୨୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଗଲା

ଆର.ଉଦୟଗିରି, ୧୫ା୧(ଡି.ଏନ.ଏ.)- ଆର.ଉଦୟଗିରି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ପୁଣି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଜପତି ଜିଲାପାଳ ଅନୁପମ ସାହା ଓ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ବିଭିନ୍ନ ଥାନା ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି। ବୁଧବାର ଆର.ଉଦୟଗିରି ଥାନା ନୂଆଗଡ ବ୍ଲକର ଅନୁଗୁରୁ ଗ୍ରାମ ନିକଟରେ ଥିବା ଏକ ପାହାଡ ଉପରେ ୧୨ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ୨୪ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଚଢାଉରେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ପାଣିଗ୍ରାହୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବାବେଳେ ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମାହାନ୍ତି, ଥାନା ଅଧିକାରୀଣି ମମତା ନାୟକ, ଅବକାରୀ ଓଆଇସି ଜି. ସୁରିବାବୁ ଓ ରାଜସ୍ବ ଓ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।


All Right Reserved By Dharitri.Com

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ପୁରୀ ଅଫିସ,୪ା୧: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ମିଳିଛି ଶ୍ରେଷ୍ଠ ହିନ୍ଦୁ ସମ୍ମାନ। ଆମେରିକାର ହାୱାଇରୁ ପ୍ରକାଶିତ ଅନ୍ତର୍ଜାତୀୟ ପତ୍ରିକା ‘ହିନ୍ଦୁଜିମ୍‌...

ଚୋରି କରି ନେଇଗଲେ ଇନ୍ଦିରା ଆବାସ

ବାରିପଦା ଅଫିସ, ୨୫ା୨- ଦୀର୍ଘ ବର୍ଷ ହେଲା ପକ୍କା ଘରଟିଏ ପାଇଁ ବିଭିନ୍ନ ଅଧିକାରୀଙ୍କୁ ଗୁହାରି କରିିଥିଲେ ମଧ୍ୟ ଘର ଖଣ୍ଡିଏ ମିଳିଲା ନାହିଁ। ଫଳରେ...

ଦୁର୍ଘଟଣାଗ୍ରସ୍ତ ଆହତ ବସ୍‌ଯାତ୍ରୀଙ୍କୁ ହସ୍ପିଟାଲରେ ଭେଟିଲେ ଜିଲାପାଳ

ଦିଗପହଣ୍ଡି,(ଡିଏନ୍‌ଏ)/ପାଟପୁର,୨୯।୧: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ମାରୁତି ଶ୍ରୀ ସାଇ ନାମକ ଯାତ୍ରୀବାହୀ ବସ୍‌ (ଓଆର୍‌ ୦୫- ଏ ବି ୩୫୩୦) ଓଲଟି ପଡିବାରୁ ଘଟଣାସ୍ଥଳରେ...

ସିଲପଟ୍‌କୁ ଧକ୍କା ଦେଲା ଦୁରନ୍ତୋ ଏକ୍ସପ୍ରେସ୍‌

ରୂପ୍‌ସା, ୨୩।୧୧ (ଡି.ଏନ.ଏ.)/ ଭୁବନେଶ୍ୱର(ବ୍ୟୁରୋ): ହାଓଡ଼ାରୁ ଯଶୋବନ୍ତପୁରକୁ ଯାଉଥିବା ଦୁରନ୍ତୋ ଏକ୍ସପ୍ରେସ (ନଂ. ୧୨୨୪୫) ଶୁକ୍ରବାର ବାଲେଶ୍ୱରର ରୂପସା ଷ୍ଟେଶନରେ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ସଂପ୍ରସାରଣ ସରିଲାଣି, ରାସ୍ତା ମଝିରୁ ହଟୁନି ଖୁଣ୍ଟ

ଜୟପୁର,୧୨।୨(ନି.ପ୍ର.) – ଜୟପୁର ସହରର ରାସ୍ତା ସଂପ୍ରସାରଣ କାମ ସରିଲା। କିନ୍ତୁ ରାସ୍ତା ମଝିରୁ ହଟିଲାନି ବିଦ୍ୟୁତ ଖୁଣ୍ଟ ଓ ନଳକୂପ। ପ୍ରଶାସନିକ ଅବହେଳା ଯୋଗୁ...

ଷ୍ଟାଣ୍ଡ୍‌ପୋଷ୍ଟରୁ ଅନବରତ ବୋହିଚାଲିଛି ପାଣି: ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ନାହିଁ

ଆନନ୍ଦପୁର,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟର ମାତ୍ର ୬ ଶହ ମିଟର ଦୂର ବ୍ଲକ କାର୍ଯ୍ୟାଳୟ ଗେଟ୍‌କୁ ଲାଗି ରହିଥିବା ପାନୀୟ...

ନଦୀରେ ଭାସିଯାଇ ଯୁବକ ମୃତ, ରାସ୍ତାରୋକୋ

ଭଞ୍ଜନଗର,୨୬।୮(ଡି.ଏନ.ଏ)-ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଚଢ଼େୟାପଲ୍ଲୀଠାରେ ରବିବାର ସକାଳ ପ୍ରାୟ ୧୦ଟାରେ ବୋଡ଼ାନଦୀରେ ଶ୍ରମିକ ରାଜ କୁମାର ଲେଙ୍କା ଭାସି ଯାଇଥିଲେ। ବେଲଗୁଣ୍ଠା ଦମଳକ ବାହିନୀ...

ସଚେତନତା ଅଭାବରୁ ବଢ଼ୁଛି ଦୁର୍ଘଟଣା

ଦାରିଙ୍ଗବାଡ଼ି,୯।୬(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସଚେତନତା ଅଭାବ ଓ ଯାତ୍ରୀ ପରିବହନରେ ଅବ୍ୟବସ୍ଥା ଯୋଗୁ ଦୁର୍ଘଟଣା ବଢ଼ୁଛି। କେଉଁଠି ବସ୍‌ରେ ଆବଶ୍ୟକତା ଠାରୁ ଅଧିକା ଯାତ୍ରୀ...

Leave a comment

Your email address will not be published. Required fields are marked *