ମଦ ବିରୋଧରେ ମହିଳା ଗୋଷ୍ଠୀ ଥାନାର ଦ୍ୱାରସ୍ଥ

ବଙ୍ଗୋମୁଣ୍ଡା, ୧୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କଁସିଲ ଗଁ।ରେ ଚାଲିଛି ଅବାଧ ମଦ କାରବାର। ଏ ନେଇ ବିଭିନ୍ନ ସମୟରେ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହିକ୍ରମରେ ବୁଧବାର ଗଁ।ର ମହିଳା ଗୋଷ୍ଠୀ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ଏକ ଦାବିପତ୍ର ଥାନାଧିକାରିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଗଁ।ରେ ପ୍ରଚୁର ମଦ ବିକ୍ରି ହେଉଥିବାରୁ ଗରୀବ ଶ୍ରେଣୀର ଲୋକେ ବିଶେଷ କରି ଯୁବଗୋଷ୍ଠୀ ମଦ୍ୟପାନ କରି ଭୁଲ ରାସ୍ତାରେ ଯାଉଛନ୍ତି। ଏଥିପାଇଁ ଗଁ।ରେ ନାନାଦି ସମସ୍ୟା ଲାଗି ରହୁଛି। ଘରେ ଘରେ ଅଶାନ୍ତିକର ବାତାବରଣ ସୃଷ୍ଟି ହେଉଛି। ଲୋକଙ୍କର ଆର୍ଥିକ ସ୍ଥିତି ବିଗିଡି ଗଲାଣି। ଦାରିଦ୍ର୍ୟ ଯୋଗୁ ପିଲାଙ୍କ ପାଠପଢା ଗୁରୁତରଭାବେ ବାଧାପ୍ରାପ୍ତ ହେଉଛି। ଅନ୍ୟପକ୍ଷରେ ସବୁବେଳେ ରାସ୍ତାଘାଟରେ ମଦ୍ୟପଙ୍କ ଆଚରଣ ଓ ଉଚାରଣ ମହିଳାଙ୍କଠାରୁ ଆରମ୍ଭ କରି କୁନି କୁନି ପିଲାଙ୍କ ଉପରେ ପଡୁଛି। ଏଣୁ ଗଁ।ରେ ସମ୍ପୂର୍ଣ୍ଣ ମଦବିକ୍ରି ବନ୍ଦ କରିବା ପାଇଁ ସ୍ମାରକପତ୍ରରେ ଉଲ୍ଳେଖ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଲକ୍ଷ୍ମୀ ଏସ୍‌ଏଚଜି, ରାଧିକା ଏସ୍‌ଏସ୍‌ଜି, ମାତୃଦୃଷ୍ଟି ଏସ୍‌ଏସ୍‌ଜି, ମା’ ମଙ୍ଗଳା ଏସ୍‌ଏସ୍‌ଜି, ମା’ ସନ୍ତୋଷୀ ପ୍ରଭୃତି ଗଁାର ଏସ୍‌ଏଚ୍‌ଜିର ସଭାନେତ୍ରୀ ଓ ସମ୍ପାଦକଙ୍କ ସମେତ ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବିପତ୍ର ପ୍ରଦାନ

ବାରିପଦା ଅଫିସ,୫ା୬: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ମୟୂରଭଞ୍ଜ ମୁକ୍ତିମୋର୍ଚ୍ଚା ସଂଗଠନର...

ଲଗାଣ ବର୍ଷା: ୨ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବେହାଲ୍‌ ହୋଇପଡ଼ିଛି ଜୀବନଯାତ୍ରା। ଯୋଗାଯୋଗ ଓ...

ପ୍ରଶାସନିକ କଟକଣା ନ ମାନି ଗିରଫ ହେଲେ ବ୍ୟବସାୟୀ

ଭଦ୍ରକ ଅଫିସ,୨୩।୩: ଭଦ୍ରକ ପୌରାଞ୍ଚଳ ଅଧୀନରେ ଜଣେ ବ୍ୟବସାୟୀ ପ୍ରଶାସନିକ କଟକଣାକୁ ନ ମାନି ସୋମବାର ଗିରଫ ହୋଇଛନ୍ତି। ଅତ୍ୟାବଶ୍ୟକୀୟ ଦୋକାନ ବଜାରକୁ ବାଦ୍‌ ଦେଇ...

ମିଶିଲା କାଳିଆ-ପିଏମ୍‌ କିଷାନ ଯୋଜନା

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିସାରିଥିବା ବେଳେ ଏବେ ଦ୍ୱିତୀୟ କିସ୍ତି ପ୍ରଦାନ କରୁଛନ୍ତି। ତେବେ କାଳିଆ ଯୋଜନା ଆରମ୍ଭ...

ଦରମା ମିଳିବାରେ ବିଳମ୍ବ : ଶିକ୍ଷକ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ବର୍ଗର ୧ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ଦରମା ମିଳୁ ନ ଥିବା ନେଇ ଅସନ୍ତୋଷ...

ଭୁଶୁଡ଼ିଲା ଘର କାନ୍ଥ : ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ମା’ପୁଅ

ନିମାପଡ଼ା,୧୪ା୧୦(ଡି.ଏନ୍‌.ଏ.):ନିମାପଡ଼ା ଏନ୍‌ଏସି ଅଫିସର ୩ଶହ ମିଟର ଦୂରରେ ଥିବା ଗୁଣ୍ଡିଚାବାଡି କଲୋନୀର ଏକ ଜରାଜୀର୍ଣ୍ଣ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦିବ୍ୟାଙ୍ଗ ମା’ପୁଅ ମୃତ୍ୟୁ ମୁଖରୁ...

ଘରେ ପହଞ୍ଚାଇଦେବାକୁ ୧୩ ଯୁବକଙ୍କ ଅନୁରୋଧ

ଗୁଡଭେଲା,୨୮।୩(ଡି.ଏନ.ଏ.):କରୋନା ଭାଇରସ ସଂକ୍ରମଣ କାରଣରୁ ସମଗ୍ର ଦେଶରେ ୨୧ଦିନର ଲକ ଡାଉନ ଘୋଷଣା କରାଯାଇଛି। ଏଭଳି ସମୟରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଦାଦନ...

ଫେବୃୟାରୀ ୧କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଓଡ଼ିଶା ଓ ପଡ଼ୋଶୀ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଶନିବାର ଟ୍ରିବ୍ୟୁନାଲ କରିଛନ୍ତି। ଏଥିରେ ପରବର୍ତ୍ତୀ ଶୁଣାଣିକୁ...

Leave a comment

Your email address will not be published. Required fields are marked *