Posted inଖେଳ

ଇଣ୍ଡୋନେସିଆ ମାଷ୍ଟର୍ସ: ଯୋଗ୍ୟତା ପର୍ଯ୍ୟାୟରେ ହାରିଲେ ଲକ୍ଷ୍ୟ

ଜାକର୍ତ୍ତା, ୧୪।୧ (ପି.ଟି.)- ଯୁବ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଓ ଶୁଭଙ୍କର ଦେ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ପରାଜୟବରଣ କରିବା ସହ ଉଭୟ ଲକ୍ଷ୍ୟ ଓ ଶୁଭଙ୍କର ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।
ଜୁନିୟର ବିଶ୍ୱଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ୧୮ ବର୍ଷୀୟ ଲକ୍ଷ୍ୟ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ୧୩-୨୧, ୧୨-୨୧ ସିଧାସଳଖ ଗେମ୍‌ରେ ଥାଇଲାଣ୍ଡର ତାନୋଙ୍ଗସାକ ସାଏନସୋମବୁନସୁକଙ୍କଠାରୁ ହାରିଯାଇଛନ୍ତି। ସେହିଭଳି ଶୁଭଙ୍କର ୧୬-୨୧, ୧୨-୨୧ରେ ଅନ୍ୟତମ ଥାଇଲାଣ୍ଡ ଖେଳାଳି ସୁପାନ୍ୟୁ ଅଭିହିଙ୍ଗସାନନ୍‌ଙ୍କଠାରୁ ପରାଜୟ ସାମ୍ନା କରିଛନ୍ତି। ମୁଖ୍ୟ ପର୍ଯ୍ୟାୟରେ ଭାରତର ପିଭି ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ ଶ୍ରୀକାନ୍ତ, ବି. ସାଇ ପ୍ରଣୀଥ୍‌, ସମୀର ବର୍ମାଙ୍କ ପରି ପ୍ରମୁଖ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି।


All Right Reserved By Dharitri.Com

Posted inଖେଳ View All

୭ମ ବିଶ୍ୱ ଟାଇଟଲଠାରୁ ଦୁଇ ପାଦ ଦୂରରେ ମେରୀକମ୍‌

ଉଲାନ-ଉଡେ(ରୁଷିଆ), ୧୦।୧୦: ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ...

ସାଇବର କ୍ରାଇମ ଶିକାର ହେଲେ ପୂର୍ବତନ ଅଷ୍ଟ୍ରେଲିଆ କୋଚ୍‌

ସିଡ୍‌ନୀ,୮।୧- ଅଷ୍ଟ୍ରେଲିଆର ପୂର୍ବତନ କୋଚ୍‌ ଡାରେନ ଲିମ୍ୟାନ ସାଇବର କ୍ରାଇମ ଶିକାର ହୋଇଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ କରିଦିଆଯାଇଛି। ଆକାଉଣ୍ଟର ନାମ ପରିବର୍ତ୍ତନ କରି...

ଆଇସିସି ବିଶ୍ୱକପ୍‌: ଶୀର୍ଷରେ ଅଷ୍ଟ୍ରେଲିଆ

ଲଣ୍ଡନ,୧୬।୬(ପି.ଟି.)- ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୦ତମ ମ୍ୟାଚ୍‌ରେ ୮୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ କେନିଂଟନ...

ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର...

ପାକିସ୍ତାନ ଖେଳୁଥିଲା ମ୍ୟାଚ୍‌, ଷ୍ଟାଡିୟମରେ ପହଞ୍ଚିଲେ କୋହଲିଙ୍କ ପ୍ରଶଂସକ

ଲାହୋର, ୧୦।୧୦:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମୟର ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ୩୦ ବର୍ଷ ବୟସରେ ସେ...

୨୯ ଯାଏ ବନ୍ଦ ରହିବ ଓଓଏ, ଓସିଏ କାର୍ଯ୍ୟାଳୟ

କଟକ ଅଫିସ,୨୨ା୩ – କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଧାରାରୁ ଦୂରେଇ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।...

ସ୍କୁଲଦିନର ସ୍ମୃତିକୁ ମନେ ପକାଇଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛି। ନିଜ ସହର ରାଞ୍ଚିରେ ପରିବାର ସହ ସେ...

ବାରବାଟୀ ଦିନିକିଆ: ଗ୍ୟାଲେରିରେ ବିଛାଗଲା କାର୍ପେଟ

କଟକ ଅଫିସ,୧୫।୧୨- ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅର୍ନ୍ତଜାତୀୟ ମ୍ୟାଚ ଲାଗି ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ବିଶେଷ ସୁବିଧା ସୁଯୋଗ ପ୍ରଦାନ କରିଛି। ଏହି...

Leave a comment

Your email address will not be published. Required fields are marked *