ଶ୍ରୀଅଲାରନାଥଙ୍କ ପୀଠରେ ମକର ନୀତି ସମ୍ପନ୍ନ

ବ୍ରହ୍ମଗିରି,୧୬ା୧(ଡି.ଏନ୍‌.ଏ.): ପବିତ୍ର ମକର ସଂକ୍ରାନ୍ତିରେ ବୁଧବାର ଶ୍ରୀଅଲାରନାଥଙ୍କ ପୀଠରେ ସ୍ବତନ୍ତ୍ର ମକର ନୀତି ଅନୁଷ୍ଠିତ ହୋଇଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ତୁଳସୀ ଚନ୍ଦନ ଲାଗି, ବଲ୍ଲଭ ନୀତି ହେବାପରେ ସ୍ବତନ୍ତ୍ର ଭାବେ ପହିଲି ଭୋଗ ଧୂପ କରାଯାଇଥିଲା। ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ କରିଥିଲେ। ସାଢେ ୧୨ଟାରେ ସକାଳ ଧୂପ, ସାଢେ ୧ଟା ରେ ଦ୍ୱିପ୍ରହର ଧୂପ ହୋଇଥିଲା। ପରେ ସ୍ବତନ୍ତ୍ର ମକର ଚାଉଳ ଭୋଗ ଲାଗି ହୋଇଥିଲା। ଅପରାହ୍ନ ୩ଟାରେ ୫ଜଣ ସେବାୟତ ରୋଷଘରେ ଥିବା ପାଞ୍ଚ ତାଟକୁ ମନ୍ଦିର ଚାରି ପାଖରେ ପରିକ୍ରମା କରାଇଥିଲେ। ସୁଶୋଭିତ ପାଲିଙ୍କିରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ବିଜେ କରାଯାଇ ମନ୍ଦିର ଚାରି ପାଖରେ ତିନିଘେରା ପରିକ୍ରମା କରାଯାଇଥିଲା। ସ୍ବତନ୍ତ୍ର ମକର ବେଢା ନୀତି ସରିବା ପରେ ଚଳନ୍ତି ପ୍ରତିମା ଭକ୍ତଙ୍କୁ ଦର୍ଶନ ଦେଇ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସନ୍ଧ୍ୟା ଆଳତି ପରେ ପୁଣି ସର୍ବସାଧାରଣ ଦର୍ଶନ କରିଥିଲେ।


All Right Reserved By Dharitri.Com

୫ ଦଫାରେ ଦାବିପତ୍ର ଦେଲେ ଆଶାକର୍ମୀ

କେନ୍ଦୁଝର, ୧୫ା୫(ଡି.ଏନ୍‌.ଏ.)-ଓଡିଶା ଆଶାକର୍ମୀ ଆସୋସିଏସନ୍‌ (ସିଟୁ) ତରଫରୁ ଗୁରୁବାର କେନ୍ଦୁଝରଠାରେ ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ରକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ମିଶନଶକ୍ତି...

କାମରେ ଲାଗୁନି ବରିପାଳ ଫରେଷ୍ଟ ବିଟ୍‌

ଘସିପୁରା,୧୬।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲାରେ କାଠ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାରୁ ବନ ସମ୍ପଦ ଉଜଡ଼ିବାରେ ଲାଗିଛି। ଆବଶ୍ୟକ କର୍ମଚାରୀ ଅଭାବରୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ...

ଅନାଥ ଗୁଡ଼ିଆଙ୍କୁ ମିଳିଲେ ଜୀବନସାଥୀ

ବାରିପଦା ଅଫିସ, ୪ା୩- ୪ ବର୍ଷ ହୋଇଥିବା ବେଳେ ମା’ ବାପା ଛାଡ଼ି ଚାଲି ଗଲେ। ପରିବାର କ’ଣ ଜଣା ନ ଥିଲା। ବିଭିନ୍ନ ଆଡ଼େ...

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ସୋହେଲା,୨୯ା୪(ଡି.ଏନ.ଏ.) – ସୀମାନ୍ତ ଲୁହୁରାଚଟି ପୁରୁଣା ଚେକ୍‌ଗେଟରେ ଚା ଦୋକାନ କରି ପରିବାର ପୋଷଣ କରୁଥିବା ଲୁହୁରାଚଟି ଗ୍ରାମର ରଜନୀକାନ୍ତ ଠେଟୁଆ(୩୮)ଙ୍କ ମୃତଦେହ ମଙ୍ଗଳବାର ସକାଳେ...

ଉପରସୁମଠ ଜଙ୍ଗଲରେ ଅସୁସ୍ଥ ମାଈହାତୀର ମୃତ୍ୟୁ

କେନ୍ଦୁଝର,୭।୧୦(ଡି.ଏନ୍‌.ଏ.): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧୀନ ଉପରସୁମଠ ଜଙ୍ଗଲରେ ଅସୁସ୍ଥ ଥିବା ମାଈହାତୀର ସୋମବାର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ୩୦...

ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ବାଳକ ମୃତ

ବାଲେଶ୍ୱର ଅଫିସ,୨୮।୫: ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଶଶିକାନ୍ତ ଦାସଙ୍କ...

ନୂଆଗାଁ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ: ବିଭାଗୀୟ ଅଧିକାରୀଙ୍କୁ ବିଧାୟକଙ୍କ ତାଗିଦ

ନୂଆଗାଁ,୨୨ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ମଙ୍ଗଳବାର ରାଜୀବ ଗାନ୍ଧୀ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଚେୟାରମ୍ୟାନ...

ସାବିତ୍ରୀ ବଜାର: ଦରଦାମ୍‌ ଅନିୟନ୍ତ୍ରିତ

ଭଦ୍ରକ ଅଫିସ, ୩।୬ – ଆଜି ସାବିତ୍ରୀ ବ୍ରତ। ବ୍ରତଧାରୀମାନେ ସାବିତ୍ରୀଙ୍କୁ ପୂଜା କରି ନିଜ ସ୍ବାମୀଙ୍କ ମଙ୍ଗଳ କାମନା କରିଥାନ୍ତି। ଏଥିଲାଗି ସେମାନେ ସାବିତ୍ରୀଙ୍କୁ...

Leave a comment

Your email address will not be published. Required fields are marked *