ସାଇକେଲ ଚଳାଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ଭାଇଜାନ: ରାସ୍ତାରେ କେହି ବି ଚିହ୍ନି ପାରିଲେନି ତାଙ୍କୁ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁଙ୍କ ସାଇକେଲ ସଉକକୁ କିଏ ବା ନ ଜାଣେ। ବହୁ ସମୟରେ ନିଜର ବିଳାସପୂର୍ଣ୍ଣ ଓ ଦାମିକିଆ କାର୍‌କୁ ଛାଡି ସେ ସାଇକେଲ୍‌ ଚଳାଉଥିବା ଦେଖିବାକୁ ମିଳେ। ବେଳେ ବେଳେ ଶୁଟିଂ ସେଟ୍‌ରୁ ଟିକେ ସମୟ କାଢ଼ି ସାଇକେଲ ଚଳାଇଥାନ୍ତି ସଲ୍ଲୁମିଆଁ। ଆଉ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମି ଯାଇଥାଏ। ନିକଟରେ ସଲମାନ ପୁଣି ଥରେ ରାସ୍ତାରେ ସାଇକେଲ ଚଳାଇଥିବା ଦେଖିବାକୁ ମିଳିଛି। କିନ୍ତୁ ତାଙ୍କୁ କେହି ଚିହ୍ନିପାରି ନ ଥିବା ଜଣାପଡ଼ିଛି। ସୂଚନା ମୁତାବକ ବକ୍ସ ଅଫିସ୍‌ରେ ବଲିଉଡ୍‌ ଭାଇଜାନଙ୍କ ଫିଲ୍ମ ‘ଦବଙ୍ଗ-୩’ର ସଫଳତା ପରେ ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ରାଧେ: ଦ ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’ର ଶୁଟିଂ ଆରମ୍ଭ ହୋଇଛି। ସଲମାନ ମୁମ୍ବାଇର ବାନ୍ଦ୍ରାରେ ରହୁଥିବା ବେଳେ ତାଙ୍କ ଶୁଟିଂ ସେଟ୍‌ ମହାଲକ୍ଷ୍ମୀରେ ଅବସ୍ଥିତ। ଦୁଇଟି ସ୍ଥାନର ଦୂରତା ଅଧିକ ଥିଲେ ମଧ୍ୟ ସଲମାନ ନିଜ କାର୍‌କୁ ଛାଡି ସାଇକେଲରେ ଶୁଟିଂ ସେଟ୍‌କୁ ଯାଇଥିଲେ। ଆଉ ତାଙ୍କ ପଛେ ପଛେ ସିକ୍ୟୁରିଟି କାର୍‌ ଯାଉଥିଲା। ସଲମାନ ରାସ୍ତାରେ କ୍ୟାପ୍‌ ପିନ୍ଧି ଯାଉଥିବା ବେଳେ କେହି ତାଙ୍କୁ ଚିହ୍ନି ପାରି ନ ଥିଲେ। ତେବେ ସଲମାନଙ୍କ ସାଇକେଲ ଚଳାଇବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ହାପି ବାର୍ଥ ଡେ ବ୍ରହ୍ମାନନ୍ଦମ୍‌: ୧ ହଜାରରୁ ଅଧିକ ଫିଲ୍ମରେ କରିଛନ୍ତି କାମ, ଗିନିଜ୍‌ ରେକଡର୍‌ସରେ ନାମ ସାମିଲ

ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ହାସ୍ୟ କଳାକାର ବ୍ରହ୍ମାନନ୍ଦମ୍‌ଙ୍କ ଶନିବାର ହାପି ବାର୍ଥ ଡେ। ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସୋସିଆଲ...

ଫର୍‌ହାନଙ୍କ ଠେଲାରୁ ଗୁପ୍‌ଚୁପ୍‌ ଖାଇଲେ ପ୍ରିୟଙ୍କା !

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ନିଜର ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରମୋଶନରେ ବ୍ୟସ୍ତ। ଚଳିତ...

ଧନୀ କଳାକାର ତାଲିକାରେ ଅକ୍ଷୟ ଆଗରେ

ମୁମ୍ବାଇ: ଫୋର୍ବସ ଇଣ୍ଡିଆ ଦ୍ୱାରା୨୦୧୯ର ସେଲିବ୍ରିଟି ତାଲିକାରେ ଏଥର ସଲମାନଙ୍କୁ ପଛରେ ପକାଇଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଏଥରର ତାଲିକା ଅନ୍ୟ ବର୍ଷଠାରୁ...

ଝିଅ ପାଇଁ ଏକାଠି ହେଲେ ଜୁହି-ସଚିନ !

ମୁମ୍ବାଇ: ଧାରାବାହିକ ‘କୁମ୍‌କୁମ୍‌’ ଯୋଗେ ଘରେ ଘରେ ଲୋକପ୍ରିୟ ହୋଇଥିବା ଜୁହି ପରମାରଙ୍କ ଜୀବନକୁ ପୁଣି ଫେରିପାରନ୍ତି ସ୍ବାମୀ ସଚିନ ଶ୍ରଫ୍‌। ନିକଟରେ ଅଲାଦିନର ସ୍ପେଶାଲ୍‌...

ନାୟିକା ହେବ ଏମିତି

ସତରେ ନାୟିକା ହେବ ଏମିତି। ନିର୍ମାଣାଧୀନ ସିନେମା ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂ ସେଟ୍‌ରେ ଏପରି ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ କରୀନା ପ୍ରଶଂସା ସାଉଁଟିବାରେ...

ଆଖଡା ଆରମ୍ଭ

ଇତିମଧ୍ୟରେ ପୁରୁଣା ଯାତ୍ରାବର୍ଷର ପରିସମାପ୍ତି ଘଟିଛି। ଆରମ୍ଭ ହୋଇଛି ନୂଆ ଯାତ୍ରାବର୍ଷ। ପ୍ରତ୍ୟେକ ପାର୍ଟି ପକ୍ଷରୁ ଆରମ୍ଭ ହୋଇଯାଇଛି ନୂଆ ଯାତ୍ରା ସିଜନ୍‌ ପାଇଁ ସ୍ବତନ୍ତ୍ର...

ପୋଷାକକୁ ନେଇ ଆକ୍ରୋଶର ଶିକାର ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ ତାଙ୍କ ଅଭିନୟ ଓ ଆକ୍ସନ୍‌ ପାଇଁ ବେଶ୍‌ ପରିଚିତ। ବଡ ପରଦାରେ କେତେ ଗୁଡିଏ ହିଟ୍‌ ଫିଲ୍ମ ଦେଇ...

ଜାହ୍ନବୀ-ଇଶାନ୍‌ଙ୍କ ପ୍ରେମ ସମ୍ପର୍କକୁ ନେଇ କ’ଣ କହିଲେ ବୋନି କପୁର

ଫିଲ୍ମ ‘ଧଡକ’ରେ ପ୍ରଥମଥର ପାଇଁ ଏକଠି ନଜର ଆସିବା ପରେ ଏବେ ଇଶାନ୍‌ ଖଟ୍ଟର ଏବଂ ଜାହ୍ନବୀ କପୁରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର...

Leave a comment

Your email address will not be published. Required fields are marked *