Posted inଖେଳ

ଅଷ୍ଟ୍ରେଲିଆ ସାମ୍ନାରେ ୨୫୬ ରନ ଲକ୍ଷ୍ୟ

ମୁମ୍ବାଇ, ୧୪।୧- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ସାମ୍ନାରେ ଭାରତ ୨୫୬ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୪୯.୧ ଓଭରରେ ୨୫୫ ରନ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଦଳ ପକ୍ଷରୁ ଶିଖର ଧାଓ୍ବନ ୭୪, ଲୋକେଶ ରାହୁଲ ୪୭, ରିଷଭ ପନ୍ତ ୨୫, ରବୀନ୍ଦ୍ର ଜାଡେଜା ୨୫, ରୋହିତ୍‌ ଶର୍ମା ୧୦ ରନ କରିଥିଲେ। ସଫଳ ବୋଲର ଭାବେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩, ପ୍ୟାଟ୍‌ କୁମିନ୍ସ ଓ କେନ ରିଚାର୍ଡଶନ ୨ଟି ଲେଖାଏ ଉଇକେଟ୍‌ ନେଇଛନ୍ତି। ପ୍ରାରମ୍ଭରୁ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମା (୧୦) ଶସ୍ତାରେ ପ୍ୟାଭିଲିୟନ ଫେରିଯାଇଥିଲେ। କିନ୍ତୁ ଲୋକେଶ ରାହୁଲ ଅନ୍ୟତମ ଓପନର୍‌ ଶିଖର ଧାଓ୍ବନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦ୍ୱିତୀୟ ଉଇକେଟ୍‌ରେ ଧାଓ୍ବନ-ରାହୁଲ ଯୋଡ଼ି ୧୨୧ ରନ ସଂଗ୍ରହ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଡବ୍ଲ୍ୟୁଟିଏ ଫାଇନାଲ୍ସ: ଟାଇଟଲ ଜିତିଲେ ବାର୍ଟି

ଶେନଝେନ, ୩।୧୧- ବିଶ୍ୱର ୧ନମ୍ବର ମହିଳା ଟେନିସ ଖେଳାଳି ଅଷ୍ଟ୍ରେଲିଆର ଆସେଲେ ବାର୍ଟି ଏକ ବଡ଼ ଧରଣର ସଫଳତା ହାସଲ କରିଛନ୍ତି। ବାର୍ଟି ଏଠାରେ ଖେଳାଯାଇଥିବା...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଯୋଗ୍ୟତା ପର୍ଯ୍ୟାୟରୁ ନାଗଲଙ୍କ ବିଦାୟ

ମେଲବୋର୍ନ, ୧୬।୧ (ପି.ଟି.)- ଭାରତୀୟ ପୁରୁଷ ଟେନିସ ଖେଳାଳି ସୁମିତ୍‌ ନାଗଲ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରୁ ବିଦାୟ...

‘ବିରାଟ କୋହଲି ଜନ୍ମ ହୋଇ ନ ଥିବାବେଳେ ବି ଭାରତ ମ୍ୟାଚ୍‌ ଜିତୁଥିଲା’

କୋଲକାତା, ୨୫।୧୧: ଭାରତୀୟ ଅଧିନାୟକ ବିରାଟ କୋହଲି ଯେତେବେଳେ ଜନ୍ମ ହୋଇ ନ ଥିଲେ ସେତେବେ ବି ଭାରତ ମ୍ୟାଚ୍‌ ଜିତୁଥିଲା ବୋଲି ଲିଟିଲ୍‌ମାଷ୍ଟର ସୁନୀଲ...

ୟୁଏସ୍‌ ଓପନ୍‌: ଶରନ- ହୁଗୋ ଆଉଟ୍‌

ନ୍ୟୁୟର୍କ, ୩୦।୮ (ପି.ଟି.)-ଭାରତର ଡିିଭିଜ ଶରନ ଓ ତାଙ୍କ ମୋନାକୋ ପାର୍ଟନର ହୁଗୋ ନିସ୍‌ ୟୁଏସ୍‌ ଓପନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ପୁରୁଷ ଡବଲ୍ସ...

ମେଡିକାଲ ଷ୍ଟାଫଙ୍କୁ ମାଗଣା ରହିବା ସୁବିଧା ଦେବେ ପ୍ୟାଲେସ ଷ୍ଟାର ଜାହା

ଲଣ୍ଡନ, ୨୨।୩(ଏଏଫ୍‌ପି)-କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଷ୍ଟାଫଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କ୍ରିଷ୍ଟଲ ପାଲେସ ଓ୍ବିଙ୍ଗର ଓ୍ବିଲ୍‌ଫ୍ରେଡ ଜାହା। ଲଣ୍ଡନ ସ୍ଥିତ ତାଙ୍କ ହୋଟେଲରେ...

ସ୍ନୁକର ବିଶ୍ୱକପ୍‌ ଘୁଞ୍ଚିଲା

ଲଣ୍ଡନ, ୨୧ା୩ (ଏଏଫ୍‌ପି)- କରୋନାଭାଇରସ ଜନିତ ସଂକଟ ଯୋଗୁ ବିଶ୍ୱ ସ୍ନୁକର ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯାଇଛି। ଓ୍ବାଲର୍‌ଡ ସ୍ନୁକର ଟୁର୍‌ (ଡବ୍ଲ୍ୟୁଏସ୍‌ଟି) ପକ୍ଷରୁ ଏହି ସୂଚନା...

ଅନୁଷ୍କାଙ୍କୁ ବିବାହ ବାର୍ଷିକୀର ଉପହାର ଦେଲେ ବିରାଟ କୋହଲି

ମୁମ୍ବାଇ, ୧୨।୧୨: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭାରତ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ...

ଏଏଫସି କପ୍‌ ଉପରେ ଚେନ୍ନାଇନ୍‌ର ନଜର

ଅହମ୍ମଦାବାଦ, ୧୭।୪(ପି.ଟି.)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସୁପର କପ୍‌ ଫୁଟବଲ ଟାଇଟଲକୁ ଅଳ୍ପକେ ହାତଛଡ଼ା କରିଥିବା ଚେନ୍ନାଇନ୍‌ ଏଫସି ଏବେ ଏଏଫସି କପ୍‌ ଉପରେ...

Leave a comment

Your email address will not be published. Required fields are marked *