Posted inଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଲ୍‌ଜେପି ଜାରି କଲା ୧୫ ଆଶାୟୀ ପ୍ରାର୍ଥୀଙ୍କ ତାଲିକା

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍‌ ବାଜି ସାରିଛି। ଏଥିପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ମଇଦାନକୁ ନିଜ ନିଜ ଆଶାୟୀ ପ୍ରାର୍ଥୀଙ୍କୁ ଓହ୍ଲାଇବା ପାଇଁ ବିଭିନ୍ନ ଦଳ କସରତ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ମଙ୍ଗଳବାର ୧୫ ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ନାମ ତାଲିକା ଘୋଷଣା କରିଛି। ବଜିରପୁର ଆସନରୁ ଶଙ୍କର ମିଶ୍ରାଙ୍କୁ ଟିକେଟ ମିଳିଥିବା ବେଳେ ସଙ୍ଗମ ବିହାରରୁ ଅରବିନ୍ଦ କୁମାର ଝା ଓ ନଜଫଗଡରୁ ରାଜକୁମାର ଲାମ୍ବାଙ୍କ ନାମ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୮ରେ ହେବାକୁ ଥିବା ବେଳେ ୧୧ରେ ଫଳାଫଳ ଘୋଷଣା କରାଯିବ।


All Right Reserved By Dharitri.Com

ଫଡ଼ନଭୀସଙ୍କ ପୁନର୍ବିଚାର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୩।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସଙ୍କୁ ବଡ଼ ଝଟ୍‌କା ଲାଗିଛି। ସତ୍ୟପାଠରେ କିଛି ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କ ଦ୍ୱାରା କରାଯାଇଥିବା ପୁନର୍ବିଚାର ଆବେଦନ...

୭ ଶହ ବର୍ଷ ଧରି ରାଜପୁତ୍‌ ପରିବାର ଦରଘାରେ କରୁଛନ୍ତି ସେବା: ମୁସଲମାନ୍‌ ଯୁବକ ଛଟ୍‌ ଘାଟ କରନ୍ତି ସଫା

ଇନ୍ଦୋର,୧୦।୧୧: ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ମଧ୍ୟପ୍ରଦେଶ ଇନ୍ଦୋରର ନନ୍ଦଲାଲ୍‌ପୁରା ଛକରେଥିତ୍ବା ହଜରତ୍‌ ଦୁଲ୍ଲା ସୈୟଦ୍‌ ସରକାରଙ୍କ...

ଗୋରଖନାଥଙ୍କୁ ଖେଚୁଡି ଚଢ଼ାଇଲେ କଣ୍ଠଶିଳ୍ପି ଅନୁରାଧା

ଲକ୍ଷ୍ନୌ,୧୪।୧: ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପି ଅନୁରାଧା ପୋଡଓ୍ବାଲ ଉତ୍ତରପ୍ରଦେଶର ଗୋରଖପୁରରେ ଅବସ୍ଥିତ ଗୋରଖନାଥ ମନ୍ଦିରକୁ ମଙ୍ଗବଳାର ଗସ୍ତ କରିଛନ୍ତି। ସେଠାରେ ଗୁରୁ ଗୋରଖନାଥଙ୍କୁ ଦର୍ଶନ କରିବା...

୪୧ ଲୋକ ସଭା ଆସନ ପାଇଁ ବାରାଣସୀରୁ ଲଢ଼ିଲେ ନାହିଁ ପ୍ରିୟଙ୍କା

ନୂଆଦିଲ୍ଲୀ,୨୮।୪: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ବାରାଣସୀ ଲୋକ ସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆକଳନ...

ମସ୍‌ଜିଦରେ ମହିଳାଙ୍କ ପ୍ରବେଶ କଟକଣାକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଦେଶର ମସ୍‌ଜିଦଗୁଡ଼ିକରେ ମୁସଲମାନ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏଭଳି ‘ଅସାମ୍ବିଧାନିକ’ କଟକଣା ଯୋଗୁ ଜୀବନଧାରଣ, ସମାନତା ଓ ଲିଙ୍ଗଗତ ନ୍ୟାୟ ଭଳି...

ଏବେ ବ୍ୟାଙ୍କରୁ କରଜ ନେବା ହେବ ଶସ୍ତା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି କି ଏବେ ବ୍ୟାଙ୍କ ଗୁଡିକୁ ଅଗ୍ରୀମ ୭୦ହଜାର କୋଟି ଟଙ୍କା ପ୍ରଦାନ...

ପୁଣି ଅଶାନ୍ତ ପଶ୍ଚିମବଙ୍ଗ: ଭାଜପା ଏମ୍‌ପିଙ୍କ ଉପରକୁ ଆକ୍ରମଣ

କୋଲକାତା,୧।୯: ପୁଣି ଅଶାନ୍ତ ହୋଇପଡିଛି ପଶ୍ଚିମବଙ୍ଗ। ରବିବାର ରାଜ୍ୟର ଉତ୍ତର ୨୪ ପ୍ରଗଣା ଜିଲାରେ ଟିଏମସି କର୍ମୀମାନେ ଭାଜପା ଏମ୍‌ପି ଅର୍ଜୁନ ସିଂହଙ୍କ ଗାଡ଼ି ଭଙ୍ଗାରୁଜା...

ଆମେରିକାରେ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ...

Leave a comment

Your email address will not be published. Required fields are marked *