୨୭୨୦ ଫୁଟ ଉଚ୍ଚା ବିଲ୍ଡିଂରେ ହେଲା ବଜ୍ରପାତ: ଫଟୋ ଉଠାଇ ପ୍ରଶଂସା ସାଉଁଟିଲେ ଫଟୋଗ୍ରାଫର

ଦୁବାଇ,୧୪।୧: ଦୁବାଇରେ ୧୯୯୬ ପରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ବର୍ଷାରେ ବିମାନ ବନ୍ଦର ରନ୍‌ ଓ୍ବେ ବୁଡ଼ିଯିବାରୁ କେତେକ ବିମାନ ଉଡ଼ାଣକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ଏହି ବର୍ଷା ଯୋଗୁ ଲୋକେ ହନ୍ତସନ୍ତ ହୋଇଥିବାବେଳେ ଯୁବ ଫଟୋଗ୍ରାଫର ଜୋହେବ୍‌ ଅଞ୍ଜୁମ୍‌ କିନ୍ତୁ ବେଶ୍‌ ଲାଭାନ୍ବିତ ହୋଇଛନ୍ତି। ସେ ବର୍ଷା ସମୟରେ ଦୁବାଇର ଉଚ୍ଚତମ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ହୋଇଥିବା ବଜ୍ରପାତର ଫଟୋ ଅତି ସୁନ୍ଦର ଭାବେ ନିଜ କ୍ୟାମେରାରେ ଉତ୍ତୋଳନ କରିଛନ୍ତି। ୨୭୨୯ ଫୁଟ ଉଚ୍ଚା ବୁର୍ଜ ଖଲିଫାର ଏଭଳି ଫଟୋ ଉଠାଇବାକୁ ସେ ଦୀର୍ଘ ସାତ ବର୍ଷ ଧରି ଅପେକ୍ଷା କରିଥିବା କହିଛନ୍ତି। ଏହି ଫଟୋ ଉଠାଇ ସେ ଏବେ ପ୍ରଶଂସା ସାଉଁଟିଛନ୍ତି। ପ୍ରବଳ ବର୍ଷା ସମୟରେ ଲୋକେ ଘରେ ଥିବାବେଳେ ଅଞ୍ଜୁମ୍‌ ସାରା ରାତି ବୁର୍ଜ ଖଲିଫା ସମ୍ମୁଖରେ ମରୁଭୂମିରେ ଏକ ପାଲ ତଳେ ବସି ରହିଥିଲେ। ଶେଷରେ ତାଙ୍କର ବହୁଦିନର ସ୍ବପ୍ନ ସତ୍ୟ ହୋଇଥିଲା। ଏବେ ତାଙ୍କର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ପରିବେଶ ପୁରସ୍କାରକୁ ଗ୍ରେଟାଙ୍କ ନା

ଷ୍ଟକ୍‌ହୋମ୍‌ : ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷ ବଳୟ ମଧ୍ୟରୁ ମୁକାଳିବା ସହ ଏହାର ପ୍ରଭାବ ହ୍ରାସ ଲାଗି ବିଶ୍ୱ ସମୁଦାୟ ଉପରେ ଚାପ ପକାଇଥିବା...

୧୦ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ

ଢାକା,୨୧ା୧(ପି.ଟି.): ୨୦୦୧ ଜାନୁୟାରୀ ୨୦ରେ ବାଂଲାଦେଶରେ କମ୍ୟୁନିଷ୍ଟ ପାର୍ଟିର ଏକ ର଼୍ୟାଲିରେ ବୋମା ବିସ୍ଫୋରଣ ହେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୫୦ ଆହତ...

ଚାଇନାରେ ଘୂର୍ଣ୍ଣିବାୟୁର ତାଣ୍ଡବ: ୬ ମୃତ ଶତାଧିକ ଆହତ

ବେଜିଂ,୪।୭: ଚାଇନାର ଉତ୍ତର ପୂର୍ବରେ ଥିବା ଲିଓନଇଙ୍ଗ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ହୋଇଥିବା ଘୂର୍ଣ୍ଣିବାୟୁରେ ୬ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୧୯୦ ଜଣ...

କାନାଡା ପହଞ୍ଚିଲେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୧: ରାଜପଦ ଛାଡିବା ପରେ ପ୍ରିନ୍ସ ହ୍ୟାରୀ ନିଜ ପତ୍ନୀ ଓ ପୁଅଙ୍କ ସହ ଆମେରିକା ପହଞ୍ଚିଥିବା ଖବର ମିଳିଛି। ସ୍ବାଧୀନ ଭାବେ ଜୀବନ ବିତାଇବାକୁ...

୪ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୪ ଜଣ ଡେମୋକ୍ରାଟିକ୍‌ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ବିବାଦ ଘେରକୁ ଆସିଛନ୍ତି। ଟ୍ରମ୍ପ୍‌ କହିଛନ୍ତି...

ଗ୍ଲୋବାଲ୍‌ ଓ୍ବାର୍ମିଂ ଯୋଗୁ ଜନବସତି ମୁହାଁ ହେଲେଣି କୁମ୍ଭୀର

ସିଡ୍‌ନୀ,୨୩।୬: ଗ୍ଲୋବଲ୍‌ ଓ୍ବାର୍ମିଂ ଯୋଗୁ ଏବେ କୁମ୍ଭୀରଙ୍କ ଆକ୍ରମଣ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଧୀରେ ଧୀରେ ଜଳସ୍ତର କମିଯାଉଥିବାରୁ ଓ ଗ୍ରୀଷ୍ମ...

ପ୍ଲାଷ୍ଟିକ୍‌ରୁ ତିଆରି ହେଲା ସୁନା: ଏବେ ପ୍ଲାଷ୍ଟିକ୍‌ ବର୍ଜ୍ୟର ଆଉ ରହିବ ନାହିଁ ଭୟ !

ଲଣ୍ଡନ,୧୩।୧: ପରିବେଶକୁ ଅଧିକ ପ୍ରଦୂଷିତ କରୁଥିବା ପ୍ଲାଷ୍ଟିକରୁ ଏବେ ସୁନା ତିଆରି ସମ୍ଭବ। ସୁଇଜରଲାଣ୍ଡର ବୈଜ୍ଞାନିକ ପ୍ରଥମ ଥର ପାଇଁ ପ୍ଲାଷ୍ଟିକ୍‌ରୁ ସୁନା ତିଆରି କରିବାକୁ...

ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଅନୁଭବ ‘ଲିଭିଂ ଫ୍ୟୁନେରାଲ’

ସିଓଲ: ଥରେ ଭାବନ୍ତୁ ତ, ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ କଫିନରେ ଭର୍ତ୍ତି କରାଯିବ। ମରିବା ପରେ ଯେମିତି ଶେଷକୃତ୍ୟ କରାଯାଏ, ଠିକ୍‌ ସେମିତି ସବୁ...

Leave a comment

Your email address will not be published. Required fields are marked *