Posted inଜାତୀୟ

ଦିଲ୍ଲୀରେ ହେବ ତ୍ରିମୁଖୀ ଲଢ଼େଇ

ନୂଆଦିଲ୍ଲୀ,୧୫ା୧(ପି.ଟି.): ମଙ୍ଗଳବାରଠାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି। ଫେବୃୟାରୀ ୮ରେ ଏଠାରେ ଭୋଟଗ୍ରହଣ କରାଯିବ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରହିଛି। ଏଏପିର ପଲ୍ଲା ଭାରି ରହିଥିଲେ ହେଁ ଭାଜପା ଓ କଂଗ୍ରେସ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି। ଦିଲ୍ଲୀର ପ୍ରାୟ ଦେଢ଼କୋଟି ଭୋଟର ଏଥର ରାଜନେତାଙ୍କ ଭାଗ୍ୟ ପରୀକ୍ଷା କରିବେ। ଗତଥର ଏଏପି ୬୭ ଆସନ ଜିତି ରେକର୍ଡ କରିଥିଲା। ଭାଜପାକୁ ୩ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମଙ୍ଗଳବାର ପ୍ରଥମ ଦଳ ଭାବେ ଏଏପି ୭୦ ପ୍ରାର୍ଥୀଙ୍କ ନାମତାଲିକା ଘୋଷଣା କରିଛି। ଏଥିରେ ୪୬ ଜଣ ବିଧାୟକଙ୍କୁ ଟିକେଟ ଦିଆଯାଇଥିବାବେଳେ ୨୪ ନୂଆ ମୁହଁ ଅଛନ୍ତି। ଜାନୁୟାରୀ ୨୧ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରଖାଯାଇଥିବାବେlଳେ ୨୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ଫେବୃୟାରୀ ୧୧ରେ ଭୋଟଗଣତି କରାଯିବ।


All Right Reserved By Dharitri.Com

୧୯୬୫ ଏବଂ ୧୯୭୧ ଯୁଦ୍ଧ ଯବାନଙ୍କୁ ମିଳୁ ସ୍ବତନ୍ତ୍ରତା ସେନାନୀ ପେନସନ୍‌: ସେନାର ପ୍ରସ୍ତାବ

ନୂଆଦିଲ୍ଲୀ,୧୪।୧: ଶତ୍ରୁ ବିପକ୍ଷରେ ୫୫ ବର୍ଷ ତଳେ ଯୁଦ୍ଧ ଲଢ଼ିଥିବା ଯବାନଙ୍କୁ ସ୍ବତନ୍ତ୍ରତା ସେନାନୀ ପେନସନ୍‌ ମିଳିବ। ଏନେଇ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ...

ବିହାର ଶିଶୁ ମୃତ୍ୟୁ ଘଟଣା: ତେଜସ୍ବୀ ଉଭାନ୍‌, ଆରଜେଡି କହିଲା ବିଶ୍ୱକପ୍‌ ଦେଖିବାକୁ ଯାଇଛନ୍ତି

ପାଟଣା, ୧୯।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଛି। ଏପର୍ଯ୍ୟନ୍ତ ୧୧୨ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି। ଘଟଣାକୁ ନେଇ ଶାସକ...

ହୃଦଘାତ ଆଶଙ୍କା କମ କରେ କଞ୍ଚା କଦଳୀ

କଞ୍ଚା କଦଳୀରେ ଭରପୂର ମାତ୍ରାରେ ଭିଟାମିନ ଏବଂ ଖଣିଜ ଲବଣ ଥାଏ। ଯାହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ଖାଦ୍ୟରେ କଞ୍ଚା...

ଘୋଡ଼ାବେପାର ଉଦ୍ୟମ କରୁଛି ଭାଜପା

ମୁମ୍ବାଇ,୧୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅସାମର୍ଥ୍ୟ ପ୍ରକାଶ କରିଥିବା ଭାଜପା ଶୁକ୍ରବାର ପୁଣି ଥରେ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଏହା ଘୋଡ଼ାବେପାରର ସୂଚନା...

ନିଖୋଜ ବିମାନ ଏଏନ୍‌-୩୨ ସନ୍ଧାନରେ ଇସ୍ରୋ ଉପଗ୍ରହ

ନୂଆଦିଲ୍ଲୀ,୪।୬: ଇତିମଧ୍ୟରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ର କୌଣସି ଖୋଜ୍‌ ଖବର ମିଳିନାହିଁ। ଏହାର ସନ୍ଧାନରେ ଇସ୍ରୋ ସାଟେଲାଇଟ୍‌କୁ ନିୟୋଜିତ କରାଯାଇଛି। ସାଟେଲାଇଟ...

ଦୁର୍ଘଟଣାରୁ ପୋଲିସ-ଅଟୋ ଡ୍ରାଇଭର ମୁହାଁମୁହିଁ

ନୂଆଦିଲ୍ଲୀ,୧୮ା୬: ଦିଲ୍ଲୀର ମୁଖାର୍ଜୀ ନଗରରେ ଜଣେ ଅଟୋ ଡ୍ରାଇଭର୍‌ ଓ ପୋଲିସ ମଧ୍ୟରେ ବଚସାରୁ ଲଙ୍କାକାଣ୍ଡ ସୃଷ୍ଟି ହୋଇଛି। ପୋଲିସ ଗାଡ଼ି ଓ ଅଟୋ ମଧ୍ୟରେ...

ବିବାହ ବେଦୀରେ ବିଷ ପିଇଲେ କନ୍ୟା

କନୌଜ,୨।୬: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ବେଦୀରେ କନ୍ୟା ବିଷ ପିଇବା ଓ ବର ପକ୍ଷ ଲୋକଙ୍କୁ ପୋଲିସ...

ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାଓାରଙ୍କୁ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ,୬।୧୨: ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ବମ୍ବେ ହାଇକୋର୍ଟରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଜଳସେଚନ ଦୁର୍ନୀତି ମାମଲାରେ ଆଣ୍ଟି କରପ୍ସନ୍‌...

Leave a comment

Your email address will not be published. Required fields are marked *