ସ୍କୁଟି ଚାଳକଙ୍କୁ ୨୬ହଜାର ଜରିମାନା

ବାରଙ୍ଗ,୧୪।୧(ଡି.ଏନ୍‌.ଏ.): ବାରଙ୍ଗ ଥାନା ସମ୍ମୁଖରେ କଟକ ଆର୍‌ଟିଓଙ୍କ ଦ୍ୱାରା ମଙ୍ଗଳବାର ଗାଡ଼ି ଯାଞ୍ଚ କରାଯାଉଥିବା ବେଳେ ଜଣେ ବାଇକ୍‌ ଚାଳକଙ୍କୁ ୨୬ହଜାର ଜରିମାନା କରାଯାଇଛି। ଚାଳକଜଣକ ନାବାଳକ ହୋଇଥିବା ବେଳେ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ। ଏଥିସହ ତାଙ୍କର ଡିଏଲ୍‌ ନ ଥିବାରୁ ଆର୍‌ଟିଓ ପକ୍ଷରୁ ଏହି ଜରିମାନା କଟାଯାଇଥିବା ସୂଚନା ମିଳିଛି।

ଗୋଠପୁର ଗ୍ରାମର ସରୋଜ ପରିଡା(୧୭) ସ୍କୁଟି(ଓଡି-୦୫-ଏଜେ-୧୫୧୨) ଚଳାଇ ବାରଙ୍ଗ ଆସୁଥିଲେ। ଏହି ସମୟରେ କଟକ ଆଡିଶନାଲ ଆର୍‌ଟିଓ ରାଜେଶ ମାରାଣ୍ଡିଙ୍କ ନେତୃତ୍ୱରେ ଆର୍‌ଟିଓ କର୍ମଚାରୀମାନେ ବାରଙ୍ଗ ଥାନା ସମ୍ମୁଖରେ ଗାଡ଼ି ଚେକିଂ କରୁଥିଲେ। ସରୋଜ ବିନା ହେଲ୍‌ମେଟରେ ଆସୁଥିବାରୁ ସେଠାରେ ଧରାପଡ଼ିଥିଲେ। ଏହାପରେ ତାଙ୍କର ଡିଏଲ୍‌ ନ ଥିବା ସହ ନାବାଳକ ହୋଇଥିବାରୁ ୨୫ହଜାର ଏବଂ ହେଲମେଟ୍‌ ନ ଥିବାରୁ ଏକ ହଜାର ସମୁଦାୟ ୨୬ହଜାର ଟଙ୍କା ଆର୍‌ଟିଓ ଜରିମାନା କରିଥିବା ଜଣାପଡ଼ିଛି।


All Right Reserved By Dharitri.Com

୨୩ରୁ ତ୍ରୟୋଦଶ ଯୋଗିନୀ ମହୋତ୍ସବ ଅରୁଣା ମହାନ୍ତି ପାଇବେ ନୃତ୍ୟ ପ୍ରତିଭା ସମ୍ମାନ

ବାଳକାଟୀ,୩ା୧୨(ଡି.ଏନ୍‌.ଏ)- ଆସନ୍ତା ୨୩ତାରିଖରେ ତ୍ରୟୋଦଶ ଯୋଗିନୀ ମହୋତ୍ସବ ରାଜଧାନୀ ଉପକଣ୍ଠ ପ୍ରସିଦ୍ଧ ତନ୍ତ୍ରପୀଠ ବାଳକାଟୀର ମହାମୟୀ ଚଉଷଠି ଯୋଗିନୀଙ୍କ ମନ୍ଦିର ପ୍ରାଙ୍ଗଣରେ ୩ଦିନ ଧରି ଅନୁଷ୍ଠିତ...

ଟ୍ରାଫିକ ଡ୍ୟୁଟିବେଳେ ଫୋନ୍‌ରେ ଗପିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଅନେକ ସମୟରେ ଟ୍ରାଫିକ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ମୋବାଇଲ୍‌ ଫୋନ୍‌ରେ ଗପୁଥିବା ନଜିର ରହିଛି। ଏଭଳି ଅବହେଳାକୁ ନେଇ ବାରମ୍ବାର ଅଭିଯୋଗ ମଧ୍ୟ...

ଜମୁଛି ଶିଶିର ସରସ ମେଳା:ସପ୍ତାହରେ ୧୦କୋଟି ଟପିଲା ବେପାର

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜମୁଛି ମେଳା। ଦିନକୁ ଦିନ ବ୍ୟବସାୟ ବି ବଢୁଛି। ସନ୍ଧ୍ୟା ହେଲେ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ପଡୁଛି ଲକ୍ଷ ଲକ୍ଷ ଲୋକଙ୍କ ପାଦ।...

କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ମହାକାଳପଡ଼ା, ୨୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ଥାନା ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ କାଜୁ ଜଙ୍ଗଲରେ ବୁଧବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ...

ଅଧିକ ସହାୟତା ଦାବି କଲା ଆଇନସେବା ପ୍ରାଧିକରଣ

ଢେଙ୍କାନାଳ ଅଫିସ,୧୧ା୬ଢେଙ୍କାନାଳ ଅଳସୁଆ ହାଟଠାରେ ରବିବାର ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡି ୪ଜଣ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୫ଜଣ ଆହତ...

ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜିଦ୍‌ରେ ଅଟଳ ଭାଜପା: ବେକରେ କଳା ଗାମୁଛା ପକାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସଦସ୍ୟଙ୍କ ଧାରଣା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଭାଜପା...

ଦଶବର୍ଷରେ ୧୭,୧୨୪ ହେକ୍ଟର ଜଙ୍ଗଲ ଜମି ବରବାଦ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଖଣି, ଶିଳ୍ପ, ଜଳସେଚନ, ରାସ୍ତା ଏବଂ ରେଳପଥ ନିର୍ମାଣ ଲାଗି ରାଜ୍ୟର ୧୮ଟି ଜିଲାରେ ଗତ ଦଶ ବର୍ଷରେ ୧୭୧୨୪.୭୧୩ ହେକ୍ଟର ଜଙ୍ଗଲ ଜମି...

ବରଗଡ଼ରେ ପୋଲିସ ମହାନିର୍ଦ୍ଦେଶକ, ପରଖିଲେ ଲକ୍‌ଡାଉନ୍‌ ସ୍ଥିତି

ବରଗଡ଼ ଅଫିସ,୩୦।୪- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ସେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର...

Leave a comment

Your email address will not be published. Required fields are marked *