ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ୨ ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ ଅଫିସ, ୨୧।୪ – ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗତ ମାର୍ଚ୍ଚ ୧୦ରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଭାଜପାର ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାନସଭା ପ୍ରାର୍ଥୀ ଡ.ପ୍ରଦୀପ ନାୟକ ନିର୍ବାଚନ ପ୍ରଚାରରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ସର୍ଜିକାଲ ଷ୍ଟ୍ରାଇକ୍‌ ଓ ହିରୋ ଅଭିନନ୍ଦନ ଶବ୍ଦକୁ ବ୍ୟବହାର କରି ଦୁହେଁ ଏବେ ଅଡୁଆରେ ପଡ଼ିଛନ୍ତି। ଜିଲାପାଳ ତଥା ଭଦ୍ରକ ଲୋକ ସଭା ରିଟର୍ଣ୍ଣିଂ ଅଫିସର ଜ୍ଞାନରଞ୍ଜନ ଦାସ ପ୍ରାର୍ଥୀ ଅଭିମନ୍ୟୁ ଓ ଉପଜିଲାପାଳ ତଥା ଭଦ୍ରକ ବିଧାନସଭା ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ ପ୍ରାର୍ଥୀ ଡ. ପ୍ରଦୀପଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏଥିସହ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ମଧ୍ୟ ଏଭଳି କୌଣସି ବିଷୟ ନିଜର ନିର୍ବାଚନ ପ୍ରଚାରରେ ବ୍ୟବହାର ନ କରିବାକୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।


All Right Reserved By Dharitri.Com

ପରିଣତ ବୟସରେ ସକ୍ଷମ

କେନ୍ଦୁଝର, ୫।୭(ସ୍ବ.ପ୍ର.)-ଯେଉଁ ବୟସରେ ନାତିନାତୁଣୀଙ୍କ ସହ ଖେଳାବୁଲା କରିବା କଥା ଓ ଘରେ ବିଶ୍ରାମ କରିବା କଥା ସେହି ବୟସରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଠାକୁରଡିହି...

ମୃତ ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ

ବାଲେଶ୍ୱର ଅଫିସ, ୧।୬-ସମଗ୍ର ଦେଶରେ ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇ ଭୋକିଲା ପେଟରେ ହଜାର ହଜାର କି.ମି. ପାଦରେ ଚାଲିବା ସହ ଅକାଳ ମୃତ୍ୟୁବରଣ କରିଥିବା...

ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର: ବାଲେଶ୍ୱରରେ ଅଭିଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୨୦।୧- ରାଷ୍ଟ୍ରୀୟ ଯୁବ ସଙ୍ଗଠନ, ଉତ୍କଳ ଗାନ୍ଧୀ ସ୍ମାରକନିଧି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ଅଭିଯାତ୍ରୀ ଦଳ ଶାନ୍ତି-ସଂହତି-ସଦ୍‌ଭାବନା ଯାତ୍ରାରେ ଗତ...

ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ମାଣବସା ଗୁରୁବାର

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ବିଶ୍ୱ ଐତିହ୍ୟ ଦିବସ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଇନଟାଞ୍ଜିବଲ୍‌ କଲଚରାଲ୍‌ ହେରିଟେଜ ତାଲିକା ବା ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକା...

ବିଲ ଭିତରକୁ ପଶିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୋଳିମାଟି,୬ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଘଷିପୁରା ଥାନା ଅଧୀନରେ ଥିବା ୨୦ନଂ ଜାତୀୟ ରାଜ କୋଳିମାଟି ଛକ ନିକଟରେ ବୁଧବାର ରାତିରେ ଘଟଗାଁ ପଟରୁ...

ଲଗାଣ ବର୍ଷାରେ ମହିଳାଙ୍କ ଘର ଭାଙ୍ଗିଲା

ସୋର, ୨୭ା୧୦(ଡି.ଏନ.ଏ.)-ସୋର ବ୍ଲକ ଅନ୍ତର୍ଗତ ସବିରା ପଞ୍ଚାୟତ ଅଧୀନ ବଣପାରିଆ ଗ୍ରାମର ଜଣେ ବିଧବାଙ୍କ ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସ୍ବର୍ଗତ ଶମ୍ବୁନାଥ ବାରିକଙ୍କ...

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି...

ବୋଲ ବମ୍‌ ଧ୍ୱନିରେ କମ୍ପିଲା ପଞ୍ଚଲିଙ୍ଗେଶ୍ୱର ପୀଠ

ସଜନାଗଡ଼,୨୨।୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାର ଉତ୍ତରଓଡ଼ିଶାର ଅନ୍ୟତମ ଶୈବପୀଠ ନୀଳଗିରିସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ କାଉଡ଼ିଆମାନେ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର...

Leave a comment

Your email address will not be published. Required fields are marked *