ଓଜନ ବଢାଇବାକୁ ଚାହୁଁଛନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁଙ୍କ ଜିରୋ ସାଇଜ୍‌ ଫିଗର ପରେ ଏହା ଯେମିତି ବଲିଉଡ୍‌ରେ ଏକ ପ୍ରକାର ଟ୍ରେଣ୍ଡ କରିବାରେ ଲାଗିଛି। ଫିଟ୍‌ନେସକୁ ନେଇ ଏବେ ବଲିଉଡ୍‌ ନାୟିକାମାନେ ବେଶ୍‌ ସଜାଗ। ସେମିତି ଜଣେ ନାୟିକା ହେଉଛନ୍ତି କ୍ରିତି ସାନନ। ସବୁବେଳେ ସେ ଫିଟ୍‌ନେସ ବଡି ସହ ନଜର ଆସିଥାଆନ୍ତି। ଏବେ କିନ୍ତୁ ଏହି ନାୟିକା ନିଜର ଓଜନ ବୃଦ୍ଧି କରିବାକୁ ଯାଉଥିବା ଶୁଣିବାକୁ ମିଳିଛି। ତାହାପୁଣି ଏକ କି ଦୁଇ ନୁହେଁ କ୍ରିତି ନିଜ ଶରୀରର ଓଜନ ପାଖାପାଖି ୧୫କିଲୋ ବଢାଇବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ସେ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଏପରି କରୁଛନ୍ତି। ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ମିମି’ ପାଇଁ ଏମିତି କରିବାକୁ ଯାଉଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି। ଏହା ଏକ ସରୋଗେସୀ କାହାଣୀ ଉପରେ ଆଧାରିତ। ମିଠା, ଆଳୁ, ଘିଅ ଜାତୀୟ ଖାଦ୍ୟଠାରୁ ଦୂରରେ ରହୁଥିବା କ୍ରିତି କିନ୍ତୁ ଏବେ ଏସବୁ ଖାଦ୍ୟ ଖାଉଥିବା କୁହନ୍ତି। ଏମିତିକି ଭୋକ ନ ଲାଗିଲେ ମଧ୍ୟ ସେ ଖାଉଥିବା ନଜର ଆସିଛି। କାରଣ ଏହି ଫିଲ୍ମ ପାଇଁ ତାଙ୍କ ହାତରେ କମ୍‌ ସମୟ ଥିବାରୁ ସେ ୧୫ କିଲୋ ଓଜନ ବୃଦ୍ଧି କରିବାକୁ ବେଶ୍‌ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ତାମିଲ ଫିଲ୍ମ ପାଇଁ ସମ୍ମାନୀତ ହେଲେ ତାପସୀ

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ତାପସୀ ପନ୍ନୁ ଏବେ ତାମିଲ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ନାରୀ କୈନ୍ଦ୍ରୀକ ଫିଲ୍ମ ଭଲ...

ମାଲ୍‌ ମହୁ ଜୀବନ ମାଟି

ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ପରଦା ଉପରକୁ ଆସୁଛି ଦ୍ୱିଭାଷୀ-ଓଡ଼ିଆ-ଛତିଶଗଡ଼ୀ ଫିଲ୍ମ ‘ମାଲ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’। ଚଳଚ୍ଚିତ୍ରଟି ଚଳିତ ମାସ ୮ରେ...

ବାହୁବଳୀ ପରେ କୌଣସି ଫିଲ୍ମ ସାଇନ୍‌ କରି ନ ଥିଲେ ପ୍ରଭାସ

ମୁମ୍ବାଇ,୨୩।୧୦: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ ବୁଧବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଅକ୍ଟୋବର ୨୩ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ।...

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ପ୍ରଖ୍ୟାତ ମଡେଲ ତଥା ବଲିଉଡ ଅଭିନେତ୍ରୀ ଲିଜା ହେଡେନ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମ ଜରିଆରେ ନିଜେ ଏହାର ଖୁଲାସା କରିଛନ୍ତି ଲିଜା। ଗର୍ଭବତୀ...

ଛୂୁଟି କଟାଉଛନ୍ତି ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ସୁସ୍ମିତା ସେନ୍‌ ଏବେ ବିଦେଶରେ ଛୁଟି କଟାଉଥିବା ଜଣାପଡିଛି। ମାଲଦ୍ୱୀପରେ ସେ ତାଙ୍କ ପୁରୁଷ ବନ୍ଧୁ ରୋହମନ ଶଲଙ୍କ ସହ ହାପି...

କାର୍ତ୍ତିକ ଆର୍ୟନଙ୍କୁ ଆଲିଙ୍ଗନ କରିବାକୁ ଡେଇଁ ପଡିଲେ ମହିଳା ପ୍ରଶଂସକ

ବଲିଉଡ୍‌ରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଖାସ୍‌ ଭାବେ ଆଜିକାଲି ଯୁବପିଢି ମଧ୍ୟରେ ତାଙ୍କ କ୍ରେଜ୍‌ ବଢିବାକୁ ଲାଗିଛି। ‘ପ୍ୟାର୍‌ କା...

ସ୍ବରାଙ୍କୁ ଅଡ଼ୁଆରେ ପକାଇଲା ହାଇ ହିଲ୍‌

ମୁମ୍ବାଇ: ଅଭିନେତ୍ରୀଙ୍କ ପାଇଁ ହାଇହିଲ୍‌ ପିନ୍ଧି ଚାଲିବା ବଡ଼ କଥା ନୁହେଁ। ହେଲେ ଏହି ହାଇହିଲ୍‌ ଯୋଗୁ ଅଡ଼ୁଆରେ ପଡ଼ିଛନ୍ତି ସ୍ବରା ଭାସ୍କର। ବୁଧବାର ଆଇଫା-୨୦୧୯...

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବିକ୍ରାନ୍ତ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସି ଅପ୍‌ କମିଂ ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ଛପାକ୍‌’ରେ ଦୀପିକା ପାଦୁକୋନ୍‌ଙ୍କ ସହ ମୁଖ୍ୟ ଭୂମିକାରେ...

Leave a comment

Your email address will not be published. Required fields are marked *