ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଓବିସି, ଏସ୍‌ଇବିସିଙ୍କୁ ଅଧିକ ସଂରକ୍ଷଣ ଦେବାକୁ ଦାବି

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଓବିସି ଓ ଏସ୍‌ଇବିସିଙ୍କୁ ସ୍ଥାନ ସଂରକ୍ଷଣ ନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଧର୍ମେନ୍ଦ୍ର ନିଯୁକ୍ତି କ୍ଷେତ୍ରରେ ଓବିସି ଓ ଶିକ୍ଷା କ୍ଷେତ୍ରରେ ଏସ୍‌ଇବିସିଙ୍କୁ ଅଧିକ ସଂରକ୍ଷଣ ଦେବାକୁ ଦାବି କରିଛନ୍ତି।

ରାଜ୍ୟରେ ୨୦୯ଟି ଜାତି ଏସ୍‌ଇବିସି ବର୍ଗରେ ସାମିଲ ଅଛନ୍ତି। କେନ୍ଦ୍ର ସରକାର ଓବିସିଙ୍କୁ ୨୭% ସଂରକ୍ଷଣ ଦେବାକୁ ସୁବିଧା ଦେଇଛନ୍ତି। ଦୀର୍ଘ ୩୦ ବର୍ଷ ପରେ ବି କାହିଁକି ସଂରକ୍ଷଣ ଦିଆଯାଉନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହାଛଡ଼ା କିଛି ରାଜ୍ୟରେ ୨୭%, ତାମିଲନାଡ଼ୁରେ ପଛୁଆବର୍ଗଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା ରହିଛି। ଓଡ଼ିଶାରେ ଓବିସି ଅଧିକ ଥିଲେ ମଧ୍ୟ ସେହି ଅନୁପାତରେ ସଂରକ୍ଷଣ ନାହିଁ। ଓବିସି କମିଶନ ଗଠନ କରି ଜନସଂଖ୍ୟା ବିଭାଗ ଅନୁଯାୟୀ ସଂରକ୍ଷଣ କରାଯାଉ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ବ୍ୟାଙ୍କରୁ ଚୋରି ଉଦ୍ୟମ: ଜଣେ ଅଟକ: ଗ୍ରୀଲ୍‌ ତାଡ଼ିଲେ, ତାଲା ଭାଙ୍ଗି ପଶିଲେ

କଟକ ଅଫିସ, ୨୯ା୬: ମଙ୍ଗଳାବାଗ ଥାନା ଠାରୁ ମାତ୍ର ୫୦୦ ମିଟର ଦୁର ଗୋପାଳସାହି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଶୁକ୍ରବାର...

ଚାହିଦା ମେଣ୍ଟାଇପାରୁନି ଚିଲିକା ମାଛ: ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ଚିଲିକା, ୧୨।୧୦(ଡି.ଏନ.ଏ.): ଚିଲିକା ଉପରେ ପେଟପାଟଣା ପାଇଁ ନିର୍ଭରଶୀଳ ୨ ଲକ୍ଷ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଛନ୍ତି। ଚିଲିକାକୁ ଭାତହାଣ୍ଡି ମନେକରି କୌଳିକ ବୃତ୍ତି ଭାବେ...

ଆବାସ ଦୁର୍ନୀତି ନେଇ ଭାଜପାର ଟାର୍ଗେଟ

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ମାହାଙ୍ଗା ଆବାସ କେଳାଙ୍କାରୀ କରିଥିବା ଜଣେ ଅଫିସର ବର୍ତ୍ତମାନ ମନ୍ତ୍ରୀଙ୍କ ଓଏସଡି ଭାବେ ଦାୟିତ୍ୱ ପାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା...

ବ୍ଲକ ଅଫିସ ସମ୍ମୁଖରେ ଭାଜପାର ବିକ୍ଷୋଭ

ବାରଙ୍ଗ/ବାଲିଅନ୍ତା,୨୮।୯(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ନାଁ ବଦଳାଇ ହଡ଼ପ କରିବା ଓ ବିଭିନ୍ନ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗରେ ଭାଜପା ବାରଙ୍ଗ ମଣ୍ଡଳ...

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

କଟକ ରୋଡ,୧୪ା୯(ଡି.ଏନ୍‌.ଏ.): କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ ଓ ଲକ୍ଷ୍ମୀସାଗର ପୋଲିସ ରାଜଧାନୀର ବମିଖାଲ ଅଞ୍ଚଳରେ ଚଢ଼ାଉ କରି ୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ...

ଶାନ୍ତିସ୍ତୂପରେ କମଲ ହାସନ

ପୁରୁଣା ଭୁବନେଶ୍ୱର,୧୯ା୧୧(ଡି.ଏନ.ଏ.): କନ୍ନଡ ଫିଲ୍ମ ସୁପରଷ୍ଟାର ତଥା ରାଜନେତା କମଲ ହାସନ ସୋମବାର ଅପରାହ୍ନରେ ହଠାତ୍‌ ଶାନ୍ତିସ୍ତୂପ ଧଉଳି ବୁଲିବାକୁ ଆସିଥିଲେ। ପ୍ରଥମେ ସେ ଅଶୋକଙ୍କ...

ଆସୁଛି ଲଘୁଚାପ: ୨୯ରୁ ଉପକୂଳରେ ବର୍ଷିବ

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଗତ ୩/୪ ଦିନ ହେବ ରାଜ୍ୟରେ ମୌସୁମୀ ଉଭାନ ହୋଇ ଯାଇଛି। ବର୍ଷା ଚାଡି ଯାଇଥିବା ବେଳେ ପୁଣି ଖରା ଓ ଗରମ ଆରମ୍ଭ...

ବ୍ଲକସ୍ତରୀୟ ଫଲ ଆର୍ମି ୱାର୍ମ ତାଲିମ ଶିବିର

କର୍ଲାମୁଣ୍ଡା,୨୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକସ୍ଥିତ ଆମତ୍ାଗୃହଠାରେ କର୍ଲାମୁଣ୍ଡା କୃଷି ବିଭାଗ ପକ୍ଷରୁ ସୋମବାର ବ୍ଲକସ୍ତରୀୟ (ଫଲ ଆର୍ମି ୱାର୍ମ) ଚିହ୍ନଟ କ୍ଷତିର ଲକ୍ଷଣ ଓ...

Leave a comment

Your email address will not be published. Required fields are marked *