍ଟ୍ରେଲିଆ ପରାସ୍ତ, ଦକ୍ଷିଣ ଆଫ୍ରିକା ସିରିଜ ବିଜୟୀ

ବ୍ଲୋଏମ୍‌ଫୋଣ୍ଟେନ, ୫।୩- ଜାନେମନ ମଲନଙ୍କ ଅପରାଜିତ ଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ...

Leave a comment

Your email address will not be published. Required fields are marked *