Posted inଜାତୀୟ

ଭାରତ ଆସି ପାରନ୍ତି ଇମ୍ରାନ୍‌: ନିମନ୍ତ୍ରଣ ଦେବେ ମୋଦି ସରକାର !

ନୂଆଦିଲ୍ଲୀ,୧୫।୧: ଚଳିତ ବର୍ଷ ଶେଷରେ ଭାରତରେ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ସମେତ ପାକିସ୍ତାନ, ଚାଇନା, କାଜାକସ୍ତାନ, କିରଗିଜ୍‌ସ୍ତାନ,ରୁଷିଆ, ତାଜକ୍‌ସ୍ତାନ ଏବଂ ଉଜ୍‌ବେକିସ୍ତାନ ଆଦି ୮ଟି ରାଷ୍ଟ୍ର ଏହାର ସଦସ୍ୟ ରହିଛନ୍ତି। ପାକିସ୍ତାନ ଏହାର ସଦସ୍ୟ ରାଷ୍ଟ୍ର ହୋଇଥିବାରୁ ଭାରତ ପକ୍ଷରୁ ଔପଚାରିକତା ଦୃଷ୍ଟିରୁ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ନିମନ୍ତ୍ରଣ କରାଯିବ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇମ୍ରାନ୍‌ ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ତେବେ ପାକିସ୍ତାନ ପକ୍ଷରୁ କିଏ ସମ୍ମିଳନୀରେ ଯୋଗଦେବ ତାହା ସେତେବେଳେ ହିଁ ଜଣାପଡ଼ିବ। ସୂଚନାଯୋଗ୍ୟ, ଆତଙ୍କବାଦ ରୋକିବା ତଥା ଆର୍ଥିକ ସହଯୋଗ ବୃଦ୍ଧି ପାଇଁ ୨୦୦୧ରେ ଏସ୍‌ସିଓର ସ୍ଥାପନା ଚାଇନା, କାଜାକସ୍ତାନ, କିରଗିଜ୍‌ସ୍ତାନ,ରୁଷିଆ, ତାଜକ୍‌ସ୍ତାନ ଏବଂ ଉଜ୍‌ବେକିସ୍ତାନ ଦ୍ୱାରା କରାଯାଇଥିଲା। ୨୦୧୭ରେ ଭାରତ ଏବଂ ପାକିସ୍ତାନର ଏଥିରେ ସାମିଲ୍‌ ହୋଇଥିଲେ।


All Right Reserved By Dharitri.Com

ମହାରାଷ୍ଟ୍ରରେ ମିଳିତ ଭାବେ ଲଢିବେ ଭାଜପା-ଶିବସେନା

ମୁମ୍ବାଇ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ଭାଜପା-ଶିବସେନା ମିଳିତ ଭାବେ ନିର୍ବାଚନ ଲଢିବା କଥା ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ...

ଛିଡୁନି ଗଣିତ: ଭାଜପା ସହ ମେଣ୍ଟ ଭାଙ୍ଗିପାରେ ଶିବସେନା

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଗତ ମାସଠାରୁ ଆସି ସାରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ...

ମହାରାଷ୍ଟ୍ରରେ ଶିବସେନା ସହ ଆସନ ଭାଗ କରିପାରେ ଭାଜପା

ମୁମ୍ବାଇ,୧୬।୯: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ...

ଚିନ୍ତାରେ ଚନ୍ଦ୍ରାବାବୁ

ଅମରାବତୀ,୨୫।୬: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ଚନ୍ଦ୍ରାବାବୁଙ୍କ ଅଡୁଆ ବଢି ବଢି ଚାଲିଛି। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ...

ସମ୍ବିଧାନ ଛପା ହୋଇଥିବା ମେଶିନ୍‌ ଦେଢ଼ ଲକ୍ଷରେ ହେଲା ବିକ୍ରି

ଡେରାଡୁନ୍‌,୨୫।୧: ଦେଶର ସମ୍ବିଧାନ ଛପା ହୋଇଥିବା ୨ଟି ଲିଥୋଗ୍ରାଫ୍‌ ମେଶିନ୍‌କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଏହି ମେଶିନ୍‌ ଦ୍ୱାରା ସମ୍ବିଧାନର ହଜାରେ କପି...

ଧର୍ମସଭାରେ ଯୋଗଦେଇଥିବା ୧୦ ମୃତ

ନୂଆଦିଲ୍ଲୀ,୧ା୪(ପି.ଟି.): ଦିଲ୍ଲୀର ନିଜାମୁଦ୍ଦିନ ଓ୍ବେଷ୍ଟରେ ଥିବା ତବଲିଘି ଜମାତ୍‌ ମୁଖ୍ୟାଳୟ କରୋନା ସଂକ୍ରମଣର ହଟ୍‌ସ୍ପଟ ପାଲଟିଥିବାବେଳେ ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଲକ୍‌ଡାଉନ...

ଲୋକ ସଭାର ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହେଲେ ମାନେକା ଗାନ୍ଧୀ

ନୂଆଦିଲ୍ଲୀ, ୩୧।୫: ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ଏମ୍‌ପି ମାନେକା ଗାନ୍ଧୀ। ମୋଦି ଦ୍ୱିତୀୟ ପାଳି ସରକାରରେ ମନ୍ତ୍ରୀ ପଦ ପାଇ...

ଏଣିକି ବିଦ୍ୟୁତ୍‌ ଚୋରଙ୍କୁ ଧରିବ ଡ୍ରୋନ୍‌

ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିକଟରେ ଦିଲ୍ଲୀବାସୀଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି, ଯେଉଁଥିରେ ଯଦି ଗୋଟିଏ ପରିବାର ୨ଶହ ୟୁନିଟ ପର୍ଯ୍ୟନ୍ତ...

Leave a comment

Your email address will not be published. Required fields are marked *