Posted inଜାତୀୟ

ଭାରତରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୧୫ା୧(ପି.ଟି.): ଇରାନର ବହିର୍ବ୍ୟାପାର ମନ୍ତ୍ରୀ ଜଭାଦ୍‌ ଜରିଫ୍‌ ୩ ଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇରାନ-ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଥିବାବେଳେ ଜରିଫ୍‌ଙ୍କ ଭାରତ ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ବୁଧବାର ଜରିଫ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିକାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଜରିଫ୍‌ଙ୍କ ସହ ଆଲୋଚନା କରିବେ। ଇରାନ ମିଲିଟାରୀ କମାଣ୍ଡର ମେଜର ଜେନେରାଲ ସୋଲେମାନୀଙ୍କୁ ଆମେରିକା ଡ୍ରୋନ୍‌ ଆକ୍ରମଣ କରି ହତ୍ୟା କରିବା ପରେ ଉପୁଜିଥିବା ତିକ୍ତତାକୁ ଦୂରକରିବା ଲାଗି ଭାରତ ପ୍ରୟାସ କରିବ। ଶୁକ୍ରବାର ସେ ସମସ୍ତ କାର୍ଯ୍ୟକ୍ରମ ଶେଷକରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଦେଶରେ ଲାଗୁହେଲା ସିଏଏ

ନୂଆଦିଲ୍ଲୀ,୧୧ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଶୁକ୍ରବାରଠାରୁ ଦେଶରେ ଲାଗୁ କରାଯାଇଥିବା କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଗେଜେଟ ବିଜ୍ଞପ୍ତି...

ଭୋପାଳ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦେଶର ରାଷ୍ଟ୍ରପତିଙ୍କ ନାମ ଅଜଣା

ଭୋପାଳ,୮।୭: ମଧ୍ୟପ୍ରଦେଶ ଭୋପାଳରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ଜାରି ରହିଛି। ଏନେଇ ଭୋପାଳ...

ମାଟିରେ ମିଶିଲା ୪ ବେଆଇନ ଆପାର୍ଟମେଣ୍ଟ

କୋଚି,୧୩ା୧(ପି.ଟି.): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେରଳର କୋଚିସ୍ଥିତ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ମାଟିରେ ମିଶିଛି। ପରିବେଶ ନିୟମ ଉଲ୍ଲଂଘନ କରି ଘର କରୁଥିବା ଲୋକମାନଙ୍କୁ ଏହା ଏକ...

ମୁମ୍ବାଇ, ଠାଣେରେ ଶିବସେନା ମେୟର

ମୁମ୍ବାଇ, ୨୩ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତି କଡ଼ ଲେଉଟାଇବାରେ ଲାଗିଛି। ଶିବସେନା, ଏନ୍‌ସି ଓ କଂଗ୍ରେସ ଏକାଠି ହେବାକୁ ଉଦ୍ୟମ ଜାରି ରଖିଥିବାବେଳେ ଭାଜପାକୁ ଝଟକା ଲାଗିଛି।...

କଶ୍ମୀରର ୧୦୦ ଜଣିଆ ପ୍ରତିନିଧିଙ୍କୁ ଭେଟିଲେ ଶାହ

ନୂଆଦିଲ୍ଲୀ,୩।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କଶ୍ମୀରର ୧୦୦ ଜଣିଆ ଏକ ପ୍ରତିନିଧି ଦଳଙ୍କୁ ନିଜ କାର୍ଯ୍ୟାଳୟରେ ଭେଟିଛନ୍ତି। ଏହି ପ୍ରତିନିଧି ଦଳରେ କଶ୍ମୀରର...

ଦିଲ୍ଲୀ ହିଂସା: ଭୟରେ ଘର ଛାଡୁଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ଦେଖାଦେଇଥିବା ହିଂସା ଯୋଗୁ ଭୟରେ ଲୋକ ଘର ଛାଡୁଛନ୍ତି। ବ୍ୟାପକ ସୁରକ୍ଷାକର୍ମୀ ତଥା ପୋଲିସ ମୁତୟନ ପରେ ମଧ୍ୟ ହିଂସା ଥମୁ ନ...

ଗାଈ ବାଛୁରୀ ସହିତ ଖେଳିଲେ ମୋଦି: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ଅନୁଷ୍ଠିତ ହୋଇଥିବା ପଶୁ ଆରୋଗ୍ୟ ମେଳାରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଏକ ଗାଈକୁ ଆଉଁସିବା...

ସୋସିଆଲ ମିଡିଆରେ ମୋଦିଙ୍କ ବିକୃତ ଫଟୋ ଛାଡିବା ପଡିଲା ମହଙ୍ଗା: ଫେସବୁକ୍‌ରୁ ବର୍ଷେ ବାସନ୍ଦ

ମଦୁରାଇ,୬।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକୃତ ଫଟୋ ଛାଡିବା ମହଙ୍ଗା ପଡିଛି। ତାମିଲନାଡୁ କନ୍ୟାକୁମାରୀର ଜବିନ ଚାଲର୍‌ସ ଏବଂ ମଦୁରାଇ ଜିଲାର ମହେଦେବଙ୍କୁ...

Leave a comment

Your email address will not be published. Required fields are marked *