Posted inଜାତୀୟ

ଗୋରଖନାଥଙ୍କୁ ଖେଚୁଡି ଚଢ଼ାଇଲେ କଣ୍ଠଶିଳ୍ପି ଅନୁରାଧା

ଲକ୍ଷ୍ନୌ,୧୪।୧: ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପି ଅନୁରାଧା ପୋଡଓ୍ବାଲ ଉତ୍ତରପ୍ରଦେଶର ଗୋରଖପୁରରେ ଅବସ୍ଥିତ ଗୋରଖନାଥ ମନ୍ଦିରକୁ ମଙ୍ଗବଳାର ଗସ୍ତ କରିଛନ୍ତି। ସେଠାରେ ଗୁରୁ ଗୋରଖନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଖେଚୁଡି ସମର୍ପଣ କରିଥିଲେ। ଏହାପରେ ଅନୁରାଧା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ସେହି ସମୟରେ ଦୁହେଁ ବହୁ ସମୟ ଧରି ଧାର୍ମିକ ଆଲୋଚନା କରିଥିଲେ। ବାବା ଗୋରଖନାଥଙ୍କ ମାଟିରେ ଲାଇଭ୍‌ ପର୍‌ଫରମାନ୍ସ କରିବା ଏକ ସୌଭାଗ୍ୟର କଥା। ଆଗକୁ ବି ସୁଯୋଗ ମିଳିଲେ ସେ ଧାର୍ମିକ ଆୟୋଜନରେ ସାମିଲ ହେବେ ବୋଲି ଅନୁରାଧା କହିଛନ୍ତି। ଏହାପରେ ଯୋଗୀ ଅନୁରାଧାଙ୍କୁ କୁମ୍ଭ-୨୦୧୯ର ଏକ ପୁସ୍ତକ ଭେଟି ଦେଇଥିଲେ। ସୂଚନାଯୋଗ୍ୟ, ମଙ୍ଗଳବାର ଗୋରଖପୁର ମହୋତ୍ସବର ଉଦ୍‌ଯାପନୀ ଦିବସ ରହିଥିବା ବେଳେ ଅନୁରାଧାଙ୍କ ଲାଇଭ୍‌ ପର୍‌ଫରମାନ୍ସ ରହିଥିବାରୁ ସେ ଗୋରଖପୁର ଗସ୍ତ କରିଛନ୍ତି।


All Right Reserved By Dharitri.Com

ପିଆଜର ଉପକାରୀ ଗୁଣ

ଆୟୁର୍ବେଦ ଅନୁଯାୟୀ ପିଆଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ୍‌ ସହାୟକ ହୋଇଥାଏ। ଏଥିରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ।...

୨୬ବର୍ଷୀୟ ବ୍ୟକ୍ତିଙ୍କୁ ଲାଗିଥିଲା ୧୮ଟି ଗୁଳି: ୭ଘଣ୍ଟା ଅପରେଶନ୍‌ ପରେ ମିଳିଲା ନୂଆ ଜୀବନ

ପାଟନା,୧୦।୬: ଡାକ୍ତରଙ୍କୁ ଲୋକମାନେ ଭଗବାନ ବୋଲି ଭାବିଥାନ୍ତି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ବହୁଥର ଦେଖିବାକୁ ମିଳିଛି। ଏଭଳି ଏକ ଚମତ୍କାର କରି ଦେଖାଇଛନ୍ତି...

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କଶ୍ମୀରକୁ କହିଲେ ନାଗାଲାଣ୍ଡର ରାଜଧାନୀ !

ଲକ୍ଷ୍ନୌ,୨୮।୧୧: ଉତ୍ତରପ୍ରଦେଶରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଜଣେ ପ୍ରଧାନ ଶିକ୍ଷକ କଶ୍ମୀରକୁ ନାଗାଲାଣ୍ଡ ରାଜଧାନୀ କହି ହଟହଟା ହୋଇଛନ୍ତି। ପ୍ରତାପଗଡ଼ର ଡିଏମ୍‌ ମାର୍କେଣ୍ଡେୟ ଶାହି ସ୍ଥାନୀୟ କୁଣ୍ଡା...

ଅବୈଧ ସମ୍ପର୍କ ରଖିବାରୁ କୁକୁରକୁ ଘରୁ ବିଦା କଲେ ମାଲିକ

ଥିରୁଭାନନ୍ତପୁରମ୍‌, ୨୪।୭: ପଡୋଶୀ କୁକୁର ସହ ଅବୈଧ ସମ୍ପର୍କ ରଖିବାରୁ ପୋଷା କୁକୁରକୁ ଘରୁ ବିବା କରିଦେଇଛନ୍ତି ମାଲିକ। ଏଭଳି ଘଟଣା ଘଟିଛି କେରଳର ଥିରୁଭାନନ୍ତପୁରମ୍‌ରେ।...

ବଜାୟ ରହୁ ଗଣତାନ୍ତ୍ରିକ ମୂଲ୍ୟବୋଧ

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ନେତୃତ୍ୱାଧୀନ ମେଣ୍ଟ ଓ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ଏକ ବିଚିତ୍ର ସ୍ଥିତି ସୃଷ୍ଟି...

ଭାଜପାକୁ ମିଳିଛି ୭୦୦ କୋଟି ଚାନ୍ଦା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ୨୦୧୮-୧୯ ଆର୍ଥିକ ବର୍ଷରେ ଶାସକ ଭାଜପାକୁ ୭ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ମିଳିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଚେକ୍‌ ଏବଂ...

ସରକାରୀ ସ୍କୁଲରେ ୫୦ରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ପଢାଇ ପାରିବେନି

ଜଇପୁର,୧୯।୧୦: ରାଜସ୍ଥାନର ସରକାରୀ ବାଳିକା ବିଦ୍ୟାଳୟରେ ଏଣିକି ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀମାନଙ୍କୁ ପାଠ ପଢାଇ ପାରିବେ ନାହିଁ। ଶୁକ୍ରବାର ଶିକ୍ଷାମନ୍ତ୍ରୀ...

ପାକିସ୍ତାନରେ ଆତଙ୍କବାଦୀଙ୍କୁ ମିଳିଛି ସରକାରୀ ସୁରକ୍ଷା: ଜୟଶଙ୍କର

ନୂଆଦିଲ୍ଲୀ,୨୭।୬: ପାକିସ୍ତାନରେ ଆତଙ୍କବାଦୀଙ୍କୁ ସରକାରୀ ସୁରକ୍ଷା ମିଳିଛି। ବ୍ରିଟେନ୍‌-ଭାରତ ପ୍ରତିନିଧିସ୍ତରୀୟ ସମ୍ମିଳନୀରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହା କହିଛନ୍ତି। ଭାରତର ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦୀ...

Leave a comment

Your email address will not be published. Required fields are marked *