Posted inଫୁରସତ

ହଜାରେ ଦିନରେ ହଜାରେ ଗୀତ ଲେଖି ରେକର୍ଡ କଲେ ଭାରତୀୟ ମହିଳା

ହଜାରେ ଦିନରେ ହଜାରେ ଗୀତ ଲେଖି ରେକର୍ଡ କରିଛନ୍ତି ଭାରତୀୟ ମହିଳା ସ୍ବପ୍ନା ଆବ୍ରାହମ୍‌। ତାଙ୍କ ନାମ ଗୋଲ୍ଡେନ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସାମିଲ ହୋଇଛି। ସ୍ବପ୍ନା ଗୋଟିଏ ଦିନରେ ୧ ହଜାର ଦିନରେ ହଜାରେ ଗୀତ ଲେଖିବା ସହ ଗାଇଛନ୍ତି ମଧ୍ୟ। କେବଳ ଏତିକି ନୁହେଁ,ଗୀତଗୁଡିକ ନିଜେ କମ୍ପୋଜ୍‌ ମଧ୍ୟ କରିଛନ୍ତି। ଦୁବାଇରେ ରହୁଥିବା ୪୮ ବର୍ଷୀୟ ସ୍ବପ୍ନା ୨୦୧୭ ଏପ୍ରିଲ ୮ରୁ ଗୀତ ଲେଖା ଆରମ୍ଭ କରିଥିଲେ। ଯାହାକୁ ସେ ୨୦୨୦ ଜାୟାରୀ ୨ରେ ସମାପ୍ତ କରିଛନ୍ତି। ଖୁବଶୀଘ୍ର ସେ ଗିନିଜ୍‌ ରେକର୍ଡ ପାଇଁ ଆବେଦନ କରିବେ ବୋଲି ଜଣାପଡିଛି। ସ୍ବପ୍ନାଙ୍କ ନାଁରେ ଗୋଟିଏ ଦିନରେ ୨୨ଟି ଗୀତ ଗାଇବାର ରେକର୍ଡ ମଧ୍ୟ ରହିଛିି। ସେ ଦୁବାଇରେ ଏକ ମ୍ୟାନେଜମେଣ୍ଟ ସଲ୍ୟୁସନ୍‌ ଫାର୍ମରେ କାମ କରନ୍ତି। ଏଥିସହ ଗତ ୨୪ ବର୍ଷ ହେବ ସେ ସଙ୍ଗୀତ କ୍ଷେତ୍ରରେ ଯୋଡି ହୋଇ ରହିଛନ୍ତି। ଇତିମଧ୍ୟରେ ତାଙ୍କର ୨୨ଟି ଆଲବମ୍‌ ରିଲିଜ୍‌ ହୋଇସାରିଛି। ସ୍ବତନ୍ତ୍ର କିଛି କରି ଦେଖାଇବା ଲକ୍ଷ୍ୟରେ ସେ ଏଭଳି ସଫଳତା ହାସଲ କରିଥିବା ସ୍ବପ୍ନା କହିଛନ୍ତି।


All Right Reserved By Dharitri.Com

ଦୀପାବଳିରେ ଉପହାର

ଦୀପାବଳିରେ ବନ୍ଧୁ ପରିଜନଙ୍କୁ କେଉଁଭଳି ଉପହାର ଦେବା ଦ୍ୱାରା ଶୁଭ ଲାଭ ମିଳିଥାଏ ସେ ସମ୍ପର୍କରେ… * ଦୀପାବଳି ଅବସରରେ ଧାତୁ ନିର୍ମିତ ଯେକୌଣସି ଉପହାର...

ଏହି ଗାଁରେ ଚଳେନି ଭାରତ ସରକାରଙ୍କ ଆଇନ…

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ କରାଯାଏ ଗଣେଶଙ୍କ ପୂଜା

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ରାତିଟି ଅମା ଅନ୍ଧାକାର ହୋଇଥିଲେ ମଧ୍ୟ ଦୀପ ଆଲୋକରେ...

ଅଜବ ପର୍ସ

ମୁହଁ ପରି ଏକ ପର୍ସ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ପର୍ସକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏଥିରେ ମଣିଷ ମୁହଁ ଭଳି...

ମାଙ୍କଡର ଓଜନ ୧ କିଲୋ

କେନିଆର ବୈଜ୍ଞାନିକମାନେ ଏପରି ଏକ ମାଙ୍କଡର ଜୀବାଶ୍ମ ପାଇଛନ୍ତି। ଯାହାକୁ ଦୁନିଆର ସବୁଠାରୁ ଛୋଟ ମାଙ୍କଡ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ମାଙ୍କଡର ଜୀବାଶ୍ମ...

ମହିଳାଙ୍କୁ ସୁରକ୍ଷା ଯୋଗାଇବ ଏହି ରିଭଲ୍‌ଭର୍‌

ନୂଆଦିଲ୍ଲୀ : ସାତ ବର୍ଷ ପୂର୍ବରୁ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣା ସାରା ଦେଶରେ ଚହଳ ପକାଇଥିଲା। ଏହାପରେ କାନପୁରର ଅର୍ଡନାନ୍ସ ଫ୍ୟାକ୍ଟ୍ରି ମହିଳାଙ୍କ...

ବିଲେଇ ପିନ୍ଧୁଛନ୍ତି ନିଜ ଲୋମରେ ତିଆରି କ୍ୟାପ୍‌

ପୋଷା ପ୍ରାଣୀଭାବେ ଅନେକେ ବିଲେଇ ରଖିବାକୁ ପସନ୍ଦ କରନ୍ତି। ସେମାନଙ୍କ ସୁନ୍ଦର କମନୀୟ ଚେହେରା, ଗେହ୍ଲେଇ ହେବା ଲୋକଙ୍କ ମନ ଜିଣିନିଏ। ଅନେକେ ତ ନିଜ...

ବେସାହାରା ପ୍ରାଣୀଙ୍କ ସାହାରା ୯ ବର୍ଷର ବାଳକ

ଅନେକ ସମୟରେ ପାଖରେ ଟଙ୍କା ଥାଇ ବି ମନରେ ଅନ୍ୟକୁ ସାହାଯ୍ୟ କରିବା ମନୋବୃତ୍ତି ନ ଥିବା ଯୋଗୁ ଲୋକେ ଅନ୍ୟର ଅସୁବିଧା ଦେଖି ବି...

Leave a comment

Your email address will not be published. Required fields are marked *