Posted inଜାତୀୟ

ଜାମିଆ ପରିଦର୍ଶନ କଲେ ଏନ୍‌ଏଚ୍‌ଆର୍‌ସି ଟିମ୍‌

ନୂଆଦିଲ୍ଲୀ,୧୫ା୧: ମଙ୍ଗଳବାର ଜାତୀୟ ମାନବ ଅଧିକାର କମିଶନଙ୍କ ଏକ ଟିମ୍‌ ଜାମିଆ ମିଲିଆ ଇସ୍‌ଲାମିଆ ପରିଦର୍ଶନ କରି ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଛାତ୍ରୀଛାତ୍ରଙ୍କ ପ୍ରତିକ୍ରିୟା ରେକର୍ଡ କରିଛନ୍ତି। ଗତ ମାସରେ ସିଏଏକୁ ବିରୋଧ କରି ଉକ୍ତ ବିଶ୍ୱବିଦ୍ୟାଳୟରେ ହିଂସା ପରିସ୍ଥିତି ଉପୁଜିଥିଲା।
ଏସ୍‌ଏସ୍‌ପି ମଞ୍ଜିଲ ସାଇନିଙ୍କ ନେତୃତ୍ୱରେ ଜାତୀୟ ମାନବ ଅଧିକାର କମିଶନଙ୍କ ଟିମ୍‌ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଘଟଣା ମାନବ ଅଧିକାରର ଉଲ୍ଲଂଘନ କରୁଛି କି ନାହିଁ ତା ର ତଦନ୍ତ କରିଥିଲେ। ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରାୟ ୩୫-୪୦ ଜଣ ଛାତ୍ରୀଛାତ୍ର ଟିମ୍‌ ଆଗରେ ହିଂସା ବାବଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି।


All Right Reserved By Dharitri.Com

ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି।...

ସ୍ବଦେଶ ଫେରିଲେ ୧୪୫ ଭାରତୀୟ: ହାତଗୋଡ଼ ବାନ୍ଧି ପଠାଇଲା ଆମେରିକା

ନୂଆଦିଲ୍ଲୀ,୨୨-୧୧:ଅନେକ ବର୍ଷ ଧରି ବେଆଇନ ଭାବେ ଆମେରିକାରେ ରହୁଥିବା ୧୪୫ ଭାରତୀୟଙ୍କୁ ଟ୍ରମ୍ପ୍‌ ପ୍ରଶାସନ ସ୍ବଦେଶକୁ ପଠାଇଦେଇଛି। ପ୍ରତ୍ୟର୍ପଣ ପରେ ସେମାନେ ଗୁରୁବାର ସକାଳେ ନୂଆଦିଲ୍ଲୀର...

ଏସ୍‌ପିଙ୍କ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୨: ମିରଟ ଏସ୍‌ପିଙ୍କ ଭାଇରାଲ ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକ୍‌ଭି। ସେ କହିଛନ୍ତି ଭାଇରାଲ ଭିଡିଓର ଘଟଣା ଯଦି...

ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ

ନୂଆଦିଲ୍ଲୀ,୧୫ା୨(ପି.ଟି.): ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲାଙ୍କୁ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ଅଟକ ରଖାଯାଇଥିବାରୁ ତାଙ୍କ ଭଉଣୀ ସାରା...

ମା’ କାଳୀଙ୍କ ପୂଜା କରି ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବି: ପବନ କୁମାର

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ...

ଦୁମ୍‌କାରେ ମିଳିତ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ୍‌

ରାଞ୍ଚି, ୨।୬: ଝାଡ଼ଖଣ୍ଡ ଦୁମ୍‌କାରେ ମିଳିତ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଏସଏସ୍‌ବି ଯବାନ ଶହୀଦ୍‌ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ...

ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୫।୧୧: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ନାଁରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ...

ବାରାଣସୀରେ ଆତଙ୍କବାଦୀ ଆକ୍ରମଣ ପାଇଁ ଲଶ୍କରର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୮।୮: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ପକ୍ଷରୁ ବାରାଣସୀରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

Leave a comment

Your email address will not be published. Required fields are marked *